୨୦୪୭ ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ ରୋଡମ୍ୟାପ୍

Key Points
`ମିଳିତ ସଂକଳ୍ପ, ସହଭାଗୀ ଦାୟିତ୍ୱ' ଲକ୍ଷ୍ୟ ନିଶାମୁକ୍ତ ଭାରତ
ନିଶା ବିରୋଧରେ ଏକଜୁଟ ହେବାକୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀରେ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସର ଦ୍ବିତୀୟ ବାର୍ଷିକ ସମାବେଶ
ନିଶାଦ୍ରବ୍ୟ ଉତ୍ପାଦନ ଓ ଡ୍ରଗ୍ ସିଣ୍ଡିକେଟ ଧ୍ବସ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆହ୍ବାନ
୨୦୪୭ ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ ରୋଡମ୍ୟାପ୍ । ନିଶା କବଳରୁ ଦେଶକୁ ମୁକ୍ତ କରିବା ଲକ୍ଷ୍ୟର ନୂଆଦିଲ୍ଲୀରେ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସର ଦୁଇ ଦିନିଆ ସମ୍ମିଳନୀ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ANTF ଦ୍ବିତୀୟ ବାର୍ଷିକ ସମ୍ମିଳନୀରେ ନିଶା ବିରୋଧରେ `ମିଳିତ ସଂକଳ୍ପ, ସହଭାଗୀ ଦାୟିତ୍ୱ' ଥିମ ଉପରେ ଜାରି ରହିଛି ମନ୍ଥନ ।
ମୋଦି ସରକାରଙ୍କ ନିଶା ବିରୋଧୀ ରଣନୀତି ଓ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କାର୍ଯ୍ୟକ୍ରମରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ବାର୍ଷିକ ରିପୋର୍ଟ-୨୦୨୪ ଉନ୍ମୋଚନ କରିବା ସହ ଅନଲାଇନରେ ନିଶା କାରବାର ରୋକିବାକୁ ଜାତୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି ଶାହ ।
ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୬ ANTF ମୁଖ୍ୟଙ୍କ ସମେତ ସାମିଲ ହୋଇଛନ୍ତି ସରକାରୀ ବିଭାଗର ଅଂଶୀଦାର, ନାର୍କୋଟିକ୍ସ ଏକ୍ସପର୍ଟ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ । ଦେଶ ସୀମା ପାର କରି ଡ୍ରଗ ପ୍ୟାଡଲର ଦେଶର ବିଭିନ୍ନ ରାଜ୍ୟକୁ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଛନ୍ତି । ରାଜ୍ୟ ସ୍ତରରେ ନେଟୱର୍କ ମାଧ୍ୟମରେ ନିଶା ଗ୍ରାହକଙ୍କ ନିକଟରେ ପହଞ୍ଚୁଛି ଡ୍ରଗ୍ସ । ନିଶା କାରବାରର ଏହି ୩ଟି ସୋପାନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଆହ୍ବାନ ଦେଇଛନ୍ତି ଶାହ ।
ନିଶାମୁକ୍ତ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ୪୭୯୪ କୋଟି ମୂଲ୍ୟର ନିଶା ସାମଗ୍ରୀ ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ANTF ପକ୍ଷରୁ ଗୋଟିଏ ବର୍ଷ ମଧ୍ୟରେ ଦେଶବ୍ୟାପୀ ୧୨୬୨ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ୧ କୋଟିରୁ ଅଧିକ ଲୋକ ସାମିଲ ହୋଇ ନିଶାମୁକ୍ତି ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଛନ୍ତି । ANTF ସମ୍ମିଳନୀରେ ନିଶାଦ୍ରବ୍ୟ ଉତ୍ପାଦନ ଓ ଡ୍ରଗ୍ ସିଣ୍ଡିକେଟକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଦିନିଆ ଜାତୀୟ ସମ୍ମିଳନୀର ପ୍ରଥମ ଦିନରେ ନିଶାମୁକ୍ତ ଭାରତ ଗଠନ ପାଇଁ ANTFର ଭୂମିକା, ନିଶା ନେଟୱର୍କ ଭାଙ୍ଗିବାକୁ ରଣନୀତି, ନିଶାଦ୍ରବ୍ୟ ଚାହିଦା ହ୍ରାସ ପ୍ରସଙ୍ଗରେ ହେଉଛି ଆଲୋଚନା । ଦ୍ବିତୀୟ ଦିନରେ ଡ୍ରଗ୍ ପ୍ୟାଡଲର ଓ ପଳାତକଙ୍କୁ ଟ୍ରାକ୍, ବିଦେଶ ଚାଲିଯାଇଥିବା ଚୋରାଚାଲାଣକାରୀଙ୍କ ପ୍ରତ୍ୟର୍ପଣ, ସିନ୍ଥେଟିକ୍ ଡ୍ରଗ୍ସ ଓ କ୍ଲାନର ଚିହ୍ନଟ, ଲ୍ୟାବ୍ ପ୍ରତିଷ୍ଠା, ଡାର୍କ ୱେବ ଏବଂ କ୍ରିପ୍ଟୋକରେନ୍ସି ମାଧ୍ୟମରେ ନିଶାଦ୍ରବ୍ୟ କ୍ରୟବିକ୍ରୟର ଅନୁସନ୍ଧାନ ପ୍ରସଙ୍ଗକୁ ନେଇ ହେବ ମନ୍ଥନ ।