Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଭୋଟ୍ ଚୋରି' ଅଭିଯୋଗର ଜବାବ ରଖିଲେ ECI, କହିଲେ 'ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ମତଦାତାଙ୍କୁ କରାଯାଉଛି ଟାର୍ଗେଟ୍'

Sushanta Sahoo
Browse all articles by Sushanta Sahoo
·11 months ago·2 min read
'ଭୋଟ୍ ଚୋରି' ଅଭିଯୋଗର ଜବାବ ରଖିଲେ ECI, କହିଲେ 'ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ମତଦାତାଙ୍କୁ କରାଯାଉଛି ଟାର୍ଗେଟ୍'

Key Points

କଂଗ୍ରେସ ନାଁ ନ ନେଇ ମୁଖ୍ୟ ନିର୍ବାଚନ କମିଶନର ବର୍ଷିଛନ୍ତି । କହିଛନ୍ତି, 'ଭୋଟ୍ ଚୋରି' ଶବ୍ଦ ଯୋଡ଼ି ଲୋକଙ୍କୁ ଭ୍ରମିତ କରୁଛନ୍ତି ରାଜନୈତିକ ଦଳ । ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ମତଦାତାଙ୍କୁ ଟାର୍ଗେଟ୍ କରାଯାଉଥିବା କହିଛନ୍ତି ।

ନୂଆଦିଲ୍ଲୀ: କଂଗ୍ରେସର 'ଭୋଟ୍ ଚୋରି' ଅଭିଯୋଗର କଡ଼ା ଜବାବ ରଖିଲେ ଭାରତୀୟ ନିର୍ବାଚନ କମିଶନ । କଂଗ୍ରେସ ନାଁ ନ ନେଇ ମୁଖ୍ୟ ନିର୍ବାଚନ କମିଶନର ବର୍ଷିଛନ୍ତି । କହିଛନ୍ତି, 'ଭୋଟ୍ ଚୋରି' ଶବ୍ଦ ଯୋଡ଼ି ଲୋକଙ୍କୁ ଭ୍ରମିତ କରୁଛନ୍ତି ରାଜନୈତିକ ଦଳ । ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ମତଦାତାଙ୍କୁ ଟାର୍ଗେଟ୍ କରାଯାଉଥିବା କହିଛନ୍ତି । ଏପରିକି 'ଭୋଟ୍ ଚୋରି' ଶବ୍ଦ ସମ୍ବିଧାନର ଅପମାନ ବୋଲି ଅଭିହିତ କରିଛନ୍ତି ନିର୍ବାଚନ କମିଶନ ।


ଇସିଆଇ କହିଛନ୍ତି, ପ୍ରତିଟି ରାଜନୈତିକ ଦଳର ଜନ୍ମ ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜୀକରଣରୁ ହୁଏ । ତେଣୁ ନିର୍ବାଚନ କମିଶନ ସେହି ରାଜନୈତିକ ଦଳ ସହ ଭେଦଭାବ କେମିତି କରିବେ ? ନିର୍ବାଚନ କମିଶନଙ୍କ ପାଇଁ କେହି ପକ୍ଷ କି ବିପକ୍ଷ ନୁହଁନ୍ତି । କମିଶନ କେବେ ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ ହଟିବେ ନାହିଁ ।


ବିଗତ ୨ ଦଶନ୍ଧି ଧରି ପ୍ରାୟ ସବୁ ରାଜନୈତିକ ଦଳ ମତଦାତା ସୂଚୀରେ ସୁଧାର ପାଇଁ ଦାବି କରି ଆସୁଛନ୍ତି । ଏଥିପାଇଁ ନିର୍ବାଚନ କମିଶନ S.I.Rର ଆରମ୍ଭ ବିହାରରୁ ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାରେ ସମସ୍ତ ମତଦାତା, ବୁଥ୍ ଲେବଲ ଅଫିସର ଓ ସବୁ ରାଜନୈତିକ ଦଳ ଦ୍ଵାରା ନାମିତ ୧.୬ ଲକ୍ଷ ବିଏଲ୍‌ଏ ମିଳିତ ଭାବେ ଏକ ପ୍ରାରମ୍ଭ ସୂଚୀ ପ୍ରସ୍ତୁତ କରିଛନ୍ତି । ପ୍ରାରମ୍ଭିକ ସୂଚୀରେ ତ୍ରୁଟି ହଟାଇବା ଲାଗି ସମସ୍ତ ମତଦାତା, ରାଜନୈତିକ ଦଳ ମିଶି ଯୋଗଦାନ ଦେଉଛନ୍ତି ।


ବିହାର S.I.R ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ ହୋଇଛି । ଏବେ ବି ୧୫ ଦିନ ସମୟ ବାକି ଅଛି । ତେଣୁ ପ୍ରତିଟି ରାଜନୈତିକ ଦଳକୁ ନିର୍ବାଚନ କମିଶନ ଆହ୍ଵାନ କରୁଛନ୍ତି ମତଦାତା ସୂଚୀରେ କୌଣସି ତ୍ରୁଟି ଥିଲେ ଅଭିଯୋଗ କରନ୍ତୁ । ସବୁ ଦଳ ପାଇଁ ନିର୍ବାଚନ କମିଶନଙ୍କ ଦ୍ଵାର ଖୋଲା ରହିଛି । ସମସ୍ତେ ମିଳିମିଶି  ପାରଦର୍ଶୀ ଭାବେ କାମ କରୁଛନ୍ତି ।


ପାଦ ସହ ପାଦ ମିଶାଇ ବିହାର S.I.Rକୁ ସଫଳ କରିବା ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି । ବିହାରର ୭ କୋଟିରୁ ଅଧିକ ମତଦାତା ନିର୍ବାଚନ କମିଶନଙ୍କ ସହ ଛିଡ଼ା ହୋଇଛନ୍ତି । ତେଣୁ ନିର୍ବାଚନ କମିଶନ ଓ ମତଦାତାଙ୍କ ଉପରେ କୌଣସି ପ୍ରଶ୍ନ ଗ୍ରହଣୀୟ ନୁହେଁ । ଭୋଟ୍ ଚୋରି ଭଳି ଶବ୍ଦର ବ୍ୟବହାର ଭାରତୀୟ ସମ୍ବିଧାନର ଅପମାନ ବୋଲି କହିଛନ୍ତି ନିର୍ବାଚନ କମିଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିର୍ବାଚନ କମିଶନ କହିଛନ୍ତି, ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ୧କୋଟିରୁ ଅଧିକ କର୍ମଚାରୀ, ୧୦ ଲକ୍ଷରୁ ଅଧିକ ବୁଥ୍ ଲେବୁଲ୍ ଏଜେଣ୍ଟ, ୨୦ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟ କାମ କରନ୍ତି । ଏତେ ଲୋକ ଓ ପାରଦର୍ଶୀ ପ୍ରକ୍ରିୟାରେ କ'ଣ ଭୋଟ୍ ଚୋରି କରାଯାଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି ନିର୍ବାଚନ କମିଶନ ।


ଭୋଟଚୋରି ନେଇ ରାଜନୈତିକ ଦଳ କରୁଥିବା ମିଥ୍ୟା ଅଭିଯୋଗକୁ ନେଇ ନିର୍ବାଚନ କମିଶନ କି ମତଦାତା ଡରୁନାହାନ୍ତି । ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ଭାରତର ମତଦାତାଙ୍କୁ ଟାର୍ଗେଟ୍ କରାଯାଇ ରାଜନୀତି କରାଯାଉଛି । ନିର୍ବାଚନ କମିଶନ କାହାକୁ ନ ଡରି ସମସ୍ତ ବର୍ଗ, ସମସ୍ତ ଧର୍ମର ମତଦାତାଙ୍କ ସହିତ କୌଣସି ଭେଦଭାବ ନ କରି କାନ୍ଥ ଭଳି ଛିଡ଼ା ହୋଇଛନ୍ତି ଆଗକୁ ମଧ୍ୟ ହେବେ ।


ଦେଶ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ


Sponsored
ECI Rejects 'Vote Theft' Claims, Calls It Misleading | Argus News | Argus News