ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ, ସ୍ବାଭାବିକ ଚାଲୁଛି ATM

ସବୁ ATM ସ୍ବାଭାବିକ ଭାବେ କାମ କରୁଛି। ଏନେଇ SBI ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏକ ଗୁଜବ ସୃଷ୍ଟି ହେଉଛି କି , ଭାରତରେ ଏଟିଏମରେ ଟଙ୍କା ଉଠାଣ କରି ହେଉନି। ଯାହାକୁ ଖଣ୍ଡନ କରିଛି SBI, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ATM ସ୍ବାଭାବିକ ଭାବେ ଚାଲୁଥିବା ସ୍ପଷ୍ଟ କରାଯାଇଛି। ବିଚଳିତ ହୋଇ ଅଧିକ ମାତ୍ରାରେ ଟଙ୍କା ଉଠାଇ ନେଇ ପାଖରେ ଗଚ୍ଛିତ ରଖିବାର କୌଣସି ଆବଶ୍ୟକତା ନାହିଁ।
କୌଣସି ଗୁଜବକୁ ବିଶ୍ବାସ ନକରିବାକୁ SBI ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ATM ନୁହେଁ ଭାରତରେ ଇନ୍ଧନ ତେଲକୁ ନେଇ ଏକ ଗୁଜବ ପ୍ରକାଶ ପାଇଛି। ଦେଶରେ ତେଲ ସରିଯିବା ଆଶଙ୍କା କରି ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ଗୁଡିକରେ ବ୍ୟାପକ ଭିଡ ଦେଖିବାକୁ ମିଳୁଛି। ଲୋକମାନେ ପ୍ରଚୁର ପରିମାଣର ତେଲ କିଣି ଘରେ ମହଜୁଦ ରଖୁଛନ୍ତି। ତେବେ ଆଇଓସିଏଲ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି, ଆଇଓସିଏଲ୍ ପାଖରେ ପ୍ରଚୁର ତେଲ ମହଜୁଦ ଅଛି।
📱 Get Argus News App
✨ଏହାର ଯୋଗାଣ ଲାଇନଗୁଡ଼ିକ ସୁଗମ ପରିଚାଳିତ ହେଉଛି। ତେଣୁ ଲୋକମାନେ ଭୟଭୀତ ହୋଇ ତେଲ କିଣିବାର କୌଣସି ଆବଶ୍ୟକତା ନାହିଁ ବୋଲି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି। ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ହେଉଛି।