West Bengal Politics: ପଶ୍ଚିମବଙ୍ଗରେ ଲାଗୁ ହେବ SIR, ବିଦା ହେବେ ନକଲି ଭୋଟର

Key Points
SIR ପ୍ରକ୍ରିୟା ଅଧୀନରେ, ଅଗଷ୍ଟ ୧ ରେ ବିହାର ରାଜ୍ୟ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିଲା ।
ଏହି ପ୍ରକ୍ରିୟା ପରେ, ବିହାରର ପ୍ରାୟ ୬୫ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି ।
ବିହାର ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ ମତଦାତା ସୂଚୀ ସଂଶୋଧନ । ଏନେଇ ନିର୍ବାଚନ କମିଶନ ଜାରି କରିଛନ୍ତି ଭୋଟର ଭେରିଫିକେସନ୍ ନୋଟିଫିକେସନ୍ । ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏବିଷୟରେ ଅବଗତ କରାଇଛନ୍ତି ନିର୍ବାଚନ କମିଶନ ।
ରାଜ୍ୟର ନିର୍ବାଚନ ଅଧିକାରୀମାନଙ୍କୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରେ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀଙ୍କୁ ନକଲି ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ମିଳିଥିବା ନେଇ ରାଜ୍ୟରେ ବିରୋଧୀ ଦଳ ବିଜେପି ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା ।
ବିହାର ପରେ, ଏବେ ନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ମଧ୍ୟ SIR ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ବିହାରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । SIR ପ୍ରକ୍ରିୟା ଅଧୀନରେ, ଅଗଷ୍ଟ ୧ ରେ ବିହାର ରାଜ୍ୟ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିଲା । ଏହି ପ୍ରକ୍ରିୟା ପରେ, ବିହାରର ପ୍ରାୟ ୬୫ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ନାଁ କଟିଥିବା ଅଧିକାଂଶ ଭୋଟର ମୃତ ହୋଇଥିବା ବେଳେ ଆଉ କିଛି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଛନ୍ତି ।
ଅନ୍ୟପଟେ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ ଆରଏବି ୨୯୧୬୧୨୦ ନମ୍ବରର ଭୋଟର ପରିଚୟପତ୍ର ସୋମବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ତେଜସ୍ବୀଙ୍କୁ ଏହି ଭୋଟର ପରିଚୟପତ୍ର ନିର୍ବାଚନ କମିସନଙ୍କ ଠାରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ମୂଳ କପି ଉପଲବ୍ଧ ନହେବା ପର୍ଯ୍ୟନ୍ତ, ଅନ୍ୟ କୌଣସି ଭୋଟର ପରିଚୟପତ୍ର ପାଇଁ ଫର୍ମ ୬ରେ ଆବେଦନ କରାଯାଇଥିଲା କି ନାହିଁ ତାହା ଯାଞ୍ଚ କରିବା ସମ୍ଭବ ହେବ ନାହିଁ।