Videos
|
National

40 ସେକେଣ୍ଡରେ ଆମେରିକା ବୁଲିବା ସ୍ୱପ୍ନ ଧୂଳିସାତ

Smruti Parija
Browse all articles by Smruti Parija
·1 year ago·2 min read
40 ସେକେଣ୍ଡରେ ଆମେରିକା ବୁଲିବା ସ୍ୱପ୍ନ ଧୂଳିସାତ

ବିଦେଶ ବୁଲିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ନିଜ ଜମା ପୁଞ୍ଜିରେ ବୁଲା ବୁଲି କରି ଆସିଲେ ମାଇଣ୍ଡ ଫ୍ରେସ୍ ହୋଇଯାଏ । କାମରେ ପୁଣି ମନ ଲାଗେ । ସେଥିପାଇଁ ଦିଲ୍ଲୀର ଏହି ଯୁବକ ସବୁକିଛି ଠିକ୍ କରିସାରିଥିଲେ । ସେଭିଂସ୍ କରି ବିଦେଶ ବୁଲିବାକୁ ପ୍ଲାନ୍ କରିଥିଲେ । କାମରୁ ଛୁଟି ବି ଆଣିସାରିଥିଲେ । ଭିସା ମଧ୍ୟ ଆପ୍ଲାଏ କରିସାରିଥିଲେ । ହେଲେ ମାତ୍ର 40 ସେକେଣ୍ଡ୍ ରେ ତାଙ୍କର ଭିସା ରିଜେକ୍ଟ ହୋଇଯାଇଥିଲା । ତା'ର କାରଣ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।


ସବୁକିଛି ଠିକ୍ ଥିଲା କେବଳ ଗର୍ଲ ଫ୍ରେଣ୍ଡ୍ ବା ପ୍ରେମିକାଙ୍କ ନାଁ ନେବାରୁ 40 ସେକେଣ୍ଡରେ ଭିସା କ୍ୟାନସଲ ହୋଇଗଲା । ଯୁବକଙ୍କ କହିବାନୁଯାୟୀ, ଆମେରିକାରେ ଦୁଇ ସପ୍ତାହ ବିତାଇବା ପାଇଁ ସେ ଛୁଟି ନେଇଥିଲେ । କେଉଁ କେଉଁ ଜାଗା ବୁଲିବେ ତାହାର ବି ଲିଷ୍ଟ କରିସାରିଥିଲେ । ସେଥିପାଇଁ ସେ B-1,B-2 ଟୁରିଷ୍ଟ ଭିସା ପାଇଁ ଦିଲ୍ଲୀ ସ୍ଥିତ ଆମେରିକା ଏମ୍ବାସି ପହଞ୍ଚିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଠାରେ ସେ ଇଣ୍ଟରଭ୍ୟୁରେ ବସିଥିଲେ । ତାଙ୍କୁ ପ୍ରଥମ ପ୍ରଶ୍ନ ପଚରାଯାଇଥିଲା ଯେ ଆପଣ ଆମେରିକା କାହିଁକି ଯିବାକୁ ଚାହୁଁଛନ୍ତି । କଣ ଆପଣଙ୍କର ଆମେରିକାରେ କେହି ସାଙ୍ଗ କିମ୍ବା ବନ୍ଧୁବାନ୍ଧବ ଅଛନ୍ତି । ଯୁବକ ଜଣଙ୍କ କହିଥିଲେ ମୁଁ ବୁଲିବାକୁ ଯିବାକୁ ଚାହୁଁଛି । ଏବେ ଯାଏଁ ଭାରତ ବାହାରକୁ କେବେ ଯାତ୍ରା କରିନି । ଆଉ ଆମେରିକାରେ ମୋର ଗର୍ଲଫ୍ରେଣ୍ଡ୍ ଅଛି ଯାହାକୁ ଦେଖା କରିବାକୁ ପ୍ଲାନ୍ ଅଛି ।


ବାସ୍ ଏତିକି କହିଛନ୍ତି, ଯୁବକଙ୍କ କହିବାନୁଯାୟୀ ଯେତେବେଳେ ସେ ଗର୍ଲ ଫ୍ରେଣ୍ଡ୍ ର ନାଁ ନେଇଥିଲେ ଭିସା ଅଧିକାରୀ ବିନା କୌଣସି ପ୍ରଶ୍ନ କରି ସଙ୍ଗେ ସଙ୍ଗେ ତାଙ୍କୁ ଭିସା ସକ୍ସନ୍ 214(b)ର ରିଜେକ୍ସନ୍ ସ୍ଲିପ୍ ଧରାଇଦେଲେ । ଯୁବକଙ୍କ କହିବାନୁଯାୟୀ ସେ ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇଥିଲେ । ହେଲେ ଏହାପରେ ବି ତାଙ୍କ ଭିସା ରିଜେକ୍ଟ କରିଦିଆଯାଇଥିଲା ।


ଭିସା ସକ୍ସନ୍ 214(b) କ'ଣ ?


ଆମେରିକା ଭିସା କାନୁନର ସେକ୍ସନ 214(b) ଅନୁଯାୟୀ, ଯଦି ଆଧିକାରୀଙ୍କୁ ଏହା ଲାଗେ ଯେ ଆବେଦକ ଆମେରିକା ଗଲା ପରେ ଆଉ ଫେରିବେ ନାହିଁ, ଅଥବା ତାଙ୍କର ଦେଶରେ ପାରିବାରିକ, ସାମାଜିକ ଓ ଆର୍ଥିକ ସଂପର୍କ ନାହିଁ ତେବେ ସେ ଭିସା ଦେବା ପାଇଁ ମନା କରିପାରିବେ ।


dream-of-visiting-america-shattered-in-40-seconds | Argus News