Trump Tariff Attack: ଭାରତ ଉପରେ ୫୦% ଟାରିଫ ମାଡ଼ କଲେ ଟ୍ରମ୍ପ

Key Points
ଟାରିଫ ୫୦%କୁ ବୃଦ୍ଧି ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏବେ ଭାରତ ଉପରେ ଆମେରିକା ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ୨୪ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ । ଏହି ଶୁଳ୍କ ଚଳିତ ମାସ ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ ।
ପୂର୍ବରୁ ଟ୍ରମ୍ପ ଜୁଲାଇ ୩୦ରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ । ପରେ ଏହାକୁ ୭ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ଏହା ପରେ ୭ ଜୁଲାଇ ପୂର୍ବରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରାଯାଇଛି । ଏହାର ଅର୍ଥ ହେଉଛି ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ୫୦ ପ୍ରତିଶତ ହୋଇଯାଇଛି । ଅର୍ଥାତ ଭାରତରୁ ଆମେରିକାକୁ ଯାଉଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେବ।
📱 Get Argus News App
✨ଏକ ମାସ ପୂର୍ବରୁ ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା ବୋଲି ଚର୍ଚ୍ଚା ହେଉଥିଲା । ରୁଷ ସହିତ ଭାରତର ବାଣିଜ୍ୟିକ ସମ୍ବନ୍ଧ ଭଲ ଥିବାରୁ ଆମେରିକା ଏହି ପଦକ୍ଷେପ ନେଇପାରେ ଆଶଙ୍କା କରାଯାଇଥିଲା । ଏ ସମ୍ପର୍କିତ ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଇସାରା କରିଥିଲେ। ଏହା ସମ୍ପୂର୍ଣ୍ଣ ତାଙ୍କ ଇଚ୍ଛା ଉପରେ ନିର୍ଭରଶୀଳ ବୋଲି ଟ୍ରମ୍ପ କହିଥିଲେ।
ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ ଯେ, ରୁଷ ସହିତ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଦେଶଗୁଡ଼ିକ ଉପରେ ସେ ବଡ଼ ଶୁଳ୍କ ଲାଗୁ କରିବେ। ଏପରି କି ସେ ‘ଦ ସାଙ୍କସନିଂ ରୁଷ ଆକ୍ଟ-୨୦୨୫କୁ ମଧ୍ୟ ସମର୍ଥନ କରିଥିଲେ, ଯେଉଁ ଆଇନରେ ରୁଷଠାରୁ ତୈଳଜାତ ଉତ୍ପାଦ କ୍ରୟ କରୁଥିବା ଭାରତ ଏବଂ ଚୀନ ଉପରେ ୫୦୦% ଶୁଳ୍କ ଲାଗୁ କରିବାର ପ୍ରାବଧାନ ରହିଛି। ଏହି ପ୍ରାବଧାନ ସମ୍ପର୍କରେ ଟ୍ରମ୍ପଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଏହା ସମ୍ପୂର୍ଣ୍ଣ ତାଙ୍କ ଉପରେ ନିର୍ଭରଶୀଳ ବୋଲି ଟ୍ରମ୍ପ କହିଥିଲେ।