Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ପାଇଁ ଆମେ ପ୍ରସ୍ତୁତ'

Smruti Parija
Browse all articles by Smruti Parija
·2 years ago·2 min read
'ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ପାଇଁ ଆମେ ପ୍ରସ୍ତୁତ'

ଅର୍ଗସ ବ୍ୟୁରୋ: ନିର୍ବାଚନ କମିଶନର 2024 ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ବିଜେପି-ଏନଡିଏ, ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । 2024 ନିର୍ବାଚନ ତାରିଖ ଘୋଷଣା ହେବା ପରେ ଟ୍ୱିଟ୍ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ନିର୍ବାଚନ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ । ପ୍ରତି କ୍ଷେତ୍ରରେ ଉତ୍ତମ ଶାସନ ଏବଂ ସେବାର ଟ୍ରାକ୍ ରେକର୍ଡ ଆଧାରରେ ଆମେ ଲୋକଙ୍କ ପାଖକୁ ଯାଉଛୁ । ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଛନ୍ତି ପ୍ରଧାନମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ସାଧାରଣ ନିର୍ବାଚନ ତାରିଖ ଘୋଷଣା

ଏପ୍ରିଲ ୧୯ରୁ ଭାରତରେ ସାତଟି ପର୍ଯ୍ୟାୟରେ ମତଦାନ ହେବ । ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ୪ଟି, ମେ ୨୦ରେ ୫ଟି, ମେ ୨୫ରେ ୬ଟି ଓ ଜୁନ୍ ୧ରେ ଅନ୍ୟ ୬ଟି ଆସନରେ ଭୋଟ୍ ନିଆଯିବ । ମେ ୨୫ ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ଏବଂ ୬ ଲେୋକସଭା ପାଇଁ ୨୫ ମେ ରେ ମତଦାନ କରିବେ ଟ୍ବିନ ସିଟି ଭେୋଟର । ଏଥିସହ ଜୁନ୍ ୪ ତାରିଖରେ ଘୋଷଣା ହେବ ଫଳାଫଳ । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସମିଟ କରି ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ନିର୍ବାଚନ ତାରିଖ ଘୋଷଣା ସହ ଆଜିଠାରୁ ହିଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି ।

ଅଧିକ ପଢନ୍ତୁ : ଘରେ ଥାଇ ଭୋଟ ଦେବେ ୮୫ ବର୍ଷରୁ ଅଧିକ ବୟସ୍କ ମତଦାତା

Sponsored
EC has announced the 2024 Lok Sabha election dates. We, the BJP-NDA, are fully prepared for elections-said-pm-modi | Argus News