Videos
|
National

ଡୋନାଲ୍ଡ ଟ୍ରମ୍ପଙ୍କ ସୁବୁ ମିଟିଙ୍ଗରେ ପାଖେ ପାଖେ  ଥାଆନ୍ତି ଏଲିୟନ୍ସ !  

Manini Pattanayak
Browse all articles by Manini Pattanayak
·2 years ago·1 min read
ଡୋନାଲ୍ଡ ଟ୍ରମ୍ପଙ୍କ ସୁବୁ ମିଟିଙ୍ଗରେ ପାଖେ ପାଖେ  ଥାଆନ୍ତି ଏଲିୟନ୍ସ !  

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲେ ଏଲିୟନ୍ସ ।  ଜୁଳାଇ ୧୩ ରେ ପେନସିଲଭେନିଆରେ ଟ୍ରମ୍ପଙ୍କ ଉପରେ ହୋଇଥିଲା ଫାୟରିଙ୍ଗ।  ତେବେ ସେହି ସମୟରେ ହୋଇଥିବା  ଫାୟରିଙ୍ଗର  ଏକ ଭିଡିଓ ସାମ୍ନାକୁ  ଆସିଛି।  ଯେଉଁ ଥିରେ ଏଲିୟନ୍ସଙ୍କୁ ଦେଖିବାକୁ ମିଲିଛି। ଯାହାକୁ ନେଇ ବଢିଛି ଚର୍ଚ୍ଚା ।  ଭିଡିଓରେ ଦାଖାଯାଇଛି ଯେ, ଫାୟରିଙ୍ଗ ସମୟରେ ଆକାଶରେ ଏଲିନ୍ସମାନେ ଉଡୁଥିଲେ। ଯେଉଁଥିପାଇଁ  କୁହାଯାଉଛି ଯେ, ଏଲିୟନ୍ସ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଲେ। ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ,  ଟ୍ରମ୍ପକୁ ଗୁଳି ଲାଗିବାର କିଛି ସମୟ ପୂର୍ବରୁ  ଉଡୁଥିବା ଆମେରିକୀୟ ପତାକା ନିକଟରେ ଏଲିୟନ୍ସମାନେ ଘୁରି ବୁଲୁଥିଲେ।  ଯେମିତି  ସିକ୍ରେଟ ସର୍ଭିସ ଟ୍ରମ୍ପଙ୍କୁ ବଞ୍ଚାଇବାକୁ  ମଞ୍ଚ ଉପରକୁ ଆସିଥିଲେ ସେଠାରେ ସେ ଅନ୍ୟ ଏକ ବସ୍ତୁ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ।    

ଟ୍ରମ୍ପଙ୍କ ରାଲିରେ ସୁବୁବେଳେ ଥାଆନ୍ତି ଏଲିୟନ୍ସ  

ଆକାଶରେ  ନଜର ଆସିଥିବା  ୟୁଏଫଓ ଅର୍ଥାତ ଏଲିୟନ୍ସଙ୍କୁ  Guardian Angels (ଗାର୍ଡିଆନ ଏଞ୍ଜଲସ୍‌)  ବୋଲି  କହୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।  ୟୁଜର୍ସ  ମଧ୍ୟ  ଭିଡିଓ ଦେଖିଲା ପରେ କହୁଛନ୍ତି ଯେ ଏଲିୟନ୍ସ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ।  ଟ୍ରମ୍ପ ନିଜେ ମଧ୍ୟ ଆକ୍ରମଣର କିଛି ଦିନ ପରେ  କହିଥିଲେ ମୋତେ ଇଶ୍ୱର ବଞ୍ଚାଇଦେଲେ।  ନୂଆ ତଥ୍ୟ ଅନୁସାରେ  ଟ୍ରମ୍ପଙ୍କ ରାଲିରେ ସୁବୁବେଳେ ଉପସ୍ଥିତ ରହିଥାନ୍ତି ଏଲିୟନ୍ସ। ଆଉ ରକ୍ଷା କରିଥାନ୍ତି ଟ୍ରମ୍ପଙ୍କୁ ।  ତେବେ ଏଠି  ପ୍ରଶ୍ନ ଉଠିପାରେ ଯେ ଆକ୍ରମଣ ସମୟରେ ଆକାଶ ଉଡୁଥିବା ବସ୍ତୁ ଡ୍ରୋନ ବି ହୋଇଥାଇପାରେ ?  କିନ୍ତୁ ନା..  କିଛି ରିପୋର୍ଟ ରେ ଏହା ଖଣ୍ଡନ କରାଯାଇ  କୁହାଯାଇଛି ଯେ, ସେହି ସମୟରେ ସିକ୍ରେଟ ସର୍ଭିସ ଏଜେନ୍ସି କୌଣସି  ପ୍ରକାରର ଡ୍ରୋନର ବ୍ୟବହାର  କରିନଥିଲେ କି ଅନୁମତି ଦେଇନଥିଲେ। କିଛି ଅନ୍ତର୍ଜାତୀୟ  ଗଣମାଧ୍ୟମ ଅନୁସାରେ ଏହା କୁହାଯାଉଛି ଯେ ଟ୍ରମ୍ପଙ୍କୁ ରକ୍ଷା କରିଦେଲେ ଏଲିୟନ୍ସ।  
 
 ଅଧିକ ଦେଖନ୍ତ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
donald trump assassination attempt new theory suggests aliens saved trump life | Argus News