Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଅତି ନିକଟରୁ  ବୁଲେଟ୍‌ର ଫଟୋ କ୍ଲିକ୍‌ କରି  ଚର୍ଚ୍ଚାରେ,  ଜାଣନ୍ତୁ କିଏ...  ? 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଅତି ନିକଟରୁ  ବୁଲେଟ୍‌ର ଫଟୋ କ୍ଲିକ୍‌ କରି  ଚର୍ଚ୍ଚାରେ,  ଜାଣନ୍ତୁ କିଏ...  ? 

ନୂଆଦିଲ୍ଲୀ:  ଡୋନାଲ୍ଡ ଟ୍ରମ୍ପ ଙ୍କୁ ନିର୍ବାଚନୀ ରାଲିରେ ଫାୟରିଂ। ଏହି ଆକ୍ରମଣରୁ ବଞ୍ଚି ଯାଇଛନ୍ତି ଆମେରିକାର  ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ।  ଶନିବାର ସନ୍ଧ୍ୟା ୬ଟା  ୧୫ ମିନିଟ୍‌ରେ  ଫାୟରିଂ ହୋଇଥିଲା.. ଗୁଳି ତାଙ୍କ ଡାହଣ କାନରେ  ବାଜି ପଳାଇଥିଲା।  ହେଲେ ଫାୟରିଂ ସମୟର ଅର୍ଥାତ ଯେତେବେଳେ  ବୁଲେଟଟି ଟ୍ରମ୍ପଙ୍କ ଆଡକୁ ଆସୁଛି ସେହି ସମୟରେ ଜଣେ  ଫଟୋଗ୍ରାଫର  ଏହା  କ୍ୟାପଚର  କରିନେଇଛନ୍ତି।   ଖାଲି ଏତିକି ନୁହେଁ ଏହି ବୁଲେଟ ଫଟୋ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଫଟୋ ଉଠାଇଥିବା  ଫଟୋଗ୍ରାଫର  ହେଉଛନ୍ତି  ନ୍ୟୁୟର୍କ ଟାଇମ୍ସର ବରିଷ୍ଠ ଫଟୋଜର୍ଣ୍ଣାଲିଷ୍ଟ ଡଗ  ମିଲ୍ସ।  ଡଗ ମିଲ୍ସ ଏହି ଫଟୋ ଉଠାଇ ଏବେ ଚର୍ଚ୍ଚାରେ..  ଡୋନାଲ୍ଡ ଟ୍ରମ୍ପଙ୍କ ଅତି ନିକଟରୁ ଏହି ଆଇକନିକ ବୁଲେଟର ଫଟୋ   କ୍ଲିକ କରିଥିଲେ ସେ ।  

ଡଗ ମିଲ୍ସ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି, ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ସେହି  ସମୟରେ   ମୁଠି ବନ୍ଦ କରୁଥିଲେ କିନ୍ତୁ   ଟିକେ ସମୟ ପରେ   ନିସ୍ତେଜ ହୋଇପଡିଥିଲେ ଆଉ  ଡାହାଣ କାନ ପାଖରୁ ରକ୍ତ ବୋହିବାରେ ଲାଗିଲା। ଡଗ୍‌  ମିଲ୍ସ  ଆହୁରି ମଧ୍ୟ କହିଛନ୍ତି କି ସେ ଜାଣିନଥିଲେ ଯେ ତାହା ବୁଲେଟର ଶଦ୍ଧ ଥିଲେ କାରଣ ଏହା ପୂର୍ବରୁ  ଏପରି ଶଦ୍ଦ କେବେ ମୁଁ ଶୁଣି ନଥିଲି ବୋଲି କହିଥିଲେ ଡଗ୍‌ ମିଲ୍ସ।  ଏହାପରେ ଡଗ୍‌ ମିଲ୍ସଙ୍କୁ ପଚରାଯାଇଥିଲା ଯେ, କଣ ଆପଣ ଜାଣିଥିଲେ ଯେ  ବୁଲେଟ୍‌ର ଫଟୋ କ୍ଲିକ୍‌ କରିଛନ୍ତି ବୋଲି ?   ନା ମୁଁ ଜାଣିନଥିଲି କିନ୍ତୁ  ପରେ ଜାଣିଲି ବୋଲି କହିଛନ୍ତି ଡଗ୍‌ ମିଲ୍ସ ।  

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Doug Mills, a veteran photojournalist with The New York Times who took the now-iconic shot of a bullet whizzing past Donald Trump | Argus News