ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ : ସୁପ୍ରିମକୋର୍ଟ
·1 year ago

ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ସୁପ୍ରିମକୋର୍ଟ ଲଡୁରେ ଅଶୁଦ୍ଧ ଘିଅ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷାଗାର ରିପୋର୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟରେ ଆଜି ଲଢୁ ବିବାଦର ଶୁଣାଣି ପୂର୍ବରୁ ସିଜେଆଇ ହଠାତ୍ ତିରୁପତି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ବ୍ୟବହାର ହେଉଥିବା ଘିଅରେ ମାଛ ତେଲ, ପଶୁ ଚର୍ବି ବ୍ୟବହାର ଅଭିଯୋଗର ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: