Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହମାସ୍ ରାସ୍ତାରେ ମାଓବାଦୀ ! ସୁଡ଼ଙ୍ଗରେ ଠାବ ହେଲା ବନ୍ଧୁକ ତିଆରି କାରଖାନା

National

ହମାସ୍ ରାସ୍ତାରେ ମାଓବାଦୀ ! ସୁଡ଼ଙ୍ଗରେ ଠାବ ହେଲା ବନ୍ଧୁକ ତିଆରି କାରଖାନା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ହମାସ୍ ରାସ୍ତାରେ ମାଓବାଦୀ !  ସୁଡ଼ଙ୍ଗରେ ଠାବ ହେଲା ବନ୍ଧୁକ ତିଆରି କାରଖାନା

ଅର୍ଗସ ବ୍ୟୁରୋ: ମାଓବାଦୀଙ୍କ ଗୁପ୍ତ ସୁଡ଼ଙ୍ଗ । ସୁଡ଼ଙ୍ଗ ଭିତରେ ଚାଲିଛି ଅସ୍ତ୍ରଶସ୍ତ୍ର ତିଆରି । ବିଭିନ୍ନ ପ୍ରକାର ବନ୍ଧୁକ ତିଆରି କରୁଛନ୍ତି ମାଓବାଦୀ । ଗାଜାରେ ହମାସର ଗୁପ୍ତ ସୁଡ଼ଙ୍ଗ ଭଳି ମାଓବାଦୀ ବି କରିଛନ୍ତି ଗୁପ୍ତ ସୁଡ଼ଙ୍ଗ । ଆଉ ସେହି ସୁଡ଼ଙ୍ଗ ଭିତରେ ରହିଛି ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା । ଛତିଶଗଡ଼ରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ସୁଡ଼ଙ୍ଗରେ ବନ୍ଧୁକ କାରଖାନା ଠାବ ହୋଇଛି ।


ସୁକମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନଙ୍କୁ ବଡ଼ ସଫଳତା ମିଳିଛି । ମାଟି ତଳେ ଥିବା ଗୁପ୍ତ ସୁଡ଼ଙ୍ଗରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି ଯବାନ । ଗତ ୨ ଦିନ ଧରି ଦକ୍ଷିଣ ବସ୍ତର ଅନ୍ତର୍ଗତ ସୁକୁମା, ବିଜାପୁର ସହ ତେଲଙ୍ଗାନାରେ ବଡ ଧରଣର ମାଓ ଅପରେସନ ଚାଲିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୯ ମାଓବାଦୀ ନିହତ ହୋଇଛନ୍ତି । ସର୍ଚ୍ଚ ଅପରେସନ୍ ବେଳେ ସୁକମା-ବିଜାପୁର ସୀମାବର୍ତ୍ତୀ ତଲପେରୁ ଏ ତୁମରେଲ ନଦୀ ମଝିରେ ମାଟି ତଳୁ ଗୋଟିଏ ବଡ ମାଓ ଡମ୍ପ ଠାବ ହୋଇଥିଲା । ଆଉ ସୁଡ଼ଙ୍ଗରେ ଖୋଜି ଖୋଜୁ ଯେଉଁ ଚିତ୍ର ସାମନାକୁ ଆସିଲା ତାହା ଯବାନଙ୍କ ହୋଶ୍ ଉଡ଼ାଇ ଦେଲା ଭଳି ।


କାରଣ ଗୁପ୍ତ ସୁଡ଼ଙ୍ଗରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ଲେଥ୍ ମେଶିନ ସହ କଟିଂ ମେଶିନ, ଡ୍ରିଲ ମେଶିନ୍ ଆଦି ଥାଇ ମାଟି ତଳେ ଚାଲିଥିଲା କାରଖାନା । ମାଟି ତଳେ ପୋତା ହୋଇ ଥିଲା ବଣ୍ଡଲ ବଣ୍ଡଲ ବିଦ୍ୟୁତ ତାର, ବନ୍ଧୁକ ତିଆରି ଲାଗି ବିଭିନ୍ନ ମାପର ପାଇପ୍ । ବେମା ତିଆରି ଲାଗି କାଚ ବୋତଲ ଆଦି ମଧ୍ୟ ମିଳିଛି । ଉକ୍ତ କାରଖାନାକୁ ନଷ୍ଟ କରି ଦେଇଛନ୍ତି ଡିଆରଜି ଯବାନ ।

Education Next Season 5
Sponsored
DRG Jawan Found Gun Factory Of Maoist Under Tunnel In Sukma | Argus News