Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତାଇଓ୍ବାନରେ ଭୂ-କମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩

National

ତାଇଓ୍ବାନରେ ଭୂ-କମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩

Ritu Das
Browse all articles by Ritu Das
·1 year ago·1 min read
ତାଇଓ୍ବାନରେ ଭୂ-କମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଅର୍ଗସ ବ୍ୟୁରୋ: ଶୁକ୍ରବାର ସକାଳେ ତାଇୱାନରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପୂର୍ବ ସହର ହୁଆଲିଏନ୍ ଠାରୁ ପ୍ରାୟ 34 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଆଇଲାଣ୍ଡ ଦେଶର ପାଣିପାଗ ବିଭାଗ କହିଛି ଯେ ଭୂକମ୍ପର ତୀବ୍ରତା ରିଆକ୍ଟର ସ୍କେଲରେ ପ୍ରାୟ 6.3 ମାପ କରାଯାଇଛି। ପାଣିପାଗ ବିଭାଗ କହିଛି ଯେ ଭୂକମ୍ପର ଗଭୀରତା ପ୍ରାୟ 9.7 କିଲୋମିଟର ଥିଲା।

ତାଇଓ୍ବାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ । ୬.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୨ଥର କମ୍ପନ ଅନୁଭୂତ ହୋଇଥିଲା । ଭୀଷଣ ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ ।

ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂ-ପୃଷ୍ଠ ଠାରୁ ୯.୭ କି.ମି ଗଭୀରତାରେ ରହିଛି। ତାଇଓ୍ବାନ ୨ଟି ଟାକ୍ଟୋନିକ୍ ପ୍ଲେଟ୍ ଚଳନ ଯୋଗୁ ଏଭଳି ଶକ୍ତିଶାଳୀ ଝଟକା ଲାଗିଛି । ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପୂର୍ବ ଉପକୂଳରେ ୫.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲାଗିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Earthquake hits | Argus News