Videos
|
National

ଏହି ମନ୍ଦିରରେ କୁକୁର ପୂଜା ପାଏ

Arpita Mohanty
Browse all articles by Arpita Mohanty
·2 years ago·2 min read
ଏହି ମନ୍ଦିରରେ କୁକୁର ପୂଜା ପାଏ

ଅର୍ଗସ ବ୍ୟୁରୋ :ଭାରତରେ ଥିବା ପ୍ରତିଟି ଛୋଟ ବଡ ମନ୍ଦିର ପଛରେ କିଛି ଅଦ୍ଭୁତ ଅଲୌକିକ ଏବଂ ରହସ୍ୟମୟ କିମ୍ବଦନ୍ତି ଲୁଚି ରହିଥାଏ। ସେଥିମଧ୍ୟରୁ ଏକ ମନ୍ଦିର ହେଉଛି କର୍ଣ୍ଣାଟକର ଚଣାପାଟଣା ସହରରେ ଥିବା କୁକୁର ମନ୍ଦିର। ଏହା ଆଗ୍ରାହାରା ଭାଲାଗେରାହଲ୍ଲୀ ଗ୍ରାମରେ ରହିଛି। ଏହି ମନ୍ଦିର ସ୍ଥାନୀୟ ଭାଷାରେ ନାଇ ଦେବସ୍ଥାନ ନାମରେ ପ୍ରସିଦ୍ଧ। କନ୍ନଡ଼ରେ ନାଈର ଅର୍ଥ ‘କୁକୁର’। ଏହି ମନ୍ଦିରଟି ୨୦୧୦ ମସିହାରେ ରମେଶ ନାମକ ଜଣେ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ଏହି ମନ୍ଦିର ନିର୍ମାଣ ପଛରେ କ'ଣ ରହିଛି ରହସ୍ୟ ? ଆଉ କାହିଁକି ଏହି ମନ୍ଦିରରେ କୁକୁରଙ୍କୁ ପୂଜା କରାଯାଏ ? ଜାଣନ୍ତୁ ପୂରା ତଥ୍ୟ

ଏହି ଗ୍ରାମର ଗ୍ରାମଦେବୀ ଭାବେ ପୂଜା ପାଉଥିଲେ, ମା' କେମ୍ପାମା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ସଫଳ ବ୍ୟବସାୟୀ ରମେଶ ଦେବୀ କେମ୍ପାମାଙ୍କୁ ସମ୍ମାନ ଜଣାଇ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଗାଁକୁ ଟଙ୍କା ଦାନ କରିଥିଲେ। ଯେତେବେଳେ ମନ୍ଦିର ତିଆରି କାମ ଆରମ୍ଭ ହେଲା ସେତେବେଳେ କେଉଁଠାରୁ ଦୁଇଟି ଅଜଣା କୁକୁର ଆସି ମନ୍ଦିର ଆଖ ପାଖରେ ବୁଲିବାକୁ ଲାଗିଲେ। ଏହା ଦେଖି ଗ୍ରାମର ଲୋକମାନେ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କଥା ହେବାକୁ ଲାଗିଲେ କି ଆକସ୍ମିକ ଭାବରେ ଏହି ଦୁଇଟି କୁକୁର କୁଆଡୁ ଆସିଲେ।

ପରେ ଲୋକମାନେ ଆଉ ସେଥିରେ ଧ୍ୟାନ ନଦେଇ ମନ୍ଦିର ତିଆରି କାର୍ଯ୍ୟରେ ବ୍ୟସ୍ତ ରହିଗଲେ ଆଉ ସେହି ଅଜଣା କୁକୁରଙ୍କୁ ନିୟମିତ ମନ୍ଦିର ଆଖପାଖରେ ଦେଖିବା ଅଭ୍ୟାସରେ ପରିଣତ ହୋଇଗଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ସେତେବେଳେ ଘଟିଲା, ଯେତେବେଳେ ଗ୍ରାମବାସୀ ଦେଖିଲେ ଯେ ମନ୍ଦିର ତିଆରି କାମ ସରିଲା ବେଳକୁ ସେହି ଦୁଇଟି କୁକୁର ରହସ୍ୟମୟ ଭାବରେ କୁଆଡେ ଅଦୃଶ୍ୟ ହୋଇଗଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘଟଣା ଘଟିବାର କିଛି ଦିନ ବିତିଗଲା ପରେ ଦିନେ ଗ୍ରାମ ଦେବତୀ କେମ୍ପାମା ଜଣେ ଗ୍ରାମ ବାସୀର ସ୍ବପ୍ନରେ ଦେଖାଦେଲେ ଏବଂ ଅଦୃଶ୍ୟ ହୋଇଯାଇଥିବା ସେହି ଦୁଇଟି କୁକୁର ମନ୍ଦିରର ସୁରକ୍ଷା ପାଇଁ ଖୋଜି ବାହାର କରିବାକୁ ଆଦେଶ ଦେଲେ । ଯେତେବେଳେ ଗ୍ରାମର ଲୋକମାନେ ଆଉ ତାଙ୍କୁ ଖୋଜିକି ପାଇଲେନାହିଁ ସେମାନେ ମାତା କେମ୍ପାମାଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରିବାକୁ ସ୍ଥିର କଲେ ଏବଂ ଦୁଇଟି କୁକୁର ପରସ୍ପର ପାଖରେ ଠିଆ ହୋଇଥିବାର ଏକ ମୂର୍ତ୍ତି ତିଆରି କରାଗଲା । ସେବେଠାରୁ ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଦୁଇଟି କୁକୁର ଗ୍ରାମକୁ ସମସ୍ତ କୁଦୃଷ୍ଟିରୁ ରକ୍ଷା କରିଥାନ୍ତି ଏବଂ ସେମାନେ ବହୁତ୍ ଶ୍ରଦ୍ଧା ଆଉ ଭକ୍ତିର ସହିତ ତାଙ୍କୁ ପୂଜା କରୁଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର

Dog Temple | Argus News