Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦାୟିତ୍ବ ଗ୍ରହଣ କଲେ ଇସ୍ରୋର ନୂଆ ଅଧ୍ୟକ୍ଷ

Smruti Parija
Browse all articles by Smruti Parija
·1 year ago·1 min read
ଦାୟିତ୍ବ ଗ୍ରହଣ କଲେ ଇସ୍ରୋର ନୂଆ ଅଧ୍ୟକ୍ଷ

Key Points

ଏସ୍ .ସୋମନାଥଙ୍କ ସ୍ଥାନ ନେଲେ ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ ।

ଅର୍ଗସ ବ୍ୟୁରୋ: ଏସ୍ .ସୋମନାଥଙ୍କ ସ୍ଥାନ ନେଲେ ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭି.ନାରାୟଣନ୍‌ । ସୋମବାର ଅପରାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି ଇସ୍ରୋର ନୂଆ ଅଧ୍ୟକ୍ଷ । ନାରାୟଣନ୍ ଆସନ୍ତା ଦୁଇ ବର୍ଷ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ରହିବେ। ପୂର୍ବରୁ ସେ ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ଏଲପିଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ ।


୧୯୮୪ରେ ଇସ୍ରୋରେ ଯୋଗ ଦେଇ ପ୍ରାୟ ୪୦ ବର୍ଷ ଧରି ବୈଜ୍ଞାନିକ ଭାବେ କାର୍ଯ୍ୟ କରିଛନ୍ତି ନାରାୟଣନ୍‌ । ଇସ୍ରୋ ଅଧ୍ୟକ୍ଷ ହେବା ପୂର୍ବରୁ ନାରାୟଣନ ଭଲିଆମାଲାରେ ଅବସ୍ଥିତ ଲିକ୍ୱିଡ୍ ପ୍ରପଲ୍ୟୁସନ୍ ସିଷ୍ଟମ୍ ସେଣ୍ଟର ବା LPSC ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଜିଏସଏଲଭି ଏମ୍ କେ-୩ ପାଇଁ ଆବଶ୍ୟକ ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ ତିଆରିରେ ନାରାୟଣନଙ୍କର ଥିଲା ପ୍ରମୁଖ ଭୂମିକା । ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍ .ସୋମନାଥଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଥିଲା । ୧୪ ଜାନୁଆରୀ ୨୦୨୨ରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dr. V. Narayanan Takes Charge as ISRO Chairman, Succeeding Dr. S. Somanath | Argus News