Videos
|
National

Earthquake Tremors / ରାତିରେ ଉତ୍ତରାଖଣ୍ଡ, ସକାଳେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର… ଭୂକମ୍ପ ଝଟକାରେ ଲୋକେ ଭୟଭୀତ

Ritu Das
Browse all articles by Ritu Das
·1 hour ago·2 min read
ରାତିରେ ଉତ୍ତରାଖଣ୍ଡ, ସକାଳେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର… ଭୂକମ୍ପ ଝଟକାରେ ଲୋକେ ଭୟଭୀତ
India

Key Points

ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି
ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଖାଲି ମଧ୍ୟପ୍ରଦେଶ ନୁହେଁ, ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ସକାଳ ପ୍ରାୟ ୯ଟା ୧୫ରେ ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ର ଭୂଗର୍ଭରୁ ୧୦ କିଲୋମିଟର ଦୂରରେ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। 



  • ମହାରାଷ୍ଟ୍ରର ଜଲଗାଓଁରେ ଭୂକମ୍ପ ଅନୁଭୂତ

ନ୍ୟାସନାଲ୍ ସେଣ୍ଟର ଫର୍ ସେଇସ୍‌ମୋଲୋଜି (NCS) ଅନୁଯାୟୀ, ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ସକାଳ ୯:୧୦ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ସେମାନେ ତୁରନ୍ତ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ଜିଲ୍ଲାର ରାଭେର, କାରଜୋଦ, ଖିର୍ଦି, ଆଇନପୁର, ନିମ୍ଭୋରା, ସାଭଦା ଏବଂ ଭୁସାୱାଲ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଯଦିଓ ଭୂକମ୍ପର ସଠିକ୍ ତୀବ୍ରତା ଏବଂ କେନ୍ଦ୍ରସ୍ଥଳ ବିଷୟରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, ତଥାପି କୌଣସି ପ୍ରକାରର ଜୀବନହାନି କିମ୍ବା ଘରଦ୍ୱାର ଓ କୋଠାବାଡ଼ିର କ୍ଷୟକ୍ଷତି ହୋଇଥିବା ନେଇ କୌଣସି ଖବର ମିଳିନାହିଁ।
 
  • ମଧ୍ୟପ୍ରଦେଶର ଖାରଗୋନରେ ଭୂକମ୍ପ ଅନୁଭୂତ

ନ୍ୟାସନାଲ ସେଣ୍ଟର ଫର୍ ସେସ୍‌ମୋଲୋଜି (NCS) ଅନୁଯାୟୀ, ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ସକାଳ ୯:୧୫ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି ଏବଂ ଏହାର କେନ୍ଦ୍ରସ୍ଥଳ ଖାରଗୋନ ଅଞ୍ଚଳରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ରହିଥିଲା। ତେବେ, କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହେବା ନେଇ କୌଣସି ସରକାରୀ ରିପୋର୍ଟ ମିଳିନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧୮ ତାରିଖରେ ମଧ୍ୟ ଖାରଗୋନ ଜିଲ୍ଲାରେ ୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ସେହି ଅଞ୍ଚଳରେ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରରେ ରହିଥିଲା।

  • ଉତ୍ତରାଖଣ୍ଡର ବାଗେଶ୍ୱରରେ ଭୂକମ୍ପ

ଗତକାଲି ରାତି ୧୨:୨୭ ସମୟରେ ଉତ୍ତରାଖଣ୍ଡର ବାଗେଶ୍ୱରରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବାବେଳେ, ଏହାର କେନ୍ଦ୍ରସ୍ଥଳ ପିଥୋରାଗଡ଼ରେ ରହିଥିଲା। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶିଖା ସୁୟାଲ ଏହି ଭୂକମ୍ପ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଭୂକମ୍ପ ସମୟରେ ଅନେକ ଲୋକ ଶୋଇଥିଲେ। ଝଟକା ଅନୁଭବ କରିବା ପରେ ସେମାନେ ତୁରନ୍ତ ଘରୁ ବାହାରକୁ ଚାଲିଆସିଥିଲେ ଏବଂ କିଛି ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ରହିଥିଲେ। ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: