Videos
|
National

DL Update / ୨୫ ସେପ୍ଟେମ୍ବର ପରେ ମୋବାଇଲ୍ ନମ୍ବର ଅପଡେଟ୍ ନକଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ? ଜାଣନ୍ତୁ ସତ...

Rashmita Mishra
Browse all articles by Rashmita Mishra
·3 hours ago·2 min read
୨୫ ସେପ୍ଟେମ୍ବର ପରେ ମୋବାଇଲ୍ ନମ୍ବର ଅପଡେଟ୍ ନକଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ? ଜାଣନ୍ତୁ ସତ...
DL Update

Key Points

୨୫ ସେପ୍ଟେମ୍ବର ପରେ ଲାଇସେନ୍ସ ହେବ କି ବନ୍ଦ ?
ଭାଇରାଲ୍ ମେସେଜ୍‌ର ସତ DL ରଦ୍ଦ ହେବ ନାହିଁ !
DL ରେ ମୋବାଇଲ୍ ନମ୍ବର ନଥିଲେ ହେବ କି ସମସ୍ୟା ?

ସୋସିଆଲ୍ ମିଡିଆ ଓ ହ୍ୱାଟ୍ସଆପ୍‌ରେ ଏବେ ଏକ ମେସେଜ୍ ଦ୍ରୁତ ଭାବେ ଭାଇରାଲ୍ ହେଉଛି । ଏଥିରେ ଦାବି କରାଯାଉଛି ଯେ ୨୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଡ୍ରାଇଭିଂ ଲାଇସେନ୍ସରେ ମୋବାଇଲ୍ ନମ୍ବର ଅପଡେଟ୍ ନକଲେ ଲାଇସେନ୍ସ ସସ୍ପେଣ୍ଡ କିମ୍ବା ରଦ୍ଦ ହୋଇଯିବ । ଏହି ମେସେଜ୍ ପରେ ଅନେକ ଲୋକ ଚିନ୍ତାରେ ପଡ଼ି ଆରଟିଓ ଅଫିସ୍ କିମ୍ବା ସାଇବର କ୍ୟାଫେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏହି ଦାବିକୁ ନେଇ ସରକାରୀ ନିୟମ କ’ଣ କହୁଛି?

୨୫ ସେପ୍ଟେମ୍ବର ପରେ ଲାଇସେନ୍ସ ରଦ୍ଦ ହେବ ?
ସିଧାସଳଖ କହିଲେ, ଏପରି କୌଣସି ନିୟମ କିମ୍ବା ଡେଡ୍‌ଲାଇନ୍ ନାହିଁ ଯେ ୨୫ ସେପ୍ଟେମ୍ବର ପରେ ଡ୍ରାଇଭିଂ ଲାଇସେନ୍ସରେ ମୋବାଇଲ୍ ନମ୍ବର ଅପଡେଟ୍ ନଥିଲେ ଲାଇସେନ୍ସ ସ୍ୱତଃ ସସ୍ପେଣ୍ଡ କିମ୍ବା କ୍ୟାନ୍ସଲ୍ ହୋଇଯିବ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH) କିମ୍ବା ଅଧିକୃତ ପରିବହନ ପୋର୍ଟାଲରୁ ଏଭଳି କୌଣସି ନିର୍ଦ୍ଦେଶ ଜାରି ହୋଇନଥିବା କୁହାଯାଇଛି । ତେଣୁ ଭାଇରାଲ୍ ମେସେଜ୍ ଦେଖି ଭୟଭୀତ ହେବାର ଆବଶ୍ୟକତା ନାହିଁ।

ତେବେ ମୋବାଇଲ୍ ନମ୍ବର ଅପଡେଟ୍ କରିବାକୁ କାହିଁକି କୁହାଯାଉଛି ?
ପରିବହନ ରେକର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ ରଖିବା ନିଶ୍ଚିତ ଭାବେ ଉପଯୋଗୀ । ଅନେକ ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ବହୁ ବର୍ଷ ପୂର୍ବରୁ ତିଆରି ହୋଇଥିବାରୁ ସେଥିରେ ମୋବାଇଲ୍ ନମ୍ବର ନଥାଇପାରେ କିମ୍ବା ପୁରୁଣା ନମ୍ବର ଥାଇପାରେ । ଇସେନ୍ସ ରିନ୍ୟୁ, ଡୁପ୍ଲିକେଟ୍ ଲାଇସେନ୍ସ, ଅନଲାଇନ୍ ପରିବହନ ସେବା, ଚାଲାଣ କିମ୍ବା ଅନ୍ୟାନ୍ୟ ସୂଚନା ପାଇଁ ମୋବାଇଲ୍ ନମ୍ବର ଦରକାର ହୋଇପାରେ । ନମ୍ବର ଅପଡେଟ୍ ନଥିଲେ OTP ଭେରିଫିକେସନ୍‌ରେ ସମସ୍ୟା ହୋଇପାରେ।

ଘରେ ବସି କିପରି ଅପଡେଟ୍ କରିବେ ମୋବାଇଲ୍ ନମ୍ବର?
ଡ୍ରାଇଭିଂ ଲାଇସେନ୍ସ ସହ ମୋବାଇଲ୍ ନମ୍ବର ଲିଙ୍କ କରିବା ପାଇଁ ସାଧାରଣତଃ ଅନଲାଇନ୍ ପରିବହନ ସେବା ବ୍ୟବହାର କରାଯାଇପାରେ।
- ଅଧିକୃତ Parivahan/Sarathi ପୋର୍ଟାଲକୁ ଯାଆନ୍ତୁ

- ନିଜ ରାଜ୍ୟ ଚୟନ କରନ୍ତୁ।
- Driving Licence Services ବିଭାଗକୁ ଯାଆନ୍ତୁ।
- ମୋବାଇଲ୍ ନମ୍ବର ଅପଡେଟ୍ କରିବାର ବିକଳ୍ପ ଚୟନ କରନ୍ତୁ।
- ଆବଶ୍ୟକ DL ବିବରଣୀ ଓ ଜନ୍ମତାରିଖ ଦିଅନ୍ତୁ।
- ନୂଆ ମୋବାଇଲ୍ ନମ୍ବର ଦେଇ OTP ଭେରିଫାଇ କରନ୍ତୁ।
- ଶେଷରେ ତଥ୍ୟ ସବମିଟ୍ କରନ୍ତୁ।

ଭାଇରାଲ୍ ମେସେଜ୍‌ରୁ ସାବଧାନ
୨୫ ସେପ୍ଟେମ୍ବରକୁ ନେଇ ଭାଇରାଲ୍ ହେଉଥିବା ଦାବିକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ତେବେ ଭବିଷ୍ୟତରେ ଅନଲାଇନ୍ ପରିବହନ ସେବା ବ୍ୟବହାର ସମୟରେ ସମସ୍ୟା ନହେବା ପାଇଁ ନିଜ ଡ୍ରାଇଭିଂ ଲାଇସେନ୍ସରେ ଠିକ୍ ମୋବାଇଲ୍ ନମ୍ବର ଅପଡେଟ୍ ରଖିବା ଭଲ । ସବୁବେଳେ ଭାଇରାଲ୍ ମେସେଜ୍ ଉପରେ ଭରସା ନକରି ସରକାରୀ ପୋର୍ଟାଲ କିମ୍ବା ଅଧିକୃତ ସୂଚନା ଯାଞ୍ଚ କରିବା ଉଚିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: