Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରୟାଗରାଜରେ ଦ୍ବାପରର ଭ୍ରମ: ନିଜ ଛୁଆକୁ ବଞ୍ଚାଇବା ପାଇଁ ବାପା ସାଜିଲେ ବସୁଦେବ!

Ritu Das
Browse all articles by Ritu Das
·11 months ago·1 min read
ପ୍ରୟାଗରାଜରେ ଦ୍ବାପରର ଭ୍ରମ: ନିଜ ଛୁଆକୁ ବଞ୍ଚାଇବା ପାଇଁ ବାପା ସାଜିଲେ ବସୁଦେବ!

Key Points

ଛୁଆକୁ ବଞ୍ଚାଇବା ପାଇଁ ବାପା ସାଜିଲେ ବସୁଦେବ

ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ

ଆଗକୁ ଜନ୍ମାଷ୍ଟମୀ ଆସୁଥିବା ବେଳେ ପ୍ରୟାଗରାଜରେ ଦ୍ବାପର ଯୁଗର ଭ୍ରମ ସୃଷ୍ଟି ହୋଇଛି ! କାରଣ ମହାରାଜା କଂସ ଦାଉରୁ ଦେବକୀଙ୍କ ଅଷ୍ଟମ ଗର୍ଭକୁ ରକ୍ଷା କରିବା ପାଇଁ ବସୁଦେବ ପ୍ରବଳ ବର୍ଷାରେ ଭରା ନଈ ଅତିକ୍ରମ କରିବାକୁ ବାହାରି ପଡ଼ିଥିଲେ। ବିଜୁଳି ଘଡ଼ଘଡ଼ି ମାରୁଥାଏ। ସାତ ମେଘ ଏକକାର ହେଉଥାଏ। ଚାରିଆଡେ ଭରି ଯାଇଥାଏ ଖାଲି ପାଣି ଆଉ ପାଣି। ଉଛୁଳା ଯମୁନା ନଈ ଯେମିତି କୃଷ୍ଣଙ୍କ ପାଦ ଧୋଇଦେବାକୁ ଚାହୁଁଥିଲା। ସେହି ପରିସ୍ଥିତିରେ ଶ୍ରୀକୃଷ୍ଣଙ୍କୁ ଦୁଇହାତରେ ଟେକି‌ ବେକେବେକେ ପାଣିରେ ପଶି ଗୋପପୁରରେ ନେଇ ଛାଡ଼ି ଆସିଥିଲେ ବସୁଦେବ। ସେଭଳି ଦୃଶ୍ୟର ଝଲକ ପ୍ରୟାଗରାଜରେ ପୁଣିଥରେ ଦେଖିବାକୁ ମିଳିଛି।


ଏହି ଦୃଶ୍ୟ ଆପଣଙ୍କୁ ବିଳଚିତ କରିପାରେ। କିନ୍ତୁ ଘଟଣାଟି ଏକଦମ ସତ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ। ନିଜ ଶିଶୁର ଜୀବନ ରକ୍ଷା ପାଇଁ ଜଣେ ବାପା ସାଜିଛନ୍ତି ସେଇ ବସୁଦେବ! ଚାରିଆଡେ ପାଣି ମାଡ଼ିଯାଇଥିବାରୁ ଜୀବନ ବଞ୍ଚାଇବାକୁ ଉଚ୍ଚା ସ୍ଥାନକୁ ବାହାରି ପଡ଼ିଛନ୍ତି। ଉତ୍ତରପ୍ରଦେଶର ୧୭ ଜିଲ୍ଲା ଏବେ ଜଳବନ୍ଦୀ । ଘରେ ଘରେ ପଶିଛି ଗଙ୍ଗା-ଯମୁନା । ଆଉ ଏହାରି ଭିତରେ ଜଣେ ବାପା ନିଜ କୁନିପୁଅ ଓ ସ୍ତ୍ରୀର ଜୀବନ ରକ୍ଷା ପାଇଁ ସୁରକ୍ଷିତ ସ୍ଥାନକୁ ବାହାରିଛନ୍ତି । ସାଥୀରେ ଧର୍ମପତ୍ନୀ ବି ଅଛନ୍ତି । ଆଉ ତାଙ୍କ ହାତରେ ରହିଛି ତାଙ୍କ କୁନି ପୁଅ । ବେକେ ବେକେ ପାଣିରେ ଭଗବାନ କୃଷ୍ଣଙ୍କୁ ତାଙ୍କ ବାପା ବସୁଦେବ ନେଲା ଭଳି ଏଇ ବାପା ମଧ୍ୟ ଆଜି ନିଜ ପୁଅକୁ ଠିକ୍‌ ସେମିତି ନେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dwapars-illusion-in-prayagraj-father-disguises-himself-as-vasudev-to-save-his-newbornbaby | Argus News