Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆପଣ ପ୍ରୟାଗରାଜ ଗଲେ ଏହି ୫ ସ୍ବାଦିଷ୍ଟ ଖାଇବା ଖାଇବାକୁ ଜମା ବି ଭୁଲନ୍ତୁନି

National

ଆପଣ ପ୍ରୟାଗରାଜ ଗଲେ ଏହି ୫ ସ୍ବାଦିଷ୍ଟ ଖାଇବା ଖାଇବାକୁ ଜମା ବି ଭୁଲନ୍ତୁନି

Ritu Das
Browse all articles by Ritu Das
·1 year ago·2 min read
ଆପଣ ପ୍ରୟାଗରାଜ ଗଲେ ଏହି ୫ ସ୍ବାଦିଷ୍ଟ ଖାଇବା ଖାଇବାକୁ ଜମା ବି ଭୁଲନ୍ତୁନି

ଅର୍ଗସ ବ୍ୟୁରୋ: ପ୍ରୟାଗରାଜ କୁମ୍ଭ ମେଳାରେ କୋଟି କୋଟି ଲୋକ ପହଞ୍ଚୁଛନ୍ତି। ପ୍ରତିଦିନ ଭିଡ଼ ବଢ଼ିବାରେ ଲାଗିଛି। ଏଠାରେ ଥିବା ତିନି ପବିତ୍ର ନଦୀ ଗଙ୍ଗା, ଯମୁନା, ଏବଂ ସରସ୍ବତୀର ସଙ୍ଗମ ରହିଛି। ଯାହାକୁ ତ୍ରିବେଣୀ ସଙ୍ଗମ କୁହାଯାଏ। ଏହି ସହର ଖାଇବା ପିଇବା ମଧ୍ୟ ସେତିକି ପ୍ରସିଦ୍ଧି ଲାଭ କରିଛି। ଏହି ସହରରେ କେଉଁ ଦଶକରୁ କିଛି ଏଭଳି ଡିସେଜ ପରଷା ଯାଏ ଯାହା ସବୁଠି ନାଁ ମଧ୍ୟ କମେଇଛି। ଯଦି ଆପଣ ପ୍ରୟାଗରାଜ ଯିବାକୁ ପ୍ଲାନ କରୁଛନ୍ତି ତାହେଲେ ଆପଣ ଏଠାକାର ସ୍ପେଶିଆଲ ଡିଶେସ ନିଶ୍ଚିତ ଟ୍ରାଏ କରନ୍ତୁ।
ସୌନିକ ଛୋଲା ସମୋସା: ଅଶୋକନଗରରେ ସୌନିକ ସମୋସା ଏକ ଏମିତି ଡିସ ଯାହା ପ୍ରୟାଗରାଜରେ ନିଶ୍ଚିତ ଖାଇବା ଦରକାର। ଆଳୁ ପୁର ଭର୍ତ୍ତି କରିକି ଏହାକୁ ଛୋଲେ ସାଥୀରେ ପରଷା ଯାଏ। ଏହା ସହିତ ଦହି, ତେନ୍ତୁଳି ଚଟଣି, ପିଆଜ, ଧନିଆଁ ଏବଂ ବେସନ ସେଉରେ ପ୍ରୟାଗରାଜର ସବୁ ରାସ୍ତାର ମିଳିଯାଏ। ଏହା ପ୍ରୟାଗରାଜର ଏକ ସୁନ୍ଦର ଷ୍ଟ୍ରିଟ ଫୁଡ ଅଟୋ।
ରଜାରାମ ଲସି: ଏହି ଜାଗାର ଥଣ୍ଡା ଲସି ବହୁତ ଫେମସ। ଏହା ମଖନ ଭଳି ଗାଢ଼ା ହୋଇଥାଏ। ଏହି ଲସିର ବହୁତ ପ୍ରକାର ଫ୍ଲେଭର ରହିଛି। ଆପଣ ଥରେ ଏହି ଲସି ପିଇଲେ ଅଲଗା ଲସିର ସ୍ବାଦକୁ ବି ଭୁଲିଯିବେ।
ନେତରାମ ମୂଲଚନ୍ଦ ଆଣ୍ଡ ସସରେ କଚୋରୀ ସବଜୀ: ଗୋଲ, ମୁଲାୟମ, ସ୍ବାଦିଷ୍ଟ ଆଉ ପାଟିରେ ଦେଉ ଦେଉ ଏହି କଚୋରୀ ପୁରା ମୁସମୁସ ଏବଂ କ୍ରିସପ ହୋଇଥାଏ। ଏହି କଚୋରୀ ହେଉଛି ଏହି ସ୍ଥାନର ଆଉ ଏକ ଆକର୍ଷଣ। ଯାହାକୁ ଶବ୍ଦରେ କହିବା ଏକଦମ ମୁସ୍କିଲ। ହରଡ ଡାଲିର ପୁର କରି ଖାସ୍ତା ଭାବେ ଏହି କଚୋରୀ ବଲକୁ ଛଣାଯାଏ। ଆଉ ଏହା ସହ ରାଗ ଚଟଣୀକୁ ପରଷାଯାଏ। ଯାହାର ସ୍ବାଦ ଏକଦମ ଜବରଦସ୍ତ ହୋଇଥାଏ। ଏହି ଦୋକାନର ଆଉ ଏକ ବିଶେଷ ଗୁଣ ହେଉଛି କଚୋରୀ ଗୁଡ଼ିକୁ ଶୁଦ୍ଧ ଦେଶୀ ଘିଅରେ ଛଣାଯାଇଥାଏ। ଯାହାର ସ୍ବାଦ ଆପଣ ଚାଖିଲା ପରେ ହିଁ ଜାଣିପାରିବେ।
ସିଭିଲ ଲାଇନରେ ମସଲା ଚୁରମୁରା: ପ୍ରୟାଗରାଜର ସହରର ଯକୌଣସି ଗଳି କନ୍ଦିକୁ ଗଲେ ଆପଣ ମସଲା ଚୁରମୁରା କିଣିକି ଖାଇପାରିବେ। ଆପଣ ଏହି ଚୁରମୁରା ଖାଇଲେ ଏହାର ସ୍ବାଦ ଟିକେ କୋଲକାତା ଝାଲମୁଢ଼ି ଭଳି ଆପଣଙ୍କୁ ଲାଗିବ। କିନ୍ତୁ ଏହି ଚୁରମୁରାର ସ୍ବାଦ ଟିକେ ନିଆରା ଏଥିରେ ଛୋଲେ, ବାଦାମ ଏବଂ ଚାଟ ମସଲାର ସ୍ବାଦ ଆପଣ ପାଇବେ।
ହୀରା ହଲବାଇଙ୍କ ଗୁଲାବଜାମୁନ: ଏହି ଦୋକାନ ପ୍ରୟାଗରାଜରେ ବେଶ ପରିଚିତ। ଏହି ଦୋକାନର ଗୁଲାବଜାମୁନ ପୁରା ପ୍ରୟାଗରାଜରେ ଫେମସ। ତାଜା କ୍ଷୀରରେ ପୁରା ନରମ ଗୁଲାମଜାମୁନ ଲହି ଦୋକାନରେ ବିକ୍ରି ହୋଇଥାଏ। ଆଉ ଏହି ଗୁଲାବଜାମୁନର ଖାସିୟତ ହେଉଛି ବାଦାମରେ ଏହାକୁ ସଜାର ଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Don't forget to try these 5 delicious dishes if you visit Prayagraj | Argus News