Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏଜେଣ୍ଟଙ୍କ ପାଖରେ ଟ୍ରେନ୍‌ ଟିକେଟ୍ କାଟୁଥିଲେ ସାବଧାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏଜେଣ୍ଟଙ୍କ ପାଖରେ ଟ୍ରେନ୍‌ ଟିକେଟ୍ କାଟୁଥିଲେ ସାବଧାନ

Key Points

ତତ୍କାଳ ଟ୍ରେନ୍ ଟିକେଟ୍ ବୁକିଂ ଯାଞ୍ଚ ହେବ ଇ-ଆଧାରକାର୍ଡ

IRCTC ଆକାଉଣ୍ଟ ସହିତ ଯୋଡି ହୋଇଥିଲେ ମିଳିବ ଅଧିକ ସୁବିଧା

ଠାବ ହୋଇଛି ଲକ୍ଷଲକ୍ଷ ସନ୍ଦେହଜନକ ଆକାଉଣ୍ଟ

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ତତ୍କାଳ ଟ୍ରେନ୍ ଟିକେଟ୍ ବୁକିଂ ପାଇଁ ଇ-ଆଧାରକାର୍ଡ ଯାଞ୍ଚ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହା ଦ୍ୱାରା ଯାତ୍ରୀମାନେ ଆବଶ୍ୟକତା ସମୟରେ ନିଶ୍ଚିତ ଟିକେଟ୍ ପାଇପାରିବେ। ଯେଉଁମାନଙ୍କର ଆଧାରକାର୍ଡ IRCTC ଆକାଉଣ୍ଟ ସହିତ ଯୋଡି ହୋଇ ରହିଛି ସେମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ। ସେମାନଙ୍କୁ ତତ୍କାଳ ଟିକେଟ୍ ବୁକିଂର ପ୍ରଥମ ୧୦ ମିନିଟ୍ ମଧ୍ୟରେ ପ୍ରାଥମିକତା ଦିଆଯିବ। ତତ୍କାଳ ୱିଣ୍ଡୋ ଖୋଲିବାର ପ୍ରଥମ ୧୦ ମିନିଟ୍ ମଧ୍ୟରେ ଆଇଆରସିଟିସିର ଅଧିକୃତ ଏଜେଣ୍ଟମାନଙ୍କୁ ସିଷ୍ଟମରେ ଟିକେଟ୍ ବୁକ୍ କରିବାକୁ ଅନୁମତି ଦିଆଯିବ ନାହିଁ। ଅର୍ଥାତ୍ ଯେଉଁମାନଙ୍କର ଆକାଉଣ୍ଟ ଆଧାର ସହିତ ଲିଙ୍କ୍ ହୋଇଛି, ସେମାନଙ୍କୁ ଟିକେଟ୍ ବୁକିଂ କରିବାରେ ଅଧିକ ସୁବିଧା ମିଳିବ।



ମନ୍ତ୍ରଣାଳୟର ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଯେଉଁ ଏଜେଣ୍ଟମାନେ ଏଆଇକୁ ବ୍ୟବହାର କରି ଅନଲାଇନରେ ଟିକେଟ୍ ବିକ୍ରି କରୁଛନ୍ତି ସେମାନଙ୍କୁ ସାବାଡ଼ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରେଳବାଇ ପକ୍ଷରୁ ଏହାକୁ ନେଇ କରାଯାଇଥିବା ପ୍ରାଥମିକ ତଦନ୍ତରେ ୨୦ ଲକ୍ଷରୁ ଅଧିକ ସନ୍ଦେହ ଜନକ ଆକାଉଣ୍ଟ ଠାବ କରାଯାଇଛି। ସେମାନଙ୍କର ଆଧାର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି। ବର୍ତ୍ତମାନ, IRCTC ୱେବସାଇଟରେ ୧୩ କୋଟିରୁ ଅଧିକ ସକ୍ରିୟ ସବସ୍କ୍ରାଇବର୍ ଅଛନ୍ତି। ଏମାନଙ୍କ ମଧ୍ୟରେ ଆଧାର ସହିତ ଲିଙ୍କ୍ ହୋଇଥିବା ଆକାଉଣ୍ଟ ସଂଖ୍ୟା ୧.୨ କୋଟି। ଏବେ ବଳକା ୧୧ କୋଟି ୮୦ ଲକ୍ଷ ଆକାଉଣ୍ଟର ସ୍ବତନ୍ତ୍ର ତଦନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସନ୍ଦେହଜନକ ଭାବରେ ପଡ଼ୁଥିବା ସମସ୍ତ ଆକାଉଣ୍ଟକୁ ଅବରୋଧ କରାଯିବ। ରେଳବାଇ କେବଳ ପ୍ରକୃତ ଯାତ୍ରୀମାନଙ୍କୁ ତତ୍କାଳ ଏବଂ ପ୍ରିମିୟମ୍ ତତ୍କାଳ ସେବା ଅଧୀନରେ ଟିକେଟ୍ ପାଇବାକୁ ସୁନିଶ୍ଚିତ କରିବାକୁ ଯୋଜନା କରିଛି। ଯେଉଁମାନେ ଆକାଉଣ୍ଟଧାରୀ ସେମାନଙ୍କର ଆକାଉଣ୍ଟଗୁଡ଼ିକୁ ଆଧାର ସହିତ ଲିଙ୍କ୍ କରିବେ ସେମାନଙ୍କୁ ତତ୍କାଳ ବୁକିଂର ପ୍ରଥମ ୧୦ ମିନିଟରେ ପ୍ରାଥମିକତା ଦିଆଯିବ।


ସୂଚନା ଅନୁସାରେ ପ୍ରତିଦିନ ପ୍ରାୟ ୨.୨୫ ଲକ୍ଷ ଯାତ୍ରୀ ଅନଲାଇନ୍ ପ୍ଲାଟଫର୍ମରୁ ତତ୍କାଳ ଟିକେଟ ବୁକ୍ କରନ୍ତି। ୨୪ ମଇ ରୁ ୨ ଜୁନ୍ ପର୍ଯ୍ୟନ୍ତ ଅନଲାଇନ୍ ତତ୍କାଳ ଟିକେଟ ବୁକିଂର ଧାରା ବିଶ୍ଳେଷଣ କରାଯାଇଥିଲା ଯେଉଁଥିରେ ଜଣା ପଡ଼ିଛି ଏସି କ୍ଲାସରେ ମୋଟ ହାରାହାରି ୧,୦୮,୦୦୦ ଟିକେଟ ମଧ୍ୟରୁ ପ୍ରଥମ ମିନିଟ୍‌ରେ କେବଳ ୫୬୧୫ ଟିକେଟ ବୁକ୍ ହୋଇଥିଲା। ଯେତେବେଳେ ୱିଣ୍ଡୋ ଖୋଲିବାର ଦ୍ୱିତୀୟ ମିନିଟ୍‌ରେ ୨୨,୮୨୭ ଟିକେଟ ବୁକ୍ ହୋଇଥିଲା। ଏସି ପୋଲିସ କ୍ଲାସର ୱିଣ୍ଡୋ ଖୋଲିବାର ପ୍ରଥମ ୧୦ ମିନିଟ୍‌ରେ, ଅନଲାଇନ୍ ପ୍ଲାଟଫର୍ମରେ ହାରାହାରି ୬୭,୧୫୯ ଟିକେଟ ବୁକ୍ ହୋଇଥିଲା, ଯାହା ଅନଲାଇନ୍ ପ୍ଲାଟଫର୍ମରେ ବୁକ୍ ହୋଇଥିବା ମୋଟ ଟିକେଟର ୬୨.୫%।


ଏସି କ୍ଲାସ ୱିଣ୍ଡୋ ଖୋଲିବାର ପ୍ରଥମ ଘଣ୍ଟାରେ, ୯୨୮୬୧ଟି ଟିକେଟ ବୁକ୍ ହୋଇଥିଲା, ଯାହା ଏସି କ୍ଲାସରେ ଅନଲାଇନରେ ବୁକ୍ ହୋଇଥିବା ମୋଟ ଟିକେଟର ୮୬%ଥିଲା। ୱିଣ୍ଡୋ ଖୋଲିବାର ପ୍ରଥମ ଘଣ୍ଟାରୁ ୪ ଘଣ୍ଟା ମଧ୍ୟରେ ୪.୭% ଟିକେଟ ବୁକ୍ ହୋଇଥିଲା। ଯେତେବେଳେ ୪ ଘଣ୍ଟାରୁ ଦଶ ଘଣ୍ଟା ମଧ୍ୟରେ ୬.୨% ଟିକେଟ ବିକ୍ରି ହୋଇଥିଲା। ବାକି ୩.୦୧% ଟିକେଟ ୱିଣ୍ଡୋ ଖୋଲିବାର ୧୦ ଘଣ୍ଟା ପରେ ବୁକ୍ ହୋଇଥିଲା।

Sponsored
E-Aadhaar card to be used for tatkal train ticket booking | Argus News