Videos
|
National

 ସ୍ବାଧୀନତା ଦିବସରେ ମହାକାଶ ଦୁନିଆରେ ଭାରତ ରଚିବ ଆଉ ଏକ ଇତିହାସ 

Manini Pattanayak
Browse all articles by Manini Pattanayak
·2 years ago
 ସ୍ବାଧୀନତା ଦିବସରେ ମହାକାଶ ଦୁନିଆରେ ଭାରତ ରଚିବ ଆଉ ଏକ ଇତିହାସ 

ନୂଆଦିଲ୍ଲୀ:  ସ୍ବାଧୀନତା ଦିବସରେ ମହାକାଶ ଦୁନିଆରେ ଭାରତ ରଚିବ ଆଉ ଏକ ଇତିହାସ । ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଖୁବ୍‌ଶୀଘ୍ର ଏହାର ସର୍ବଶେଷ ଆର୍ଥ ଅବ୍‌ଜରଭେସନ ସାଟେଲାଇଟ୍‌ ଯଥା EOS-8 ଉତ୍‌କ୍ଷେପଣ କରିବାକୁ ଯାଉଛି। ଅଗଷ୍ଟ ୧୫ରେ ଏସ୍‌ଏସ୍‌ଏଲ୍‌ଭି-ଡି୩ ରକେଟ୍‌ରେ ଆର୍ଥ ଅବ୍‌ଜରଭେସନ ସାଟେଲାଇଟ୍‌ EOS-8 କୁ ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ ଲଞ୍ଚ୍‌ କରିବ। ଏହା ଏକ ଛୋଟ ସାଟେଲାଇଟ୍‌।

ଏହା ଏସ୍‌ଏସ୍‌ଏଲ୍‌ଭିର ତୃତୀୟ ତଥା ଶେଷ ଉଡ଼ାଣ।ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ସ୍ପେସ ସେଣ୍ଟରରୁ ଏହା ଉତ୍‌କ୍ଷେପଣ ହେବ। ୧୭୫.୫ କିଲୋଗ୍ରାମ ଓଜନର ଏହି ଉପଗ୍ରହଟି ପରିବେଶ ମନିଟରିଂ, ବିପର୍ଯ୍ୟୟ ପରିଚାଳନା ଏବଂ ବୈଷୟିକ ପ୍ରଦର୍ଶନ ପାଇଁ ବ୍ୟବହୃତ ହୋଇଥାଏ। ଏଥିରେ ଉଠିଥିବା ଫଟୋଗୁଡ଼ିକ  ବିପର୍ଯ୍ୟୟ ବିଷୟରେ ସୂଚନା ପ୍ରଦାନ କରିବ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: