Videos
|
National

ଭାରତ ପହଞ୍ଚିଲାଣି ଚନ୍ଦ୍ରରେ କିନ୍ତୁ ଆମେ ଯେଉଁଠି ଥିଲୁ ସେଇଠି ରହିଗଲୁ

Manini Pattanayak
Browse all articles by Manini Pattanayak
·2 years ago·1 min read
ଭାରତ ପହଞ୍ଚିଲାଣି ଚନ୍ଦ୍ରରେ କିନ୍ତୁ ଆମେ ଯେଉଁଠି ଥିଲୁ ସେଇଠି ରହିଗଲୁ

ନୂଆଦିଲ୍ଲୀ: ଭାରତକୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍‌।  ଚନ୍ଦ୍ରାୟନ-୩ ମିଶନକୁ ନେଇ ଭାରତକୁ ଖୁବ୍‌  ପ୍ରଶଂସା କରିଛନ୍ତି ନଓ୍ୱାଜ।  ସରିଫ କହିଛନ୍ତି ଆମ ପଡୋସୀ ଯାଇ ଚନ୍ଦ୍ରରେ ଉଠିଲେଣି କିନ୍ତୁ ଆମେ  ଯେଉଁଠି ସେଇଠି ରହିଗଲୁ।  ଆମେ ପାକିସ୍ତାନୀ ଆଜି ଯାଏଁ ଠିକ୍‌ ରେ ବି ମାଟିରେ ମଧ୍ୟ ଠିଆ ହୋଇପାରିଲୁନି।  

ଆମେ ନିଜର ବିନାସ ପାଇଁ ନିଜେ ହିଁ ଦାୟି ବୋଲି ନଓ୍ୱାଜ  ସରିଫ୍‌ କହିଛନ୍ତି।  ସରିଫ କିଛି ଦିନ ପୂର୍ବରୁ ଏକ ବୟାନ ଦେଇ କହିଥିଲେ ଯେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ପାଇଁ  ଭାରତ ଏବଂ ଆମେରିକା ଦାୟୀ।  ଏହି ବୟାନର ଗୋଟିଏ ଦିନ ପରେ ସରିଫ ଏଭଳି ଏକ ବୟାନ ଦେଇ ଭାରତକୁ ତାରିଫ୍‌ କରିଛନ୍ତି। ୩ଥର ପ୍ରଧାନମନ୍ତ୍ରୀ  ହୋଇଥିବା ନଓ୍ୱାଜ ସରିଫ ପୁଣୀ ୪ର୍ଥ ଥର  ସତ୍ତା ହାସିଲ କରିବା ପାଇଁ   ଚେଷ୍ଟା  ଚଳାଇଛନ୍ତି।       
ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: