Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା 2 ବର୍ଷ

Smruti Parija
Browse all articles by Smruti Parija
·1 year ago·2 min read
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା 2 ବର୍ଷ

ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା 2 ବର୍ଷ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଗହଣରେ ସମୟ ବିତାଇଛନ୍ତି ରାଷ୍ଟ୍ରପତି । ଦିଲ୍ଲୀର ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । 

 

9 ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଜଳବାୟୁ ପରିବର୍ତ୍ତନକୁ ନେଇ ବୁଝାଇଛନ୍ତି । ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେଥିପାଇଁ ଆମକୁ ଗଛ ଲଗାଇବା ଉଚିତ୍ । ଜଳ ଅପଚୟକୁ ହ୍ରାସ କରିବା ଏବଂ ବର୍ଷା ଜଳ ଅମଳ ମାଧ୍ୟମରେ ଏହାକୁ ସଂରକ୍ଷଣ କରିବା ପାଇଁ ମଧ୍ୟ ପଦକ୍ଷେପ ନେବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ମୁର୍ମୁ ବାୟୁ ପ୍ରଦୂଷଣ ବିଷୟରେ ମଧ୍ୟ ଆଲୋଚନା କରି ଏହାର ପ୍ରଭାବକୁ ହ୍ରାସ କରିବାର କଣ ଉପାୟ ହେବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛାତ୍ରଛାତ୍ରୀମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ । ନିଜ ଜୀବନର ଲକ୍ଷ ବିଷୟରେ କହିଥିଲେ । ପିଲାଙ୍କ ଗହଣରେ ରହି ରାଷ୍ଟ୍ରପତି ମୁର୍ମୁ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି । ନବମ ଶ୍ରେଣୀରେ ପଢୁଥିବାବେଳେ ଛାତ୍ରଛାତ୍ରୀ ଗ୍ଲୋବାଲ୍ ୱାର୍ମିଂକୁ ନେଇ ବେଶ ସଚେତନ ଅଛନ୍ତି । ଯେବେ ଏମାନେ ବଡ ହୋଇଯିବେ ଗ୍ଲୋବଲ୍ ୱାର୍ମିଂ ନିଶ୍ଚିତ ଭାବରେ ହ୍ରାସ ପାଇବ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଦ୍ରୌପଦୀ ମୁର୍ମୁ ।  

 

ଶ୍ରୀମତୀ ମୁର୍ମୁ 2022 ମସିହାରେ ଜୁଲାଇ 25ରେ ଭାରତର 15 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । 
 

Sponsored
Draupadi Murmu completed 2 years -as-president-of-india | Argus News