Videos
|
National

ଆଜି ଦିଲ୍ଲୀରେ ବି ହୋଇଛି ଭୂକମ୍ପ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆଜି ଦିଲ୍ଲୀରେ ବି ହୋଇଛି ଭୂକମ୍ପ

ଆଜି କେବଳ ମିଆଁମାରରେ ଭୂକମ୍ପ ହୋଇନି, ଦିଲ୍ଲୀ ଏନସିଆର ସମେତ ବିହାରରେ ହୋଇଛି ଭୂକମ୍ପ। ମିଆଁମାରରେ ହୋଇଥିବା ଭୂକମ୍ପର ପ୍ରଭାର ରିକ୍ଟର ସ୍କେଲରେ ୭.୭ ତୀବ୍ରତା ଥିବା ଜଣା ପଡିଛି। ଏହାର ପ୍ରଭାବରେ ବଡ଼ବଡ଼ କୋଠା ଭୁଷୁଡି ପଡ଼ିଛି। ଗୋଟେ ପ୍ରକାର ଭୂକମ୍ପ ଧ୍ବଂଶର ତାଣ୍ଡବ ରଚିଛି ମିଆଁମାରରେ।


ତେବେ ଦିଲ୍ଲୀ ଏନସିଆର ସମେତ ବିହାରରେ ହୋଇଛି ଭୂକମ୍ପ। ଯାହାକୁ ନେଇ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ। ଦିଲ୍ଲୀ ସଂଲଗ୍ନ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଭୂକମ୍ପ ଯୋଗୁଁ ଅନେକ ଲୋକ ଭୟଭୀତ ହୋଇ ଘରୁ ଏବଂ ଅଫିସରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ତେବ ଦିଲ୍ଲୀରେ ସେମିତି ବଡ଼ ଧରଣର କୌଣସି କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ରାଜଧାନୀ ନିକଟରେ ରହିଥିଲା। ଦିଲ୍ଲୀରେ ୧୫ ରୁ ସେକେଣ୍ଡ ପର୍ଯ୍ୟନ୍ତ ଝଟ୍‌କା ଦେଇଥିଲା। ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜି ଅନୁସାରେ, ରିକ୍ଟର ସ୍କେଲ୍‌ରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୭ ରହିଥିବା ବେଳେ ଦ୍ଵିତୀୟଟିର ତୀବ୍ରତା ୭.୨ ରହିଥିଲା।

Earthquake felt in Delhi today too | Argus News