Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୫ ବର୍ଷ ପରେ ମୋନିକା ଗିରଫ ହେବା ପରେ ଭାରତକୁ ପ୍ରତ୍ୟର୍ପଣ କରୁଛନ୍ତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
୨୫ ବର୍ଷ ପରେ ମୋନିକା ଗିରଫ ହେବା ପରେ ଭାରତକୁ ପ୍ରତ୍ୟର୍ପଣ କରୁଛନ୍ତି

Key Points

ଆମେରିକାରୁ ଭାରତ ଫେରୁଛନ୍ତି ଆଉ ଜଣେ ପଳାତକ

୨୫ ବର୍ଷ ପରେ ମୋନିକା କପୁର ଗିରଫ ହେବା ପରେ ଭାରତକୁ ପ୍ରତ୍ୟର୍ପଣ କରିଛନ୍ତି

କପୁରଙ୍କୁ ହେପାଜତକୁ ନେଇ ଭାରତ ଆଣୁଛି ସିବିଆଇ

ଆମେରିକାରୁ ଭାରତ ଫେରୁଛନ୍ତି ଆଉ ଜଣେ ପଳାତକ । ୨୫ ବର୍ଷ ପରେ ମୋନିକା କପୁର ଗିରଫ ହେବା ପରେ ଆମେରିକା ଭାରତକୁ ପ୍ରତ୍ୟର୍ପଣ କରିଛନ୍ତି । କପୁରଙ୍କୁ ହେପାଜତକୁ ନେଇ ଭାରତ ଆଣୁଛି ସିବିଆଇ । ଆମେରିକୀୟ ଏୟାରଲାଇନ୍ସର ଏକ ବିମାନ ଯୋଗେ ମୋନିକାଙ୍କୁ ଭାରତ ପଠାଯାଇଛି। ଆମେରିକାରେ ମୋନିକାଙ୍କୁ ଏକ ଲମ୍ବା ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ଭାରତ ଅଣାଯାଉଛି। ଆଜି ଭାରତରେ ପହଞ୍ଚିବା ସମ୍ଭାବନା ରହିଛି । ୧୯୯୮- ୯୯ରେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ଦେଇ ସରକାରଙ୍କୁ ୧ କୋଟି ୪୪ ଲକ୍ଷ ଟଙ୍କାର ଚୁନା ଲଗାଇଥିଲେ ମୋନିକା ।


ଡିସେମ୍ବର ୨୦, ୨୦୧୭ରେ କୋର୍ଟ ମୋନିକାଙ୍କ ଦୁଇ ଭାଇ ରାଜନ ଖାନ୍ନା ଏବଂ ରାଜୀବ ଖାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମୋନିକା କପୁର ତଦନ୍ତରେ ସହଯୋଗ କରୁନଥିଲେ। ଏହି କାରଣରୁ, ୧୩ ଡିସେମ୍ବର ୨୦୧୬ରେ, ମୋନିକାଙ୍କୁ କୋର୍ଟ ଦ୍ୱାରା ଏକ ଘୋଷିତ ଅପରାଧୀ ଘୋଷଣା କରାଯାଇଥିଲା। ୨୬ ଏପ୍ରିଲ୍ ୨୦୧୦ରେ, କୋର୍ଟ ମୋନିକା ବିରୋଧରେ NBW ଏବଂ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯ ଅକ୍ଟୋବର ୨୦୧୦ରେ, ସିବିଆଇ ମୋନିକାଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକୀୟ ଏଜେନ୍ସିକୁ ଅନୁରୋଧ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
economic-offender-absconding-for-over-25-yrs-extradited-by-cbi-from-us | Argus News