Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ବିଶ୍ୱର ହିତ ଲାଗି ଏକାଠି କାମ କରିବୁ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ବିଶ୍ୱର ହିତ ଲାଗି ଏକାଠି କାମ କରିବୁ'

ହ୍ୱାଇଟ୍‌ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଛି। ଟ୍ରେଡ, ପ୍ରତିରକ୍ଷା ଓ ଆତଙ୍କବାଦ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତା କଥାବାର୍ତ୍ତା ହୋଇଛନ୍ତି। ଆଲୋଚନା ପରେ ପ୍ରେସ କନଫ୍ରେନ୍ସରେ ମୋଦି କହିଛନ୍ତି ଆମେ ମିଳିତ ଭାବେ ବିଶ୍ୱର ହିତ ଲାଗି କାମ କରିବୁ। ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି ଭାରତ ଶାନ୍ତିର ପକ୍ଷଧାର, ଯୁଦ୍ଧ.. ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧ ଶେଷ ଲାଗି ଟ୍ରମ୍ପଙ୍କ ପ୍ରୟାସକୁ ଭାରତ ସମର୍ଥନ କରୁଛି।


ସେପଟେ ଟ୍ରମ୍ପ କହିଲେ ଆମେ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ। ଏହା ସହିତ ଭାରତ ଆମେରିକାଠାରୁ ତେଲ ଓ ଗ୍ୟାସ କିଣିବ ବୋଲି ଟ୍ରମ୍ପ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନ କରାଯିବ।


ସେହିପରି ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଦ୍ୱୀପାକ୍ଷିକ ବ୍ୟପାର ଦୁଇଗୁଣାରୁ ଅଧିକ ହୋଇ ୫୦୦ ବିଲିୟନ ଡଲାର ଯାଏଁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ପିଏମ ମୋଦି ଆହୁରି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଲକ୍ଷ୍ୟ ମେକ୍ ଆମେରିକା ଗ୍ରେଟ୍ ଏଗେନ ସମ୍ପର୍କରେ ସମସ୍ତେ ଅବଗତ। ସେହିପରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ସମୃଦ୍ଧ କରିବା ଲାଗି ଦ୍ରୁତ ଗତିରେ କାମ ଚାଲିଛି। ଆମେରିକା ଭାଷାରେ ଏହାର ଅର୍ଥ ହେଉଛି ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ।


ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପ ଅନେକ ଗୁଡିଏ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଟ୍ରମ୍ଫ ଆମେରିକାର ଶାସନ ଭାର ସମ୍ଭାଳିବା ପରେ ମୋଦି ବିଶ୍ବର ଚତୁର୍ଥ ରାଷ୍ଟ୍ର ମୁଖ୍ୟ ଯିଏ ସରକାରୀ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ଜାପାନର ଶିଗେରୁ ଇଶିବା, ଜୋର୍ଦ୍ଦାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ଭେଟିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରୁ ଫେରି ଭାରତୀୟ ସମୟ ଅନୁସାରେ ଗତକାଲି ଭୋରରେ ୱାସିଂଟନ ଡିସିରେ ଅବତରଣ କରିଥିଲେ । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ତେବେ ଆମେରିକାରେ ପହଞ୍ଚି ପ୍ରଥମେ ସେ ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବର୍ଡଙ୍କ ସହ ସାକ୍ଷାତ କରିଥିଲେ । ଏଥିସହ ବ୍ଲେୟାର ହାଉସରେ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିଥିଲେ । ଅନ୍ୟପଟେ ପିଏମ୍ ମୋଦି ଶିଳ୍ପପତି ଏଲନ ମସ୍କଙ୍କ ସହିତ ଆମେରିକା ପ୍ରଶାସନର ବହୁ ବରିଷ୍ଠ ନେତା ଓ ବ୍ୟବସାୟୀଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ।


Sponsored
Donald Trump Talks Of "Wonderful Trade Deals" At Meet With "Great Leader" PM Modi | Argus News