Stray Dog Issue India / କୁକୁରଙ୍କ ମୁଡ୍ ଜଣାନାହିଁ କାହାକୁ କେତେବେଳ କାମୁଡିବେ ପୂର୍ବାନୁମାନ କଷ୍ଟ : ସୁପ୍ରିମକୋର୍ଟ
·8 months ago·2 min read

Key Points
ବୁଲା କୁକୁର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, କୁକୁର କେଉଁ ମନୋଭାବରେ ଅଛି ତାହା ଜାଣିବା ସମ୍ଭବ ନୁହେଁ ।
ବୁଲା କୁକୁର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, କୁକୁର କେଉଁ ମନୋଭାବରେ ଅଛି ତାହା ଜାଣିବା ସମ୍ଭବ ନୁହେଁ । ରାଜସ୍ଥାନରେ ଦୁଇଜଣ ବିଚାରପତି ବୁଲା ପଶୁମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାଦ୍ୱାରା କି ସେମାନେ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି । କୁକୁର କାହାକୁ କେତେବେଳେ କାମୁଡିବେ ପୂର୍ବାନୁମାନ କରିବା କଷ୍ଟକର।
ଏହାସହ ପଢ଼ନ୍ତୁ: ୧୦ ଝିଅ ପରେ, ପୁଅକୁ ଜନ୍ମ ଦେଲେ ମହିଳା, ବାପା ଭୁଲିଗଲେ ଝିଅମାନଙ୍କ ନାଁ
ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କ ୩ ଜଣିଆ ଖଣ୍ଡପୀଠ ବୁଲା କୁକୁର ଓ ଗୋରୁଗାଈ ମାମଲାର ଶୁଣାଣି କରିଛନ୍ତି । ଯାହା ରାସ୍ତା ଏବଂ ରାଜପଥରେ ପଶୁମାନଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି, କୁକୁର କାମୁଡିବା ବିଷୟ ନୁହେଁ ବରଂ କୁକୁରମାନଙ୍କ ଦ୍ୱାରା ହେଉଥିବା ବିପଦ ବିଷୟ ମଧ୍ୟ । କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭ ବ। ଏହାସହ ବୁଲା ପଶୁଙ୍କ ଯୋଗୁ ଯେଉଁ ଦୁର୍ଘଟଣା ଘଟିଛି, ସେଥିରେ ଜଣେ ବିଚାରପତି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି । ତାଙ୍କର ମେରୁଦଣ୍ଡରେ ଗମ୍ଭୀର ଆଘାତ ଲାଗିଛି। ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା।
ଏହାସହ ପଢ଼ନ୍ତୁ: ଶସ୍ତା ହେଲା EV ଗାଡ଼ି, କିଣିଲେ ମିଳିବ ୧ ଲକ୍ଷ ପର୍ଯ୍ୟନ୍ତ ସବ୍ସିଡି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, କେବଳ କୁକୁର କାମୁଡ଼ିବା ନୁହେଁ କୁକୁର ଯେତେବେଳେ ସାଇକେଲ କିମ୍ବା ଗାଡି ପିଛା କରି ଦୌଡୁଛନ୍ତି ସେତେବେଳେ ଏହା ଦୁର୍ଘଟଣାକୁ ବୃଦ୍ଧି କରୁଛି। ରାସ୍ତା ଗୁଡିକ ବୁଲା କୁକୁର ମୁକ୍ତ କରିବାକୁ କୋର୍ଟ କହିଛନ୍ତି। ଆମେ କୁକୁରକୁ ମାରିବାକୁ କହୁ ନାହୁଁ ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ ଏବଂ ସେଲଟରର ବ୍ୟବସ୍ଥା କରିବାକୁ କହୁଛୁ ବୋଲି କୋର୍ଟ କହିଛନ୍ତି। ପୂର୍ବ ଶୁଣାଣିରେ, କୋର୍ଟ ରାଜ୍ୟ ସରକାର ଏବଂ NHAIକୁ ସମଗ୍ର ଭାରତରେ ରାଜପଥରୁ ବୁଲା ପଶୁମାନଙ୍କୁ ହଟାଇବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା 10 ରାଜ୍ୟ ନିଜର ସତ୍ୟପାଠ ଦେଇ ନ ଥିବା ଆଜିର ଶୁଣାଣିରେ ଏମିକ୍ୟୁଷ କ୍ୟୁରୀ ସୂଚନା ଦେଇଛନ୍ତି।
Related Topics
Explore more stories