Videos
|
National

 କ୍ଷୀରରେ କେଶର  ମିଶେଇ ପିଇବା କେତେ ଉପକାରି ?  

Manini Pattanayak
Browse all articles by Manini Pattanayak
·2 years ago·2 min read
 କ୍ଷୀରରେ କେଶର  ମିଶେଇ ପିଇବା କେତେ ଉପକାରି ?  

ନୂଆଦିଲ୍ଲୀ:  ଆପଣ ଜାଣିଛନ୍ତି କି କ୍ଷୀରରେ କେଶର  ମିଶେଇ ପିଇବା କେତେ ଉପକାରି ?  ଆଉ ଏହାର ଲାଭ କେଉଁ ମାନେ ପାଆନ୍ତି।  ଆଜ୍ଞା କେଶର ବାଲା କ୍ଷୀର ଶକ୍ତିଶାଳୀ ଔଷଧି ଅଟେ।  ଏହାକୁ ସେବନ କରିବା ଦ୍ୱାରା ବିଶେଷକରି  ଗର୍ଭବତୀ ମହିଳା, ହାର୍ଟ ଡିଜିଜ୍‌ ଏବଂ  ଡିପ୍ରେଶନରେ ରହୁଥିବା ଲେକଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ଏହାର ବରଦାନ ସଦୃଶ। କେଶର ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣେଏବଂ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି  ବଢାଇଥାଏ।  ଏଥିସହିତ  ଗର୍ଭରେ ଥିବା ଶିଶୁର ବିକାଶରେ ସାହାଯ୍ୟ କରିଥାଏ ।  ଆଜିା ବ୍ୟସ୍ତବହୁଳ ଜୀବନରେ ଡିପ୍ରେଶନ ଏକ ସାଧାରଣ  କଥା। ଯଦି ଆପଣ ଡିପ୍ରେଶନର ସିକାର ତେବେ କେଶର କ୍ଷୀର ପିଅନ୍ତୁ ଏଥିରୁ ମୁକ୍ତି ମିଳିବ।  ଡିପ୍ରେଶନରୁ ମୁକ୍ତି ଦେବା ସହ ବ୍ରେନକୁ ଶାନ୍ତି ଦେଇଥାଏ କେଶର।  ସେହିପରି ହାର୍ଟ ରୋଗିଙ୍କ ପାଇଁ ବହୁତ ଲାଭ ଦାୟକ କେଶର ଖୀର।   

କେଶରରେ  ଥିବା ଆଣ୍ଟିଅକ୍ସିଡାଣ୍ଟ  ରକ୍ତ ସଞ୍ଚାଳନରେ ଉନ୍ନତି ଆଣିଥାଏ।  ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା  କମ କରିଥାଏ  କେଶର  କ୍ଷୀର ମଧ୍ୟ କୋଲେଷ୍ଟ୍ରୋଲ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।  ଯେଉଁମାନଙ୍କ  ଇମ୍ୟୁନିଟି ଦୁର୍ବଳ  ରହିଥାଏ  ତାଙ୍କ ପାଇଁ କେଶର କ୍ଷୀର  ପିଇବା ଆବଶ୍ୟକ  କେଶରରେ ଥିବା ଭିଟାମିନ୍  ସି ଏବଂ ଅନ୍ୟ ପୋଷକ  ତତ୍ତ୍ୱ  ଇମ୍ୟୁନ୍‌ ଶିଷ୍ଟମକୁ ମଜଭୁତ କରିଥାଏ।  ଯାହା ଶରୀରକୁ ରୋଗ ସହ  ଲଢିବାର କ୍ଷମତା ଦେଇଥାଏ ।  ଖାସ୍‌ କରି  ଶିତ ଦିନେ  ଏହା ବହୁତ ଲାଭଦାୟ ହୋଇଥାଏ।  କେଶର  କ୍ଷୀର ତ୍ୱଚାକୁ ସୁରକ୍ଷା ପ୍ରଦାନ କରିଥାଏ। କେଶରରେ  ଆଣ୍ଟି-ଇନ୍‌ଫ୍ଲେମେଟୋରୀ ଗୁଣ ରହିଛି ଯାହା ଚର୍ମର ଜ୍ୱଳନକୁ  କମ୍ କରିଥାଏ।  ଏଡାକୁ ନିୟମିତ ସେବନ କରିବା ଦ୍ୱାରା ମୁହଁର ରଙ୍ଗ ଉଜ୍ଜଳ ହୋଇଥାଏ।  ମୁହଁରୁ ଦାଗ ହଟାଇବାରେ କମ କରିଥାଏ କେଶର କ୍ଷୀର। 

 କେମିତି ପ୍ରସ୍ତୁତ କରିବେ କେଶର କ୍ଷୀର ?

 କେଶର ବାଲା କ୍ଷୀର ପ୍ରସ୍ତୁତ କରିବା ବହୁତ ସହଜ ।  କେଶର କ୍ଷୀର ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ ଗରମ କ୍ଷୀରରେ ୨/୩ ଟି କେଶର ପକାଇ ଏହାକୁ ଭଲରେ ମିଶାଇ ଦିଅନ୍ତୁ।  ସ୍ୱାଦ ପାଇଁ  ଏଥିରେ  ମହୁ  କିମ୍ବା ଚିନି  ମିଶାଇ ପାରିବେ।  ଏହାକୁ ରାତିରେ ଶୋଇବା ପୂର୍ବରୁ   ପିଇକି ଶୁଅନ୍ତୁ।   ଦେଖିବେ  ଆପଣଙ୍କୁ କେତେ ଲାଭ ମିଳୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 
 
 

drinking saffron milk is panacea for these 5 people kesar milk benefits | Argus News