Elephant Clash / ଗାଧୋଇବା ବେଳେ ଝଗଡ଼ା ଲାଗିଲେ ୨ ହାତୀ; ଦେଖନ୍ତୁ ଲୋମଟାଙ୍କୁରା Video
·1 month ago·2 min read

Key Points
ହଠାତ୍ ହାତୀଙ୍କ ଭିତରେ ଝଗଡ଼ା ହେଲା । ହାତୀଙ୍କୁ ଦେଖି ମନ ଖୁସି କରିବାକୁ ଆସିଥିବା ପର୍ଯ୍ୟଟକ ଗଜାନନଙ୍କ ଉଗ୍ର ରୂପ ଦେଖି ଏଣେତେଣେ ଦୌଡ଼ିଲେ ।
ବେଙ୍ଗାଳୁରୁ: ୱାଇଲ୍ଡଲାଇଫ୍ କ୍ୟାମ୍ପରେ ଗୋଧୋଉଥିଲେ ହାତୀ । ଧାଡ଼ି ବାନ୍ଧି ଦେଖୁଥିଲେ ପର୍ଯ୍ୟଟକ । ଆଉ ହଠାତ୍ ହାତୀଙ୍କ ଭିତରେ ଝଗଡ଼ା ହେଲା । ହାତୀଙ୍କୁ ଦେଖି ମନ ଖୁସି କରିବାକୁ ଆସିଥିବା ପର୍ଯ୍ୟଟକ ଗଜାନନଙ୍କ ଉଗ୍ର ରୂପ ଦେଖି ଏଣେତେଣେ ଦୌଡ଼ିଲେ ।
ଠିକ୍ ସେହି ସମୟରେ ହାତୀ ଜଣେ ମହିଳା ପର୍ଯ୍ୟଟକଙ୍କୁ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଅଘଟଣ ଘଟିଛି କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଦୁବାରେ ହାତୀ କ୍ୟାମ୍ପରେ । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
ଏଥିସହ ପଢ଼ନ୍ତୁ: ଏମିତି ନିଆରା ବିବାହ ଆପଣ କେବଳ ମୁଭିରେ ଦେଖିଥିବେ…ବରଯାତ୍ରୀ ନେଇ ହସ୍ପିଟାଲ ପହଞ୍ଚିଗଲା ବର
ମୃତ ମହିଳା ପର୍ଯ୍ୟଟକ ଜଣଙ୍କ ଚେନ୍ନାଇର ବାସିନ୍ଦା । ତାଙ୍କ ଜ୍ୟୁନେଶ, ବୟସ ୩୩ ବର୍ଷ ବୋଲି ଜଣାପଡ଼ିଛି । ସେ ଦୁବାରେ ହାତୀ କ୍ୟାମ୍ପରେ ହାତୀ ଗୋଧୋଇବା ଦୃଶ୍ୟକୁ ଉପଭୋଗ କରୁଥିଲେ । ସେହି ସମୟରେ କାଞ୍ଚନ ହାତୀ ଉପରେ ଆକ୍ରମଣ କରିଥିଲା ମାର୍ତଣ୍ଡା ।
ହାତୀଙ୍କୁ ନିୟନ୍ତ୍ରଣ କରିବାକୁ ମହନ୍ତ ପ୍ରୟାସ କରି ବିଫଳ ହୋଇଥିଲେ । ଦୁଇ ହାତୀ ମଧ୍ୟରେ କଳହ ବେଳେ ଗୋଟିଏ ହାତୀ ନିୟନ୍ତ୍ରଣ ହରାଇ ମହିଳାଙ୍କ ଉପରେ ପଡ଼ି ଯାଇଥିଲା । ବାରମ୍ବାର ଉଠିବାକୁ ପ୍ରୟାସ କରିବା ଭିତରେ ମହିଳାଙ୍କୁ ଆହୁରି ଦଳି ଦେଇଥିଲା ।
କ୍ଯାମ୍ପରେ ହାତୀ ଝଗଡ଼ାରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଈଶ୍ଵର ବି ଖଣ୍ଡ୍ରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଜଙ୍ଗଲି ଜନ୍ତୁଙ୍କ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ମୃତ୍ୟୁ ପାଖେଇ ଆସିଲେ ଶରୀରରେ ହୁଏ ଏମିତି ପରିବର୍ତ୍ତନ ଜାଣନ୍ତୁ କଣ...
ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ଯଦିଓ ହାତୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ତଥାପି ଜନ୍ତୁଙ୍କ ବ୍ୟବହାରର ଅନୁମାନ କରିବା ସହଜ ନୁହେଁ । ହାତୀଙ୍କ ଷୁଣ୍ଢ ଛୁଇବା, ଫଟୋ ଉଠାଇବା ନିକଟରେ ଛିଡ଼ା ହେବା, ହାତୀଙ୍କୁ ଗାଧୋଇବା, ଖାଇବାକୁ ଦେବା ଆଦିରୁ ପର୍ଯ୍ୟଟକଙ୍କୁ ବିରତ ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

#WATCH | #Karnataka | A 33-year-old tourist died after a makeshift structure collapsed at Karnataka’s Dubare Elephant Camp during an elephant bathing session, following a clash between two elephants, officials said.#DubareElephantCamp #Accident #Tourist
— Argus News (@ArgusNews_in) May 18, 2026
(Video: Third Party) pic.twitter.com/ootxijD43T
ହାତୀଙ୍କୁ ନିୟନ୍ତ୍ରଣ କରିବାକୁ ମହନ୍ତ ପ୍ରୟାସ କରି ବିଫଳ ହୋଇଥିଲେ । ଦୁଇ ହାତୀ ମଧ୍ୟରେ କଳହ ବେଳେ ଗୋଟିଏ ହାତୀ ନିୟନ୍ତ୍ରଣ ହରାଇ ମହିଳାଙ୍କ ଉପରେ ପଡ଼ି ଯାଇଥିଲା । ବାରମ୍ବାର ଉଠିବାକୁ ପ୍ରୟାସ କରିବା ଭିତରେ ମହିଳାଙ୍କୁ ଆହୁରି ଦଳି ଦେଇଥିଲା ।
କ୍ଯାମ୍ପରେ ହାତୀ ଝଗଡ଼ାରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଈଶ୍ଵର ବି ଖଣ୍ଡ୍ରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଜଙ୍ଗଲି ଜନ୍ତୁଙ୍କ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ମୃତ୍ୟୁ ପାଖେଇ ଆସିଲେ ଶରୀରରେ ହୁଏ ଏମିତି ପରିବର୍ତ୍ତନ ଜାଣନ୍ତୁ କଣ...
ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ଯଦିଓ ହାତୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ତଥାପି ଜନ୍ତୁଙ୍କ ବ୍ୟବହାରର ଅନୁମାନ କରିବା ସହଜ ନୁହେଁ । ହାତୀଙ୍କ ଷୁଣ୍ଢ ଛୁଇବା, ଫଟୋ ଉଠାଇବା ନିକଟରେ ଛିଡ଼ା ହେବା, ହାତୀଙ୍କୁ ଗାଧୋଇବା, ଖାଇବାକୁ ଦେବା ଆଦିରୁ ପର୍ଯ୍ୟଟକଙ୍କୁ ବିରତ ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories