ଆଫଗାନିସ୍ତାନରେ ୫.୭ ତୀବ୍ରତାର ଭୂକମ୍ପ, ଥରିଲା ଦିଲ୍ଲୀ-ଏନସିଆର

ଅର୍ଗସ ବ୍ୟୁରୋ: ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଝଟକା ଭାରତରେ ମଧ୍ୟ ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନର କିଛି ଅଞ୍ଚଳରେ ଭୂକମ୍ପ ଲୋକଙ୍କୁ ଭୟଭୀତ କରିଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଗୁରୁବାର ଦିନ ୧୧:୨୬ ରେ କାବୁଲରୁ ୨୭୭ କିଲୋମିଟର ଉତ୍ତର-ପୂର୍ବରେ ୨୫୫ କିଲୋମିଟର ଗଭୀରତାରେ ୫.୭ ତୀବ୍ରତାର ଏକ ଭୂକମ୍ପ ଘଟିଛି ।
ପାକିସ୍ତାନରେ ମଧ୍ୟ ଲାଗିଛି ଝଟକା: ସକାଳେ ଆଫଗାନିସ୍ତାନରେ ଘଟିଥିବା ଏହି ଭୂକମ୍ପ ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ପକାଇଛି । ଜାମ୍ମୁ କାଶ୍ମୀର ଏବଂ ପାକିସ୍ତାନର କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଏଥି ସହିତ ଇସଲାମାବାଦ, ପେଶୱାର, ରାୱଲପିଣ୍ଡି, ସରଗୋଡା, ଫୌସଲାବାଦ ଏବଂ ପାକିସ୍ତାନର ଆଖପାଖ ଅଞ୍ଚଳରେ ପୃଥିବୀ କମ୍ପିତ ହୋଇଥିଲା । ପାକିସ୍ତାନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୪ ବୋଲି ଆକଳନ କରାଯାଇଛି । ପଞ୍ଜାବର କିଛି ଅଂଶ ଏବଂ ପାକିସ୍ତାନର ଖାଇବର ଠାରେ ଭୂକମ୍ପ ଅନୁଭୂତ ହୋଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର