National Update / ଦଶହରା ନୁହେଁ ଏଥର ଦୀପାବଳି ପୂର୍ବରୁ ମିଳିବ ବୋନସ୍

Key Points
ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର
ଦଶହରା ନୁହେଁ ଏଥର ଦୀପାବଳି ପୂର୍ବରୁ ମିଳିବ ବୋନସ୍
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି
PLB ବୋନସ୍ ପାଇବେ ଦେଶର ୧୦ ଲକ୍ଷ ୯୧ ହଜାରରୁ ଅଧିକ ରେଳ କର୍ମଚାରୀ
ବିହାରରେ ରେଳ ଟ୍ରାକ ଡବଲିଂ ପ୍ରକଳ୍ପକୁ ଅନୁମୋଦନ
କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଡାକ୍ତରୀ ଛାତ୍ରଙ୍କୁ ବଡ଼ ପ୍ରୋତ୍ସାହନ
ଦୀପାବଳି ପୂର୍ବରୁ ରେଳ କର୍ମଚାରୀଙ୍କୁ ବୋନସ । ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେଳ କର୍ମଚାରୀଙ୍କ ଉତ୍ପାଦକତା ଆଧାରିତ ବୋନସ୍ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଦେଶର ୧୦ ଲକ୍ଷ ୯୧ ହଜାର ୧୪୬ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଭାବରେ ମିଳିବ ୧ ହଜାର ୮୬୫ କୋଟି ୬୮ ଲକ୍ଷ ଟଙ୍କା । ଟ୍ରାକ୍ ମେଣ୍ଟେନର୍, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମିନିଷ୍ଟେରିଆଲ୍ ଷ୍ଟାପ୍ ଏବଂ ଅନ୍ୟାନ୍ୟ ଗ୍ରୁପ୍ ସି ଷ୍ଟାପଙ୍କ ସମେତ ବିଭିନ୍ନ ବର୍ଗର ରେଳ କର୍ମଚାରୀଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ ।
ଏହାସହିତ କେନ୍ଦ୍ର କ୍ୟାବିନେଟ ବିହାରର ବଖତିୟାରପୁର-ରାଜଗିର-ତିଲାଇୟାରୁ ରେଳ ଟ୍ରାକ ଡବଲିଂ ପ୍ରକଳ୍ପ ଅନୁମୋଦନ କରିଛି । ପ୍ରକଳ୍ପର ମୂଲ୍ୟ ୨ ହଜାର ୧୯୨ କୋଟିରୁ ଅଧିକ ରହିଛି । ଏହି ଲାଇନ ୧୦୪ କିଲୋମିଟର ଲମ୍ବ ହେବ ଏବଂ ବିହାରର ଚାରିଟି ଜିଲ୍ଲାକୁ କଭର କରିବ ବୋଲି କ୍ୟାବିନେଟ ବୈଠକ ପରେ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଜାହାଜ ନିର୍ମାଣ ପାଇଁ ସାମୁଦ୍ରିକ ଆର୍ଥିକ ଏବଂ ଘରୋଇ କ୍ଷମତାକୁ ପ୍ରୋତ୍ସାହିତ କରିବାକୁ ୬୯ ହଜାର ୭୨୫ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରାଯାଇଛି। ଏହାର ଚାରିଟି ଅଂଶ ରହିଛି । ପ୍ରଥମତଃ, ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା, ଦ୍ୱିତୀୟତଃ, ସାମୁଦ୍ରିକ ବିକାଶ ପାଣ୍ଠି, ତୃତୀୟତଃ, ଜାହାଜ ନିର୍ମାଣ ବିକାଶ ଯୋଜନା, ଏବଂ ଚତୁର୍ଥତଃ, ଆଇନଗତ, ନୀତିଗତ ଏବଂ ପ୍ରକ୍ରିୟା ସଂସ୍କାର। ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଡାକ୍ତରୀ ଛାତ୍ରଙ୍କୁ ବଡ଼ ପ୍ରୋତ୍ସାହନ ଦେଇଛନ୍ତି ମୋଦି ସରକାର । ୫ ହଜାର ନୂଆ ସ୍ନାତକୋତ୍ତର ଡାକ୍ତରୀ ସିଟ୍ କୁ ମଞ୍ଜୁରୀ ସହ ୫ ହଜାର ୨୩ ନୂଆ ଏମ୍ବିବିଏସ୍ ସିଟ୍ ପ୍ରସ୍ତାବକୁ ଅନୁମୋଦନ କରି କେନ୍ଦ୍ର କ୍ୟାବିନେଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ଼ ପ୍ରୋତ୍ସାହନ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: