DRDO / ସୀମାରେ ଶତ୍ରୁ ଦେଶକୁ ଚେତାବନୀ ଦେଲା ପ୍ରଳୟ ମିସାଇଲ

Key Points
ବର୍ଷର ଶେଷ ଦିନରେ DRDOର ବଡ଼ ଧମାକା । ସୀମାରେ ଶତ୍ରୁ ରାଷ୍ଟ୍ରକୁ ଶକ୍ତ ଚେତାବନୀ ଦେଇଛି ଭାରତର ପ୍ରଳୟ ମିସାଇଲ । ଓଡ଼ିଶା ଉପକୂଳରେ ଆଜି ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ୨ ପ୍ରଳୟ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଚାନ୍ଦିପୁର ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଳୟ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ହୋଇଛି । ପ୍ରଥମ ଥର ପାଇଁ ଗୋଟିଏ ମୋବାଇଲ୍ ଲଞ୍ଚରରୁ ଅତି ଅଳ୍ପ ସମୟ ବ୍ୟବଧାନରେ ଦୁଇଟି ମିସାଇଲ୍ ଉତକ୍ଷେପଣ କରି ଭାରତ ନିଜର ଶକ୍ତିଶାଳୀ ରଣନୈତିକ ଦକ୍ଷତା ପ୍ରଦର୍ଶନ କରିଛି ।
ଏହି ମିସାଇଲ୍ ୧୫୦ ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁର ବଙ୍କର, ଆଡ୍ଡା ଓ ଯୋଗାଯୋଗ କେନ୍ଦ୍ରକୁ ସଠିକ ଭାବେ ଧ୍ୱଂସ କରିପାରିବ । ଏହା ଏକ କ୍ୱାସି-ବାଲିଷ୍ଟିକ୍ ମିସାଇଲ୍ ଯାହା ଆକାଶ ମାର୍ଗରେ ନିଜର ଗତିପଥ ବଦଳାଇବାରେ ସକ୍ଷମ। ଫଳରେ ଶତ୍ରୁ ପକ୍ଷର ଆଣ୍ଟି-ମିସାଇଲ୍ ସିଷ୍ଟମ୍ ଏହାକୁ ଧରିବା ପ୍ରାୟ ଅସମ୍ଭବ। ଶତ୍ରୁକୁ ପ୍ରତିକ୍ରିୟା ଦେବା ପାଇଁ ସୁଯୋଗ ନଦେଇ ଏହା ଅତ୍ୟନ୍ତ କ୍ଷୀପ୍ର ଗତିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। DRDO ର ପ୍ରଳୟ କ୍ଷପଣାସ୍ତ୍ର ଚୀନ ଓ ପାକିସ୍ତାନ ସୀମାରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ।
📱 Get Argus News App
✨Related Topics
Explore more stories