Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭୂମିକମ୍ପରେ ପୁଣି ଦୋହଲିଲା ହିମାଚଳ ପ୍ରଦେଶ: ରିକ୍ଟର ସ୍କେଲରେ ତୀବ୍ରତା ୩.୯

Ritu Das
Browse all articles by Ritu Das
·10 months ago·1 min read
ଭୂମିକମ୍ପରେ ପୁଣି ଦୋହଲିଲା ହିମାଚଳ ପ୍ରଦେଶ: ରିକ୍ଟର ସ୍କେଲରେ ତୀବ୍ରତା ୩.୯

Key Points

ହିମାଚଳ ପ୍ରଦେଶରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ସମୟରେ ଚମ୍ବାରେ ଦୁଇଟି ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ପ୍ରଥମ ଝଟକା ଭୋର ୩ଟା ୨୭ରେ ଅନୁଭୂତ ହୋଇଥିବା ବେଳେ, ଦ୍ୱିତୀୟ ଝଟକା ଭୋର ୪ଟା ୩୯ରେ ଅନୁଭୂତ ହୋଇଥିଲା।

ହିମାଚଳ ପ୍ରଦେଶରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ସମୟରେ ଚମ୍ବାରେ ଦୁଇଟି ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ପ୍ରଥମ ଝଟକା ଭୋର ୩ଟା ୨୭ରେ ଅନୁଭୂତ ହୋଇଥିବା ବେଳେ, ଦ୍ୱିତୀୟ ଝଟକା ଭୋର ୪ଟା ୩୯ରେ ଅନୁଭୂତ ହୋଇଥିଲା। ଉଭୟ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ 3 ରୁ 4 ମଧ୍ୟରେ ମାପ କରାଯାଇଛି। ମଙ୍ଗଳବାର ହୋଇଥିଲା ଭୂମିକମ୍ପ: ଗତକାଲି ଭୂମିକମ୍ପର ଝଟକାରେ ହିମାଚଳ ପ୍ରଦେଶର ଭୂଇଁ ଥରି ଉଠିଥିଲା। ଧର୍ମଶାଳାରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 3.9 ବୋଲି ଜଣାପଡ଼ିଛି।


ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଭୂମିକମ୍ପର ନିଶ୍ଚିତ କରି କହିଛି ଯେ, ସକାଳ ପ୍ରାୟ ୯ଟା ୩୦ରେ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ୩ଥର ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର ସକାଳେ ପାକିସ୍ତାନରେ ୩.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୧୭୦ କିଲୋମିଟର ଗଭୀରତାରେ ହୋଇଥିଲା। ଭୂମିକମ୍ପର ତୀବ୍ରତା 3.7 ଥିଲା। ଦୁଇ ଦିନ ମଧ୍ୟରେ ପାକିସ୍ତାନରେ ଏହା ଦ୍ୱିତୀୟ ଭୂମିକମ୍ପ। ଏହା ପୂର୍ବରୁ ମଙ୍ଗଳବାର ଦିନ, ୫.୨ ତୀବ୍ରତାର ଏକ ଭୂମିକମ୍ପ ଇସଲାମାବାଦ, ରାୱଲପିଣ୍ଡି ଏବଂ ଖାଇବର ପଖତୁନଖ୍ୱାର ଅନେକ ସ୍ଥାନରେ ଘଟିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
earthquake-jolts-himachal-pradesh-again-magnitude-39-on-richter-scale | Argus News