|
logo
Live
Argus News App
GET APP

Argus News - ଘଣ୍ଟାଏ ବିନା ବିଦ୍ୟୁତରେ ବିତାଇବେ ବିଶ୍ୱବାସୀ

National

ଘଣ୍ଟାଏ ବିନା ବିଦ୍ୟୁତରେ ବିତାଇବେ ବିଶ୍ୱବାସୀ

Smruti Parija
Browse all articles by Smruti Parija
·2 years ago·1 min read
ଘଣ୍ଟାଏ ବିନା ବିଦ୍ୟୁତରେ ବିତାଇବେ ବିଶ୍ୱବାସୀ

ପୁରୀ:  ଘଣ୍ଟାଏ ବିନା ବିଦ୍ୟୁତରେ ବିତାଇବେ ବିଶ୍ବବାସୀ । ରାତି ୮ଟା ୩୦ ରୁ ୯ ଟା ୩୦ ପର୍ଯ୍ୟନ୍ତ ପାଳନ କରାଯିବ ଆର୍ଥ ଆୱର । ଆଜି ସମଗ୍ର ବିଶ୍ବରେ ପାଳନ ହେବାକୁ ଯାଉଛି EARTH HOUR । WORLD WIDE FOND FOR NATURE ଦ୍ବାରା ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ EARTH HOUR ।

୨୦୦୮ରୁ ଏହି ଦିବସ ସାରା  ବିଶ୍ୱରେ ପାଳିତ ହେଉଛି । ପାଖାପାଖି ୧୯୦ଟି ଦେଶ EARTH HOUR  ପାଳନ କରିଆସୁଛନ୍ତି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି । 

SWITCH OFF, GIVE AN HOUR FOR EARTH ର ବାର୍ତ୍ତା ଏହି ବାଲୁକାକଳା ମାଧ୍ୟମରେ ଦେଇଛନ୍ତି ସୁଦର୍ଶନ । ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବାକୁ ବାଲୁକାକଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
ଘଣ୍ଟାଏ ବିନା ବିଦ୍ୟୁତରେ ବିତାଇବେ ବିଶ୍ୱବାସୀ | Argus News