Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Earthquake / ଦିଲ୍ଲୀ ସହ ଉତ୍ତର ଭାରତରେ ୫.୯ ତୀବ୍ରତାର ଭୂମିକମ୍ପ, କେନ୍ଦ୍ର ସ୍ଥଳ ଆଫଗାନିସ୍ତାନ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଦିଲ୍ଲୀ ସହ ଉତ୍ତର ଭାରତରେ ୫.୯ ତୀବ୍ରତାର ଭୂମିକମ୍ପ, କେନ୍ଦ୍ର ସ୍ଥଳ ଆଫଗାନିସ୍ତାନ
Earthquake Hits North India

Key Points

ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ପଞ୍ଜାବ ସହ ଉତ୍ତରପ୍ରଦେଶର ନୋଏଡ଼ାରେ ଭୂମିକମ୍ପ ଅନୁଭୂତ କରିଛନ୍ତି ଲୋକେ । ପ୍ରାୟ ୩୦ରୁ ୪୦ ସେକେଣ୍ଡ ଧରି ହାଲୁକା ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ସହ ଭାରତର ଏକାଧିକ ରାଜ୍ୟରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ପଞ୍ଜାବ ସହ ଉତ୍ତରପ୍ରଦେଶର ନୋଏଡ଼ାରେ ଭୂମିକମ୍ପ ଅନୁଭୂତ କରିଛନ୍ତି ଲୋକେ ।

ପ୍ରାୟ ୩୦ରୁ ୪୦ ସେକେଣ୍ଡ ଧରି ହାଲୁକା ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନ ବୋଲି ଜଣାପଡ଼ିଛି । ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ନିକଟ ହେଉଛି ଭୂମିକମ୍ପର କେନ୍ଦ୍ର ସ୍ଥଳ ।

ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ଥରିଲା ଇଣ୍ଡୋନେସିଆ: ରିକ୍ଟର ସ୍କେଲରେ ତୀବ୍ରତା ୭.୮


ଆଫଗାନିସ୍ତାନରେ ଭୂମିକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଭୂମିକମ୍ପ ଅନୁଭୂତ ହେବା ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ତତ୍‌କ୍ଷଣାତ୍ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରୁ ଭୂମିକମ୍ପ ସହ ଜଡ଼ିତଭିଡିଓ ଆସିଛି । ଘରେ ଲାଗିଥିବା ଝୁମର ହଲୁଥିବା ନଜର ଆସୁଛି ।

ଆଫିଗାନିସ୍ତାନ ଭୂମିକମ୍ପର କେନ୍ଦ୍ର ସ୍ଥଳ

କେନ୍ଦ୍ର: ଆଫଗାନିସ୍ତାନ-ତାଜିକିସ୍ତାନ ସୀମା
ସମୟ: ୨୦୨୬-୦୪-୦୩ ୧୬:୧୨:୫୮.୦ UTC
ତୀବ୍ରତା: ୫.୯
ଗଭୀର: ୧୭୫ କିଲୋମିଟର


ଜାମ୍ମୁ କାଶ୍ମୀରର କିସ୍ତୱାଡ଼, ଡୋଡା ସମେତ ଅନ୍ୟ ଜିଲ୍ଲାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସେପଟେ ଚଣ୍ଡିଗଡ଼ରେ ଲୋକେ ଭୂମିକମ୍ପ ଝଟ୍‌କାକୁ ଅନୁଭୂତ କରିଛନ୍ତି । ପଞ୍ଜାବ ଜିରକପୁରରେ ୧୧ ମହଲାରେ ରହୁଥିବା ଅଜୟ କହିଛନ୍ତି, "କିଛି ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ହୋଇଥିଲା ।"

ଏଥିସହ ପଢ଼ନ୍ତୁ: ଭୂ-କମ୍ପ ଝଟକାରେ ଥରିଲା ପ୍ରଶାନ୍ତ ମହାସାଗର: ରିକ୍ଟର ସ୍କେଲରେ ତୀବ୍ରତା ୭.୬...ଘର ବାହାରକୁ ଦୌଡ଼ିଲେ ଲୋକେ

କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ ?

ପୃଥିବୀ ପୃଷ୍ଠରେ ରହିଥିବା ସାତଟି ଟେକଟୋନିକେ୍ ପ୍ଲେଟ୍ (Tectonic Plates of Earth) ସବୁବେଳେ ଗତିଶୀଳ ଅବସ୍ଥାରେ ରହିଥାଏ । ଯେଉଁଠିରେ ଏହି ପ୍ଲେଟ ପରସ୍ପର ସହ ଧକ୍କା ହୋଇଥାନ୍ତି, ସେତେବେଳେ ଏହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ । ବାରମ୍ବାର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ । ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ । ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ । ଯାହା ପରେ ଭୂମିକମ୍ପ ରୂପରେ ବାହାରକୁ ଆସିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5.9 Magnitude Earthquake Hits Delhi-NCR, Epicenter in Afghanistan | Argus News | Argus News