Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Election Commission / AIର ଅପବ୍ୟବହାର କରି ବିଭ୍ରାନ୍ତିକର ଫଟୋ-ଭିଡିଓ କରିବା ମନା

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
AIର ଅପବ୍ୟବହାର କରି ବିଭ୍ରାନ୍ତିକର ଫଟୋ-ଭିଡିଓ କରିବା ମନା

Key Points

ଏଥିରେ କୌଣସି ଦଳ କିମ୍ବା ତାଙ୍କର ସହଯୋଗୀ ଟେକ୍ନିକାଲ ଟିମ୍ ଏହି ନିୟମ ଉଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନିର୍ବାଚନ ବେଳେ AIର ଅପ ବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ ଇଲେକ୍ସନ କମିଶନ। ଆଉ ସେଇଥିପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍ । କାରଣ ନିର୍ବାଚନ ଆସିଲେ ଅନେକ ନେତାମନ୍ତ୍ରୀଙ୍କ ନକଲି ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସେ । ଯାହା ସେମାନଙ୍କର ଚରିତ୍ର ହନନ କରିଥାଏ । ଏମିତିକି ସେମାନଙ୍କ ବିକ୍ତିତ୍ୱରେ ମଧ୍ୟ ଆଞ୍ଚ୍ ଆସିଥାଏ । ତେଣୁ ନିର୍ବାଚନ ଆୟୋଗ AIର ଅପବ୍ୟବହାର ରୋକିବାକୁ ନୂଆ ଗାଇଡଲାଇନ ଆଣିଛନ୍ତି। ନିର୍ବାଚନ କମିଶନ AI ଦ୍ବାରା ନିର୍ମିତ ଭିଡିଓ, ଅଡିଓ ଫଟୋର ବ୍ୟବହାର ନେଇ ଗାଇଡଲାଇନ ଜାରି କରିଛନ୍ତି।

ଗାଇଡ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି କୌଣସି ରାଜନୈତିକ ଦଳ କିମ୍ବା ସେମାନଙ୍କ ସହ ଜଡ଼ିତ କୌଣସି ସୋସିଆଲ ମିଡିଆ ଟିମ୍‌ AI ଦ୍ୱାରା ଫଟୋ ଭିଡିଓ ପ୍ରସ୍ତୁତ କରନ୍ତି । ତେବେ ସେଥିରେ ବାଧ୍ୟତାମୂଳକ ଭାବେ AI ଜେନେରେଟେଡ୍‌ ବୋଲି ଲେଖାଯିବା ସହ ଲୋଗୋ ମଧ୍ୟ ରହିବ । ଯଦି ସେଥିରେ ଥିବା ତଥ୍ୟ ମିଥ୍ୟା ହୋଇଥାଏ, ତେବେ ତାକୁ ୩ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ବ । ନିର୍ବାଚନ କମିଶନଙ୍କ ଏଭଳି କଡ଼ା ଆଭିମୁଖ୍ୟକୁ ନେଇ ରାଜନୈତିକ ନେତାମାନଙ୍କ ପାଇଁ ସାମନ୍ୟ ଆଶ୍ୱସ୍ତିର ବିଷୟ ନିଶ୍ଚୟ ।

ନିର୍ବାଚନ କମିଶନ ନିରପେକ୍ଷ ଭୋଟଦାନକୁ ସୁନିଶ୍ଚିତ କରିବା ଲାଗି ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ନିର୍ବାଚନ କମିଶନ କହିଛନ୍ତି, ଏଆଇ ଦ୍ବାରା ନିର୍ମିତ ତଥ୍ୟ ଲୋକଙ୍କୁ ଭ୍ରମିତ କରୁଛି । ମଥ୍ୟା ତଥ୍ୟ ଆଧାରିତ କଣ୍ଟେଣ୍ଟ ସବୁ AI ଦ୍ୱାରା ପ୍ରସ୍ତୁତ କରାଯାଉଛି। ଯାହାଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି । ସେମାନଙ୍କ ନିଷ୍ପତ୍ତି ନେବାର ଦିଗ ମଧ୍ୟ ବଦଳିଯାଉଛି । ତେଣୁ ଏଥିରେ ରୋକ ଲାଗିବା ନିହାତି ଜରୁରୀ ।

AI ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟ, ଯେଉଁଥିରେ ନେତାମାନଙ୍କ ମିଥ୍ୟା ତଥ୍ୟ କିମ୍ବା ଘଟଣା ଦେଖିବାକୁ ମିଳୁଛି। ଯାହା ଦେଶର ଗଣତନ୍ତ୍ର ଲାଗି ବିପଦ। ଏପରି କଣ୍ଟେଣ୍ଟ ଭୋଟରଙ୍କୁ ପ୍ରଭାବିତ କରିଥାଏ। ମତଦାନ ବେଳେ ସମସ୍ତ ରାଜନୈତିକ ପାର୍ଟି ଏବଂ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଦେବା ନିର୍ବାଚନ କମିଶନଙ୍କ କାମ। ତେଣୁ ଏଆଇର ଅପବ୍ୟବହାର ଏଥିରେ ବାଧା ଆଣିବାର ସମ୍ଭାବନା ରହିଛି। ଯେଉଁଥିପାଇଁ ଏଭଳି କଣ୍ଟେଣ୍ଟ ଉପରେ ରୋକ ଲଗାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଯଦି ଏଥିରେ କୌଣସି ଦଳ କିମ୍ବା ତାଙ୍କର ସହଯୋଗୀ ଟେକ୍ନିକାଲ ଟିମ୍ ଏହି ନିୟମ ଉଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Commission | Don't misuse AI in Bihar poll campaign: Election Commission's warning to parties | Argus News