Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - IPL ଦେଖିବାକୁ ନେଇ ଘରୋଇ କଳି: ବେଲଣାରେ ସ୍ବାମୀଙ୍କୁ ପିଟି ପକାଇଲେ ସ୍ତ୍ରୀ

National

IPL ଦେଖିବାକୁ ନେଇ ଘରୋଇ କଳି: ବେଲଣାରେ ସ୍ବାମୀଙ୍କୁ ପିଟି ପକାଇଲେ ସ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
IPL ଦେଖିବାକୁ ନେଇ ଘରୋଇ କଳି: ବେଲଣାରେ ସ୍ବାମୀଙ୍କୁ ପିଟି ପକାଇଲେ ସ୍ତ୍ରୀ

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଆଗ୍ରା ସହରରେ ଏକ ଏଭଳି ଘଟଣା ସମ୍ନାକୁ ଆସିଛି ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିଦେବ। ସ୍ବାମୀ ଆଇପିଏଲ ମ୍ୟାଚ ଦେଖୁଥିଲେ ଯେଉଁଥିରେ ପତ୍ନୀ ବିରକ୍ତ ହୋଇଯାଇଥିଲେ। ସ୍ତ୍ରୀ ତାଙ୍କ ପସନ୍ଦର ଧାରାବାହିକ ଦେଖିପାରି ନ ଥିଲେ ସେଥିଲାଗି ଉତ୍ତ୍ୟକ୍ତ ହୋଇ ସ୍ବାମୀଙ୍କୁ ବେଲଣାରେ ପିଟି ପକାଇଥିଲେ। IPL ପାଇଁ ମହାଭାରତ ହୋଇଛି। ସ୍ବାମୀ ଖୁସିରେ ବସି କ୍ରିକେଟକୁ ଏଞ୍ଜୟ କରୁଥିଲେ। ବାରମ୍ବାର ତାଙ୍କ ପତ୍ନୀ ସିରିୟଲ ଦେଖିବାରୁ ରିମୋଟ ମାଗୁଥିଲେ। କିନ୍ତୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ କଥା ଆଦୌ ଶୁଣୁ ନ ଥିଲେ। ଯେଉଁଥିରେ ପତ୍ନୀ ରାଗିକି ରକ୍ତ ଚାଉଳ ଚୋବାଉଥିଲେ ଶେଷରେ ରାଗର ମାତ୍ରା ଏତେ ବଢ଼ି ଯାଇଥିଲା ଯେ, ନିଜ ସ୍ବାମୀଙ୍କୁ ବେଲଣା କାଠରେ ପିଟି ପକାଇଥିଲେ। 

ଏହି ଘଟଣା ପରେ ସ୍ବାମୀ ନିଜ ସ୍ତ୍ରୀଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏହା ଶୁଣି ଉଭୟଙ୍କୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇଛନ୍ତି। ସାଦାବାଦ ଅଞ୍ଚଳର ଜଣେ ଯୁବତୀ ଆଗ୍ରାରେ ରହୁଥିବା ଜଣେ ଯୁବକଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ୨୦୨୨ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଏକ ବର୍ଷର ଜଣେ ପୁତ୍ର ସନ୍ତାନ ଅଛି। ଯୁବକ ଜଣକ ନୋଏଡା ସ୍ଥିତ ଏକ ବେସରକାରୀ ସଂସ୍ଥାର ଚାକିରି କରୁଛନ୍ତି। ବିବାହ ପରେ ଉଭୟଙ୍କ ମଧ୍ୟରେ ସବୁ ଠିକଠାକ ଥିଲା। ଦୁହେଁ ଦୁହିଁଙ୍କୁ ଖୁବ ଭଲ ମଧ୍ୟ ପାଆନ୍ତି ମଧ୍ୟ। ଆମେ କହିପାରିବା ଯେ, IPL ଆରମ୍ଭ ହେଉ ହେଉ ଘରକୁ ସତେ ଯେମିତି ସଉତୁଣୀ ପଳେଇ ଆସିଛି। ଦୁଇ ଜଣଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। 

ଆଉ ଗୋଟିଏ କଥା ହେଉଛି ଘରେ ଗୋଟିଏ ଟିଭି ଥିବା କାରଣରୁ ପତ୍ନୀ ତାଙ୍କ ପ୍ରିୟ ଧାରାବାହିକ ଦେଖିପାରୁ ନାହାନ୍ତି। ପତ୍ନୀ ଜଣକୁ ପରିବାର ପରାମର୍ଶ କେନ୍ଦ୍ରରେ କହିଲେ ଟିଭି ଗୋଟିଏ ଆଉ ମୋ ସ୍ବାମୀ ଟିଭି ତ ଦେଖୁଛନ୍ତି ଆର ହାତରେ ମୋବାଇଲ ବି ଦେଖୁଛନ୍ତି। ମୁଁ ମୋ ସିରିୟଲ ଦେଖିପାରୁନି। ମୁଁ ରାଗିଗଲି। ପରିବାର ପରାମର୍ଶ କେନ୍ଦ୍ରରେ କାଉନସିଲର ସ୍ବାମୀଙ୍କୁ କହିଲେ ତୁମେ ମୋବାଇଲରେ ଆଇପିଏଲ ଦେଖ ଆଉ ପତ୍ନୀଙ୍କୁ ତାଙ୍କ ପ୍ରିୟ ସିରିୟଲ ଦେଖିବାକୁ ଦିଅ। ଦୁଇଜଣଙ୍କୁ ବହୁତ ବୁଝାଇଲା ପରେ ଆଉ ମାଡପିଟ କରିବେନି ବୋଲି ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ଆଉ ହସଖୁସିରେ ଭଲ ବୁଝାମଣା ରଖିବେ ବୋଲି ଉନସିଲରଙ୍କୁ ଲିଖିତ ଭାବେ ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Painting
Sponsored
Domestic violence | Argus News