Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

President Droupadi Murmu Birthday / ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ, ଜନ୍ମଦିନ ଅବସରରେ ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର ପାଟ ଶାଢ଼ୀ ପିନ୍ଧିବେ ମହାମହିମ

Bikash Mohanty
Browse all articles by Bikash Mohanty
·3 weeks ago·2 min read
 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ, ଜନ୍ମଦିନ ଅବସରରେ  ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର ପାଟ ଶାଢ଼ୀ ପିନ୍ଧିବେ ମହାମହିମ
President Of India

Key Points

ଆଜି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ
ନିଜ ଜନ୍ମମାଟି ପାହାଡ଼ପୁରରେ ହିଁ ଜନ୍ମଦିନ ପାଳନ କରିବେ ମହାମହିମ
ଜନ୍ମଦିନ ଅବସରରେ ସେ ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର ପାଟ ଶାଢ଼ୀ ପିନ୍ଧିବେ
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପାହାଡ଼ପୁରରେ ମହାମହିମଙ୍କ ଜନ୍ମଦିନ ପାଳିବେ
ରାଇରଙ୍ଗପୁର (୨୦/୦୬): ଆଜି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ। ନିଜ ଜନ୍ମମାଟିରେ ହିଁ ଜନ୍ମଦିନକୁ ପାଳନ କରିବେ ମହାମହିମ। ସକାଳୁ ସକାଳୁ ଘରୁ ବାହାରିବା ବେଳେ ପିଲାମାନେ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ।

ରାଷ୍ଟ୍ରପତି ମଧ୍ୟ ପିଲାଙ୍କୁ ଚକୋଲେଟ୍ ଦେଲେ।
ମୟୂରଭଞ୍ଜର ପାହାଡ଼ପୁର ଗାଁରେ ଏବେ ଉତ୍ସବର ମାହୋଲ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଦେଖିବାକୁ ମିଳିଛି ଖୁସିର ଲହରୀ । ଆଉ ଏହାରି ଭିତରେ ମହାମହିମଙ୍କ ପରିଧାନ କରିବାକୁ ଥିବା ସ୍ୱତନ୍ତ୍ର ପାଟ ଶାଢ଼ିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଜନ୍ମଦିନ ଅବସରରେ ସେ ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର ପାଟ ଶାଢ଼ି ପିନ୍ଧିବେ ବୋଲି ଜଣାପଡ଼ିଛି ।

ଶାଢ଼ିରେ ଥିବା ଫୁଲର ନକ୍ସା ଓ ପାରମ୍ପରିକ ପାଟର କାରୁକାର୍ଯ୍ୟ ଏହାକୁ ଆହୁରି ଆକର୍ଷଣୀୟ କରିଛି। ଏହି ଗୋଲାପି ନୀଳ ରଙ୍ଗର ସୁନ୍ଦର ପାଟଶାଢୀ ପିନ୍ଧି ଆଜି ରାଇରଙ୍ଗପୁର ଓ ପାହାଡପୁରର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ମହାମହିମ।

କେବଳ ଶାଢ଼ି ନୁହେଁ, ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ଦେଖାଇବାକୁ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ଶାଗ ଭଜାଠାରୁ ଆରମ୍ଭ କରି ବିଭିନ୍ନ ମିଠା ଓ ସ୍ଥାନୀୟ ବ୍ୟଞ୍ଜନ ତାଲିକାରେ ସ୍ଥାନ ପାଇଛି ।

ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଏତେ ଉତ୍ସାହ ଯେ, ତାଙ୍କ ପରିଧାନ କରିବାକୁ ଥିବା ଶାଢ଼ିକୁ ଇସ୍ତ୍ରୀ କରିଥିବା ବ୍ୟକ୍ତି ମଧ୍ୟ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଗାଁର ପ୍ରତ୍ୟେକ ଲୋକଙ୍କ ମୁହଁରେ ଖୁସି ଓ ଗର୍ବର ଝଲକ ସ୍ପଷ୍ଟ ଦେଖିବାକୁ ମିଳୁଛି ।

ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପାହାଡ଼ପୁର ଆଜି କେବଳ ଏକ ଗାଁ ନୁହେଁ, ବରଂ ସାରା ଦେଶର ନଜର ଆକର୍ଷଣ କରିଥିବା ଏକ ସ୍ୱତନ୍ତ୍ର ସ୍ଥାନ ପାଲଟିଯାଇଛି । ମହାମହିମଙ୍କ ଏହି ଗସ୍ତ ମୟୂରଭଞ୍ଜବାସୀଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିବ ।

ପଢନ୍ତୁ ଏହି ଖବର: କଥା ଦେଇ କଥା ରଖିଲେ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ତାଙ୍କ ଗାଁ ପାହାଡ଼ପୁର ଯିବେ ପ୍ରଧାନମନ୍ତ୍ରୀ

ଅନ୍ୟପଟେ କଥା ଦେଇ କଥା ରଖିଲେ ପ୍ରଧାନମନ୍ତ୍ରୀ, ଉତ୍ସାହିତ ରାଷ୍ଟ୍ରପତିଙ୍କ ଗାଁର ଜନସାଧାରଣ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ପାହାଡ଼ପୁର ଗାଁକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଗାଁ ପାହାଡ଼ପୁରକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ।

ଆଉ ସେହି ନିମନ୍ତ୍ରଣକୁ ସମ୍ମାନ ଜଣାଇ ଐତିହାସିକ ଗସ୍ତରେ ପାହାଡ଼ପୁରରେ ପହଞ୍ଚିବେ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ଏବେ ପାହାଡ଼ପୁର ଗାଁ ସହ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଏକ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ନିଜ ଗାଁକୁ ଦେଶର ପ୍ରଧାନମନ୍ତ୍ରୀ ଆସୁଥିବାରୁ ଗ୍ରାମବାସୀ ମଧ୍ୟ ନିଜକୁ ବେଶ୍ ଗର୍ବିତ ମନେ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Droupadi Murmu 68th Birthday: Pink & Blue Pat Saree, Celebration at Pahadpur | Argus News