Videos
|
National

ଗାଡ଼ି ପଛରେ କୁକୁର ଦୌଡ଼ିଲେ କଣ ହୁଏ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗାଡ଼ି ପଛରେ କୁକୁର ଦୌଡ଼ିଲେ କଣ ହୁଏ ?

Key Points

କାହିଁକି ଚଳନ୍ତା ଗାଡି ପଛରେ ଦୌଡନ୍ତି କୁକୁର।

ଆପଣ ଜାଣନ୍ତି କି ଏହାର କାରଣ କଣ ?

ସମୟ ୯.୩୦। ତରତର ହେଉଥାଏ କେମିତି ଶୀଘ୍ର ଯାଇ ଅଫିସରେ ପହଞ୍ଚିବି। ସବୁ କାମ ସାରି ହଷ୍ଟେଲରୁ ବାହାରୁ ବାହାରୁ ଲେଟ ହେଇଯାଉଥାଏ । ବାସ୍‌ ମୁଁ ମୋ ଗାଡ଼ି ଧରି ବାହାରି ପରିଲି। ମୁଁ ଯାଉଥାଏ ଏହି ସମୟରେ ମୋ ଗାଡି ଦେଖିକି ଗୋଟେ କୁକୁର ହଠାତ୍‌ ଦୌଡିବାକୁ ଲାଗିଲା। ମୁଁ ପ୍ରଥମେ ଡରିଗଲି । ଆଉ ତାପରେ ଗାଡି ରଖିଲି। ମୁଁ ଯେମିତି ଗାଡି ରଖିଲି ସେ କୁକୁର ପଳେଇଲା। ତାପରେ ମୁଁ ଅଫିସ ପଳେଇଲି। ପରଦିନ ଠିକ ସେମିତି ଅଫିସ ବାହାରିବା ସମୟରେ ପୁଣି ଏକ କୁକୁର ଦୌଡିଲା ମୋ ଗାଡି ପଛେ ପଛେ। ସେଦିନ ବି ମୁଁ ଗାଡ଼ି ରଖିଲି, ଆଉ ଦେଖିଲା ବେଳକୁ କୁକୁର ପୁଣି ପଳେଇଲା।


ମୋ ମନରେ ଏକ ପ୍ରଶ୍ନ ଆସିଲା କି କାହିଁକି ଚଳନ୍ତା ଗାଡି ପଛରେ ଦୌଡନ୍ତି କୁକୁର। ଆପଣ ଜାଣନ୍ତି କି ଏହାର କାରଣ କଣ ? ରାସ୍ତାରେ ଶାନ୍ତ ଭାବରେ ବସିଥିବା କୁକୁରଟି ହଠାତ୍ ଆପଣଙ୍କ ଚାଲୁଥିବା ବାଇକ୍ କିମ୍ବା କାର୍ ପଛରେ କାହିଁକି ଦୌଡ଼ିବାକୁ ଲାଗେ ଏବଂ କେବଳ ଦୌଡ଼େ ନାହିଁ ବରଂ ଜୋର ଜୋରରେ ଭୁକିବାକୁ ମଧ୍ୟ ଲାଗେ । ଏଭଳି ସମସ୍ୟାର ସମ୍ମୁଖୀନ ଆମେ ପ୍ରତିଦିନ ହେଉଛେ କିନ୍ତୁ ଆପଣ ଏହାର ପ୍ରକୃତ କାରଣ ଜାଣନ୍ତି କି ? କହିବାକୁ ଗଲେ ଏହା କୌଣସି ଶତ୍ରୁତା ନୁହେଁ ବରଂ କୁକୁରଙ୍କ ଦୁନିଆର କିଛି ବିଶେଷ ନିୟମ । ତେବେ ଆସନ୍ତୁ ଏହା ପଛରେ ଲୁଚି ରହିଥିବା ସେହି ରହସ୍ୟ ବିଷୟରେ । କୁକୁରମାନେ ସାଧାରଣତଃ ସ୍ଥିର ଜିନିଷଗୁଡିକୁ ଅଣଦେଖା କରିଦିଅନ୍ତି କିନ୍ତୁ ସ୍ପିଡ୍ ସେମାନଙ୍କୁ ଏକ ଆହ୍ୱାନ ଭଳି ଲାଗେ । ଶିକାରୀ ସ୍ୱଭାବ କାରଣରୁ ସେମାନେ ଜୋରରେ ଦୌଡୁଥିବା ଜିନିଷଗୁଡ଼ିକର ପିଛା କରିବାକୁ ଲାଗନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି କାରଣରୁ ହିଁ ଚାଲି ଚାଲି ଯାଉଥିବା ଲୋକଙ୍କଠାରୁ ସେମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ କିନ୍ତୁ ବାଇକ୍ କିମ୍ବା କାର୍‌ର ଶବ୍ଦ ଏବଂ ଗତି ସେମାନଙ୍କୁ ସତର୍କ କରିଦିଏ । କୁକୁରମାନେ ସାଧାରଣତଃ ଗାଡ଼ିର ଟାୟାର ଉପରେ ପରିସ୍ରା କରନ୍ତି । ଏହା କୌଣସି ସଂଯୋଗ ନୁହେଁ ବରଂ ସେମାନଙ୍କର ଏକ ବିଶେଷ ଭାଷା ହୋଇଥାଏ । କୁକୁର ଏଭଳି କରି ସେଠାରେ ନିଜର ଉପସ୍ଥିତିର ଚିହ୍ନ ଛାଡ଼ିଥା’ନ୍ତି । ଯେତେବେଳେ ଅନ୍ୟ ଗାଡ଼ି ସେହି ରାସ୍ତା ଦେଇ ଗତି କରେ, ସେତେବେଳେ ସେହି ଗନ୍ଧକୁ ଚିହ୍ନି ସ୍ଥାନୀୟ କୁକୁରମାନେ ବୁଝିଯାଆନ୍ତି କି "ଏହି ଅଞ୍ଚଳ ଏବେ ସେମାନଙ୍କ କବ୍‌ଜାରେ ନାହିଁ" । ଏହିଭଳି ଗନ୍ଧରୁ ସେମାନେ ଆକ୍ରମଣାତ୍ମକ ହୋଇଯାଆନ୍ତି ଏବଂ ପୁଣି ଗାଡ଼ି ପଛରେ ଦୌଡିବାକୁ ଲାଗନ୍ତି । କୁକୁରଙ୍କ ନାକ ମଣିଷଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ । ସେମାନେ ଦୂରରୁ ହିଁ ବାସ୍ନା ବାରି ଜାଣିପାରନ୍ତି ଯେ କିଏ ତାଙ୍କ ଅଞ୍ଚଳ ଦେଇ ଯାଉଛି ।


ଯେତେବେଳେ ଆପଣଙ୍କ ଗାଡ଼ି ଅନ୍ୟ ସ୍ଥାନରୁ ଆସେ ସେତେବେଳେ ସେଠାରେ ଥିବା କୁକୁରମାନଙ୍କର ଗନ୍ଧ ଗାଡ଼ିର ଟାୟାରରେ ଲାଗିଯାଏ । ଯେମିତି ଗାଡ଼ିଟି କୌଣସି ନୂଆ ଜାଗାରୁ ଆସିଛି ସେଠାକାର ସ୍ଥାନୀୟ କୁକୁର ଟାୟାରରେ ଲାଗିଥିବା "ବାହାର ଗନ୍ଧ"କୁ ଚିହ୍ନି ପାରନ୍ତି । କେବେ କେବେ ମାମଲା କେବଳ ଗନ୍ଧର ନୁହେଁ ବରଂ ଭାବନାର ମଧ୍ୟ ହୋଇଥାଏ । କୁକୁର ହେଉଛନ୍ତି ସମ୍ବେଦନଶୀଳ ଜୀବ । ଯଦି କୌଣସି ଗାଡ଼ି ସେମାନଙ୍କ ସାଥୀକୁ ଆଘାତ ଦେଇଥାଏ କିମ୍ବା ସଡ଼କ ଦୁର୍ଘଟଣାରେ ମାରି ଦେଇଥାଏ, ତେବେ ସେମାନେ ସେହି ଗାଡ଼ିକୁ ଚିହ୍ନି ମନେ ରଖିପାରନ୍ତି । ପରବର୍ତ୍ତୀ ସମୟରେ ସେହିଭଳି ଗାଡ଼ି ଯଦି ସେମାନଙ୍କ ନଜରକୁ ଆସେ ତେବେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତି ।


dogs-often-chase-moving-cars-due-to-a-combination-of-instinct-territoriality-and-playfulness | Argus News