Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video / କି ଅବସ୍ଥା ! ସବୁଠୁ ଚର୍ଚ୍ଚିତ ଆଉ ଦମ୍‌ଦାର THAR ଗାଡ଼ିକୁ ବୋହି ନେଉଛି ଗଧ, ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
କି ଅବସ୍ଥା ! ସବୁଠୁ ଚର୍ଚ୍ଚିତ ଆଉ ଦମ୍‌ଦାର THAR ଗାଡ଼ିକୁ ବୋହି ନେଉଛି ଗଧ, ଦେଖନ୍ତୁ ଭିଡିଓ...
THAR Viral News

Key Points

ପୁଣେର ଜୁନ୍ନାର ରୋଡ୍ ନିବାସୀ ଗଣେଶ ସାଙ୍ଗଡେ କିଛି ମାସ ପୂର୍ବରୁ ଏହି ଥର SUV କିଣିଥିଲେ।
କିଣିବାର କିଛି ଦିନ ମଧ୍ୟରେ, ଗାଡ଼ିଟି ପାଣି ଲିକେଜ୍ କରିବା ଆରମ୍ଭ କରିଥିଲା।

ଏବେ ଲୋକଙ୍କ ପ୍ରତିବାଦ କରିବାର ଷ୍ଟାଇଲ ଭିନ୍ନ ଭିନ୍ନ ଦେଖିବାକୁ ମିଳିଛି । ସମାଜଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲୋକମାନେ ନାନା ପ୍ରକାର ୟୁନିକ ଉପାୟ ଆପଣାଉଛନ୍ତି । କିଏ ଚିତ୍କାର କରୁଛି ତ କିଏ ଅହିଂସାତ୍ମକ ଭାବେ ଗାନ୍ଧୀବାଦୀ ଆଭିମୁଖ୍ୟ ଗ୍ରହଣ କରୁଛି । କିନ୍ତୁ କିଛି ଲୋକ ଏମିତି ପ୍ରତିବାଦ କରନ୍ତି, ଯେମିତି ସାମ୍ନା ପଟର ଲୋକେ ଲଜ୍ଜା ଅନୁଭବ କରିବେ।

ମହାରାଷ୍ଟ୍ର ପୁଣେରୁ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏକ ନୂଆ ମହିନ୍ଦ୍ରା ଥର କିଣିଥିଲେ । କିନ୍ତୁ ତାହା ବାରମ୍ବାର ସମସ୍ୟାର ସମ୍ମୁଖୀନ ହେଉଥିଲା । ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ହେଉନଥିଲା । ତେଣୁ ସେ ବାଧ୍ୟ ହୋଇ ଅତ୍ୟନ୍ତ ବିରକ୍ତି ଭାବ ପ୍ରକାଶ କରିଥିଲେ, ଆଉ ଡିଲରଙ୍କ ବିରୋଧରେ ଏକ ଭିନ୍ନ ଧରଣର ପ୍ରତିବାଦ କରିବାକୁ ଚିନ୍ତା କରିଥିଲେ। ସେ ଥାର ଭଳି ଗାଡ଼ିକୁ ଦୁଇଟି ଗଧଙ୍କ କାନ୍ଧରେ ଟାଣି ଟାଣି ଶୋ’ରୁମ୍‌କୁ ନେଇଥିଲେ। ଯାହା ପାଇଁ ଗଧ ମଧ୍ୟ ବ୍ୟବହାର କରିଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦୁଇଟି ଗଧ ଏକ Thar SUVକୁ ଟାଣି ଟାଣି ନେଉଛନ୍ତି । ଅନ୍ୟ ଦୁଇଜଣ ବ୍ୟକ୍ତି ତା' ପଛେ ପଛେ ବାଜା ବଜେଇ ଯାଉଛନ୍ତି । ଲାଗୁଛି ଯେମିତି କାହାର ପରଲୋକ ହୋଇଯାଇଛି । ଆଉ ତାର କୋକେଇ କାନ୍ଧେଇ ନିଆଯାଉଛି । ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

ରିପୋର୍ଟ ଅନୁସାରେ, ପୁଣେର ଜୁନ୍ନାର ରୋଡ୍ ନିବାସୀ ଗଣେଶ ସାଙ୍ଗଡେ କିଛି ମାସ ପୂର୍ବରୁ ଏହି ଥର SUV କିଣିଥିଲେ। କିନ୍ତୁ, କିଣିବାର କିଛି ଦିନ ମଧ୍ୟରେ, ଗାଡ଼ିଟି ପାଣି ଲିକେଜ୍ କରିବା ଆରମ୍ଭ କରିଥିଲା। ଖାଲି ସେତିକି ନୁହେଁ ଗାଡ଼ିର ଇଞ୍ଜିନ୍ ମଧ୍ୟ ଜୋର ଶବ୍ଦ କରୁଥିଲା । ଡିଲରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ, କୌଣସି ସମାଧାନ ହୋଇପାରିନଥିଲା । ଶେଷରେ ଅତ୍ୟନ୍ତ କ୍ରୋଧିତ ହୋଇ ସାଙ୍ଗଡେ ଏମିତି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ।

ପ୍ରତିବାଦ ପ୍ରଦର୍ଶନ ସମୟରେ, ଡିଲରଙ୍କୁ ନିନ୍ଦା କରି ମରାଠୀ ଭାଷାରେ ବଡ଼ ବଡ଼ ପୋଷ୍ଟର ସବୁ କାରରେ ଲଗାଯାଇଥିଲା। ଝାଞ୍ଜ ଓ ଢୋଲ ଶବ୍ଦ ମଧ୍ୟରେ ଗଧମାନେ କାରକୁ କାନ୍ଧରେ ଟାଣି ଟାଣି ନେଇ ପୁନେର ୱାକଡ଼ ଅଞ୍ଚଳର ଶୋରୁମକୁ ନେଇଥିଲେ। ଭିଡିଓଟି ଭାଇରାଲ ହେବା ମାତ୍ରେ, ଗଣମାଧ୍ୟମ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା । ତାପରେ ଏହି ଘଟଣା ପ୍ରତ୍ୟେକ ଗଣମାଧ୍ୟମର ଶିରୋନାମା ପାଲଟିଥିଲା।

ଅନ୍ୟପକ୍ଷରେ, ଶୋ’ରୁମ୍ ମାଲିକ ଏଭଳି ନିଆରା ପ୍ରତିବାଦ ଦେଖି, ଖୁବ୍‌ ବିଚଳିତ ହୋଇପଡ଼ିଥିଲେ । କ'ଣ କରିବେ କିଛି ବୁଝି ପାରୁନଥିଲେ । ଏହି ଘଟଣାକୁ କେମିତି ପ୍ରତିହତ କରିବେ କିଛି ବି ତାଙ୍କ ମୁଣ୍ଡରେ ପଶୁନଥିଲା । ଶେଷରେ, ସେ ତାଙ୍କର ଭୁଲ ସ୍ୱୀକାର କଲେ ଏବଂ ଗଣେଶ ସାଙ୍ଗଡେଙ୍କୁ ପ୍ରତିଶ୍ରୁତି ଦେଲେ ଗାଡ଼ିକୁ ସମ୍ପୂର୍ଣ୍ଣ ସଜାଡ଼ିବା ପରେ ତାଙ୍କୁ ଦିଆଯିବ । ଯେମିତିକି ଆଗାମୀ ଦିନରେ ଆଉ କୌଣସି ଅସୁବିଧା ହେବ ନାହିଁ କିମ୍ବା ଅଭିଯୋଗ ଆସିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Video | Donkeys pull Thar; netizens demand answers from Anand Mahindra | Viral video | Argus News