ରାଜଧାନୀରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୦
·1 year ago

ଭୁବନେଶ୍ବର : ରାଜଧାନୀ ଦିଲ୍ଲୀରେ ଭୂକଂପ ଝଟକା ଅନୁଭୂତ। ଦିଲ୍ଲୀ NCR ଅଞ୍ଚଳରେ ଭୂକଂପ ଝଟ୍କା, ତୀବ୍ରତା ୪.୦। ସକାଳ ୫ଟା ୩୬ରେ ଝଟ୍କା ଅନୁଭୂତ ବେଳେ ଭୟଭୀତ ହୋଇଥିଲେ ଲୋକେ । ସେଫ୍ଟି ପ୍ରୋଟୋକଲ୍ ମାନିବାକୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଥୋରିଟି ଘଟଣା ଉପରେ ନଜର ରଖିଛନ୍ତି।
ଏହାର କେନ୍ଦ୍ରସ୍ଥଳ ଦିଲ୍ଲୀର ପାଖାପାଖି ଅଞ୍ଚଳର ୫ କିଲୋମିଟର ମଧ୍ୟରେ ଥିଲା, ଯାହାଦ୍ଵାରା ଲୋକେ ଭୟଭୀତ ହୋଇଥିଲେ। ବିଲ୍ଡିଂ ଗୁଡ଼ିକ ଥରି ଉଠିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ତେବେ ପ୍ରତି ୨ରୁ ୩ ବର୍ଷରେ ଦିଲ୍ଲୀରେ ଏହି ସ୍ଥାନରେ ଭୂକମ୍ପ ଅନୁଭୁତ ହୁଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: