ମୁଣ୍ଡ ନୂଆଁଇଲେ ଡୋନାଲ୍ଡ ଟ୍ରମ୍ପ, ଭୂରି ଭୂରି ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

Key Points
ହାତ ମିଶାଇଲେ ଦୁଇ ଦେଶ
ମୁଣ୍ଡ ନୂଆଁଇଲେ ଡୋନାଲ୍ଡ ଟ୍ରମ୍ପ
ଭୂରି ଭୂରି ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ମାଡ଼। ବାରମ୍ୱାର ମିଟିଙ୍ଗ କରୁଛନ୍ତି। ଗୋଟେ ପରେ ଗୋଟେ ଦେଶକୁ ଟାର୍ଗେଟ କରୁଛନ୍ତି। ଭାରତକୁ ଟାର୍ଗେଟ କରି ଅନ୍ୟ ଦେଶମାନଙ୍କ ସହ ହାତ ମିଶାଉଛି ଆମେରିକା। ହେଲେ ଏଭଳି କରିବା ଦ୍ୱାରା ଆମେରିକା ହିଁ ତା ନିଜର କ୍ଷତି କରୁଛି। ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଘୋଷଣା କରି ଭାରତର ଶତ୍ରୁ ସାଜିଛି ଆମେରିକା। ଯେଉଁଠି ଦିନେ ଭାରତ ଆମେରିକା ଭଲ ବନ୍ଧୁ ଦେଶ ବୋଲି ଚର୍ଚ୍ଚା ହେଉଥିଲା ସେଠି ବର୍ତ୍ତମାନ ଦୁଇ ଦେଶ ଶତ୍ରୁ ପାଲଟିଛନ୍ତି। ବର୍ତ୍ତମାନ ଭାରତ ସରକାର ଏକ ବଡ଼ ପ୍ଲାନ କରିଛନ୍ତି ଆମେରିକାକୁ ପାନେ ଦେବା ପାଇଁ। ଯେଉଁ ଖବର ପରେ ଥରହର ଟ୍ରମ୍ପ ସରକାର।
ନୂଆ ବଜାର ଉପରେ ଭାରତର ନଜର। ଯାହାକୁ ନେଇ ଚିନ୍ତାରେ ଟ୍ରମ୍ପ ସରକାର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି। ଭାରତ ଏବେ ଆମେରିକାର ଏହି ଟାରିଫ୍କୁ ମୁକାବିଲା କରିବାର ଉପାୟ ଖୋଜୁଛି। ଭାରତ ସରକାର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀମାନଙ୍କୁ ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ମାଛ କିସମ ବିକ୍ରୟ କରିବା ପାଇଁ ବିକଳ୍ପ ବଜାର ଖୋଜିବା ଆରମ୍ଭ କରିବାକୁ କହିଛନ୍ତି। ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଏବଂ ଚାଇନା ପାଇଁ ୯୦ ଦିନର ଟାରିଫ୍ ରିହାତି। ଯେଉଁଠି ଦିନେ ଆମେରିକା ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାକୁ ଧମକ ଦେଇଥିଲା ସେଠି ନିଜ ମନ ପରିବର୍ତ୍ତନ କରିଦେଇଛି।
ଚାଇନା ସହ ହାତ ମିଶାଇଛନ୍ତି ଟ୍ରମ୍ପ। ଦୁଇ ଦେଶର ବାଣିଜ୍ୟ ସମ୍ପର୍କ ପର୍ଯ୍ୟାୟକ୍ରମେ ସହଜତା ଆଡକୁ ଗତି କରୁଛି। ଏହା ବଜାରକୁ ସ୍ଥିର କରିବାରେ ଏବଂ ବିଶ୍ୱ ବାଣିଜ୍ୟକୁ ସମର୍ଥନ କରିବାରେ ସାହାଯ୍ୟ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି ଯେ, ମୁଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛି, ଯାହା ପରେ ଚାଇନା ଉପରେ ଟାରିଫ୍ ସ୍ଥଗିତ ତାକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରାଯିବ। ଚୁକ୍ତିନାମା ସହିତ ଜଡିତ ଅନ୍ୟ ସମସ୍ତ ଜିନିଷ ସମାନ ରହିବ। ଆମେରିକାର ଏହି ନିଷ୍ପତ୍ତି ଉପରେ ଚାଇନା ମଧ୍ୟ ଖୁସି ପ୍ରକାଶ କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ପ୍ରତି ମନୋଭାବ ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଯାହା ଉପରେ ସେ ଏପ୍ରିଲ ମାସରେ ଭାରୀ ଟାରିଫ୍ ଲାଗୁ କରିଥିଲେ, ସେ ଏବେ ରିହାତି ଘୋଷଣା କରିଛନ୍ତି। ଆମେରିକା ଚାଇନା ସାମଗ୍ରୀ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟାରିଫ୍କୁ ୯୦ ଦିନ ପାଇଁ ରିହାତି କରିଛି, ଅର୍ଥାତ୍ ଏହି ରିହାତି ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ। କେବଳ ଏତିକି ନୁହେଁ, ଟ୍ରମ୍ପ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ଏକ ମିଳିତ ବିବୃତ୍ତି ଜାରି କରି ଆମେରିକା ଏବଂ ଚାଇନା ଘୋଷଣା କରିଛନ୍ତି, ଉଭୟ ଦେଶ ପରସ୍ପର ଉପରେ ଲଗାଯାଇଥିବା ଅତିରିକ୍ତ ଟାରିଫ୍ ଉପରେ ସ୍ଥଗିତତାକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରାଯାଉଛି।
ଲଣ୍ଡନ ଏବଂ ଷ୍ଟକହୋମରେ ବାଣିଜ୍ୟ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ ୯୦ ଦିନ ପାଇଁ ଟାରିଫ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଆମେରିକା ଚାଇନା ସାମଗ୍ରୀ ଉପରେ ୩୦ ପ୍ରତିଶତ ଟାରିଫ୍ ଲଗାଇଛି, କିନ୍ତୁ ଏପ୍ରିଲରେ ଆମେରିକା ଚାଇନା ଉପରେ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାକୁ ଧମକ ଦେଇଥିଲା ଏବଂ ଚାଇନା ପ୍ରତିଶୋଧ ସ୍ବରୂପ ୧୨୫ ପ୍ରତିଶତ ଟାରିଫ୍ ଲଗାଇବ ବୋଲି କହିଥିଲା। ବର୍ତ୍ତମାନ ଟାରିଫ୍ ସ୍ଥଗିତ ରଖିବାର ଅର୍ଥ ହେଉଛି ଚାଇନାରୁ ଆମେରିକା ଯାଉଥିବା ସାମଗ୍ରୀ ଉପରେ କେବଳ ୩୦ ପ୍ରତିଶତ ଟାରିଫ୍ ଲଗାଯିବ। ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି ଯେ, ଆମେରିକା ଚାଇନା ସହ ହାତ ମିଶାଇ ଭାରତକୁ ଟାର୍ଗେଟ କରୁଛି।