ବିଶ୍ବର ସମ୍ମାନଜନକ ପୁରସ୍କାର ପାଇଲେ ଭାରତୀୟ ପାଣିପାଗ ବିଜ୍ଞାନୀ

Key Points
ଜାତିସଂଘ ସାସାକାୱା ପୁରସ୍କାର ପାଇଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର
ମିଳିତ ଜାତିସଂଘ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟାଳୟ (UNDRR) ଦ୍ୱାରା ପ୍ରଦାନ କରାଯାଇଛି ଏହି ସମ୍ମାନ
ବିଜ୍ଞାନକୁ ଲୋକଙ୍କ ସହିତ ସଂଯୋଗ କରିବା", ପାଣିପାଗ ଜ୍ଞାନକୁ ସୁଗମ, କାର୍ଯ୍ୟକ୍ଷମ ଏବଂ ଜୀବନ ରକ୍ଷାକାରୀ କରିବାରେ ଶ୍ରୀ ମହାପାତ୍ରଙ୍କର ରହିଛି ବଡ଼ ଅବଦାନ
ଜାତିସଂଘ ସାସାକାୱା ପୁରସ୍କାର ପାଇଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ୨୦୨୫ ମସିହା ପାଇଁ ଶ୍ରୀ ମହାପାତ୍ର ସମ୍ମାନୀତ ହୋଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ୨୦୨୫ ପାଇଁ ମିଳିତ ଜାତିସଂଘ ସାସାକାୱା ପୁରସ୍କାର ପ୍ରଦାନ କରାଯାଇଛି। ପାଣିପାଗ ଦୁର୍ବିପାକରୁ ଜୀବନ ରକ୍ଷା ପାଇଁ ବିଜ୍ଞାନ ଏବଂ ନବସୃଜନ ବ୍ୟବହାର କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି।
ମିଳିତ ଜାତିସଂଘ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟାଳୟ (UNDRR) ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର, ବିପର୍ଯ୍ୟୟ ବିପଦକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ବ୍ୟକ୍ତି କିମ୍ବା ସଂଗଠନକୁ ସମ୍ମାନୀତ କରେ। ୧୯୮୬ରେ ଦି ନିପ୍ପୋନ ଫାଉଣ୍ଡେସନର ସହାୟତାରେ ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର ଦୁର୍ବିପାକ ହ୍ରାସ କ୍ଷେତ୍ରରେ ସର୍ବୋଚ୍ଚ ଆନ୍ତର୍ଜାତୀୟ ସମ୍ମାନ ଅଟେ। ବିଜ୍ଞାନକୁ ଲୋକଙ୍କ ସହିତ ସଂଯୋଗ କରିବା", ପାଣିପାଗ ଜ୍ଞାନକୁ ସୁଗମ, କାର୍ଯ୍ୟକ୍ଷମ ଏବଂ ଜୀବନ ରକ୍ଷାକାରୀ କରିବା ପାଇଁ ଶ୍ରୀ ମହାପାତ୍ରଙ୍କ ଏକ ବଡ଼ ଅବଦାନ ରହିଛି।
ଏହି ଅବସରରେ ସେ କହିଛନ୍ତି "ଏହା କେବଳ ମୋ ପାଇଁ ନୁହେଁ ବରଂ ପ୍ରତ୍ୟେକ ବୈଜ୍ଞାନିକ, ପାଣିପାଗ ପୂର୍ବାନୁମାନକାରୀ ଏବଂ ଅଧିକାରୀଙ୍କ ପାଇଁ ଏକ ସମ୍ମାନର ବିଷୟ।
📱 Get Argus News App
✨“ଭାରତର ସାଇକ୍ଲୋନ ମ୍ୟାନ” ଭାବେ ଜଣାଶୁଣା ଡକ୍ଟର ମହାପାତ୍ର ପ୍ରାକୃତିକ ବିପର୍ଯ୍ୟୟ ବେଳେ ପାଣିପାଗ ପୂର୍ବାନୁମାନକୁ ଅଧିକ ସକ୍ରିୟ ଏବଂ ସଠିକ୍ ତଥ୍ୟ ଦେବା ନେଇ କାର୍ଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପାଣିପାଗ ବିଭାଗ ସତର୍କତା ମାଧ୍ୟମରେ ଅସଂଖ୍ୟ ଜୀବନ ରକ୍ଷା ପାଇବା ସହ ପ୍ରାକୃତିକ ପ୍ରାକୃତିକ ଦୁର୍ବିପାକର ପ୍ରଭାବକୁ ଅନେକାଶଂରେ ହ୍ରାସ କରାଯାଇ ପାରିଛି।
ଭାରତୀୟ ପାଣିପାଗ ବିଭାଗର ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ପୋଷ୍ଟରେ ଲେଖାଯାଇଛି, "ଭାରତକୁ ଅଭିନନ୍ଦନ!! ଦେଶ ପାଇଁ ଗର୍ବର ମୁହୂର୍ତ୍ତ!! ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର୧୯୬୫ ମସିହା ଅଗଷ୍ଟ ୧୨ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ରାଜଗୁରୁପୁରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୮ ମସିହାରେ ପଦାର୍ଥ ବିଜ୍ଞାନରେ ଏମଏସସି ଏବଂ ପିଏଚଡି କରିବା ପରେ ଚାନ୍ଦିପୁରରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ସମନ୍ୱିତ ପରୀକ୍ଷଣ ରେଞ୍ଜରେ ଜୁନିଅର ବୈଜ୍ଞାନିକ ସହାୟକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।