Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୪ କେଜିରୁ ଅଧିକ ସୁନା ସହ ଧରାପଡ଼ିଲେ ଅଭିନେତ୍ରୀ, ବାପା ବଡ଼ IPS ଅଫିସର୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
୧୪ କେଜିରୁ ଅଧିକ ସୁନା ସହ ଧରାପଡ଼ିଲେ ଅଭିନେତ୍ରୀ, ବାପା ବଡ଼ IPS ଅଫିସର୍

ସୁନା ଚୋରା ଚାଲାଣରେ ସମ୍ପୃକ୍ତ ଅଭିନେତ୍ରୀ । ମିଳିଲା ୧୪.୮ କେଜି ସୁନା । ଜଣେ ଅଭିନେତ୍ରୀଙ୍କ ଠାରୁ ବିପୁଳ ପରିମାଣର ସୁନା ଜବତ କରିଛି ବେଙ୍ଗାଲୁରୁର ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) । ସୁନା ତସ୍କରୀ ମାମଲାରେ ବଡ଼ ସଫଳତା ମିଳିଛି । କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅଭିନେତ୍ରୀଙ୍କ ଠାରୁ ୧୪ କେଜିରୁ ଅଧିକ ସୁନା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି ।


ଗିରଫ ଜଣଙ୍କ ହେଉଛନ୍ତି କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓ (Ranya Rao) । ବାରମ୍ବାର ବିଦେଶ ଯାଉଥିବା ରାନ୍ୟାଙ୍କ ଉପରେ ଦୀର୍ଘ ଦିନରୁ ନଜର ରଖିଥିଲା ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ । ମାର୍ଚ୍ଚ ୩ ତାରିଖରେ ରାନ୍ୟା ଦୁବାଇରୁ ଏମିରେଟ୍‌ସ ବିମାନରେ ଫେରିଥିଲେ ବେଙ୍ଗାଲୁରୁ । ଆଉ ଯାଞ୍ଚ ବେଳେ ତାଙ୍କ ନିକଟରୁ ମିଳିଥିଲା ୧୪ କେଜିରୁ ଅଧିକ ସୁନା । ଏହା ପରେ କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଡିଆରଆଇ ଗିରଫ କରିଛି ।


ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ଅଭିନେତ୍ରୀ ରାନ୍ୟା ଅଧିକାଂଶ ସୁନାକୁ ପିନ୍ଧିଥିଲେ । ଏଥିସହ କେତେକ ସୁନା ଅଳଙ୍କାରକୁ ପୋଷାକରେ ଲୁଚାଇ ରଖିଥିଲେ । ଅଭିନେତ୍ରୀ ରାନ୍ୟା ରାଓ ହେଉଛନ୍ତି ଆଇପିଏସ୍‌ ରାମଚନ୍ଦ୍ର ରାଓଙ୍କ ଝିଅ । ରାମଚନ୍ଦ୍ର ଏବେ କର୍ଣ୍ଣାଟକ ପୋଲିସର ହାଉସିଂ କର୍ପୋରେସନ୍ ଡିଜିପି ଅଛନ୍ତି ।
ରାନ୍ୟା ଗିରଫ ପରେ ଏବେ ଆଇପିଏସ୍‌ ବାପା ବି ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ସ୍କାନରକୁ ଆସିଛନ୍ତି । ରାନ୍ୟାଙ୍କ ସୁନା ଚାଲାଣରେ ପୋଲିସ କିମ୍ବା ଅନ୍ୟ ଏଜେନ୍ସିର କର୍ମଚାରୀଙ୍କ ସହଯୋଗ ରହିଥିଲା କି ? ଏବେ ଏସବୁ ଦିଗରେ ଖୋଳତାଡ଼ କରୁଛି ବେଙ୍ଗାଲୁରୁ ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

DGPଙ୍କ ଝିଅ କହି ଟାଳୁଥିଲେ ଯାଞ୍ଚ


ଡିଆରଆଇ ଅନୁସାରେ, ବିମାନବନ୍ଦରରେ ପହଞ୍ଚିବା ପରେ ରାନ୍ୟା ନିଜକୁ ଡିଜିପିଙ୍କ ଝିଅ କହିବା ସହ ସେଠାରେ ମୁତୟନ ଥିବା ପୋଲିସ କର୍ମୀଙ୍କୁ ଡାକି ଘରେ ଛାଡ଼ିବାକୁ କହିଥାନ୍ତି । ଏବେ ଡିଆରଆଇ ଯାଞ୍ଚ କରୁଛି କି, କଣ ସେହି ପୋଲିସ କର୍ମଚାରୀମାନେ ଏହି ଗୋଲ୍ଡ ସ୍ମଗଲିଂରେ ସାମିଲ୍ ? ନା ଅଜାଣତରେ ସେମାନଙ୍କୁ ବ୍ୟବହାର କରୁଥିଲେ ରାନ୍ୟା ?


ତଥ୍ୟ ଅନୁସାରେ, ରାନ୍ୟା ଗତ ୧୫ ଦିନରେ ଚାରି ଚାରି ଥର ଦୁବାଇ ଯାଇଛନ୍ତି । ଆଉ ଏହା ହିଁ ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ଚମକାଇ ଦେଇଥିଲା । ଏହା ପରେ ରାନ୍ୟାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲା ଡିଆରଆଇ । ଆଉ ମିଳିଥିବା ପୂର୍ବ ସୂଚନା ଅନୁସାରେ ରାନ୍ୟା ଦୁବାଇରୁ ବିପୁଳ ସୁନା ନେଇ ବେଙ୍ଗାଲୁରୁ ଆସିବା ବେଳେ ଡିଆରଆଇ ହାତରେ ଧରା ପଡ଼ିଛନ୍ତି । ୧୪.୮ କେଜି ସୁନା ଜବତ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୧୨ କୋଟି ଟଙ୍କା ହେବ ।

Sponsored
DRI Arrested Kannada Actress Ranya Rao In Gold Smuggling | Argus News