Videos
|
National

  WHO ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ ଡକ୍ଟର ବିବେକ ମୂର୍ତ୍ତି  

Manini Pattanayak
Browse all articles by Manini Pattanayak
·2 years ago·1 min read
  WHO ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ ଡକ୍ଟର ବିବେକ ମୂର୍ତ୍ତି  

 ନୂଆଦିଲ୍ଲୀ:  WHO ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ । ମୂଳ ଭାରତୀୟ ସର୍ଜନ ଜେନେରାଲ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେରିକାର ସଂସଦ ସିନେଟରେ ଏନେଇ ପ୍ରସ୍ତାବ ଦେଇଛନ୍ତି ବାଇଡେନ୍‌ । ଦ୍ବିତୀୟ ଥର ପାଇଁ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦିଆଯାଇଛି ।

ଡକ୍ଟର ମୂର୍ତ୍ତିଙ୍କୁ WHO ବୋର୍ଡରେ ସାମିଲ କରିବା ପ୍ରସ୍ତାବ ୨୦୨୨ରୁ ହିଁ ପେଣ୍ଡିଙ୍ଗ ରହିଛି । ୨୦୨୧ରେ ୨୧ ତମ ସର୍ଜନ ଜେନେରାଲ ଭାବେ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁକୁ ମଞ୍ଜୁରୀ ମିଳିଥିଲା । ଡକ୍ଟର ମୂର୍ତ୍ତି ହେଉଛନ୍ତି ଆମେରିକାରେ ଭାରତୀୟ ମୂଳ ଭାବେ ପ୍ରଥମ ସର୍ଜନ ଜେନେରାଲ । ଆମେରିକାରେ ସର୍ଜନ ଜେନେରାଲଙ୍କୁ ଦେଶର ଟପ ଡାକ୍ତର ଭାବେ ଗ୍ରହଣ କରାଯାଏ । ଦେଶ ପାଇଁ ସବୁଠୁ ଭଲ ହେଲ୍ଥ ପଲିସି ପ୍ରସ୍ତୁତ କରିବା ଜଣେ ସର୍ଜନ ଜେନେରାଲଙ୍କ କାର୍ଯ୍ୟ ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
US Surgeon General Dr Vivek Murthy's nomination sent to Sena | Argus News