|
logo
Live

Argus News - ବଜେଟ୍‌ ଆଗତ ପୂର୍ବରୁ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25

National

ବଜେଟ୍‌ ଆଗତ ପୂର୍ବରୁ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25

Rashmita Mishra
Browse all articles by Rashmita Mishra
·1 year ago·2 min read
ବଜେଟ୍‌ ଆଗତ ପୂର୍ବରୁ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25

Key Points

ବଜେଟ ଆଗତ ପୂର୍ବରୁ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ-2024-25
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କଲେ ଉପସ୍ଥାପନ
2025-26 ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର 6.3 ପ୍ରତିଶତରୁ 6.8 ପ୍ରତିଶତ
ଜିଏସଟି ସଂଗ୍ରହରେ 11 ପ୍ରତିଶତ ଅଭିବୃଦ୍ଧି ନେଇ ଅନୁମାନ

ଅର୍ଗସ ବ୍ୟୁରୋ: ଫେବ୍ରୁଆରୀ ୧ ତାରିଖ ଅର୍ଥାତ ଆସନ୍ତାକାଲି ଉପସ୍ଥାପନ ହେବାକୁ ଯାଉଛି ଦେଶର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଉପସ୍ଥାପନ କରିବେ । ଏହି ବଜେଟରେ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ । କରଦାତାଙ୍କ ଠାରୁ ଆରମ୍ଭ କରି ମହିଳା, ଯୁବପୀଢିଙ୍କ ପାଇଁ ବଜେଟରେ ସ୍ୱତନ୍ତ୍ର ଉପହାର ମିଳିପାରେ । ତେବେ ବଜେଟ ଉପସ୍ଥାପନର ଠିକ ଦିନକ ପୂର୍ବରୁ ଅର୍ଥାତ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ ଉପସ୍ଥାପନ କରାଯାଇଛି ।


ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବା ନେଇ ଅନୁମାନ ଲଗାଇଛନ୍ତି । ଭାରତର ଯୁବପୀଢି ପାଇଁ ରୋଜଗାର ଏବଂ ମଧ୍ୟବିତଙ୍କ ପାଇଁ ସାଧାରଣ ଜୀବନ ଯାପନ ସହିତ ସମ୍ପର୍କିତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇବା ବିଷୟରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଜିଏସଟି ସଂଗ୍ରହରେ ୧୧ ପ୍ରତିଶତ ବୃଦ୍ଧି ହେବା ନେଇ ଅନୁମାନ କରାଯାଇଛି । ଯାହାକି ୧୦.୬୨ଲକ୍ଷ କୋଟି ଟଙ୍କାରେ ପହଂଚିପାରେ । ଦେଶରେ ଆର୍ଥିକ ସ୍ଥିରତା ଏବଂ ଅର୍ଥନୀତିରେ ନିତିଗତ ସୁଧାର କ୍ଷେତ୍ରରେ ସରକାରଙ୍କ ପ୍ରୟାସକୁ ଏହା ସୁଚାଉଛି ।



ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ ଅନୁସାରେ ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ଭିତ୍ତିଭୂମି ବିକାଶ ଜରିଆରେ ଭାରତର ନାଗରିକମାନଙ୍କୁ ସଶକ୍ତ କରିବା ଦିଗରେ ମୋଦି ସରକାର ଗୁରୁତ୍ବ ଦେଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ଉପରେ ୨୩.୩ ପ୍ରତିଶତ ଖର୍ଚ୍ଚ କରାଯାଇଥିଲା । ଯାହା ବଢି ୨୦୨୪-୨୫ ଆର୍ଥିକ ବର୍ଷରେ ୨୬.୨ ପ୍ରତିଶତରେ ପହଂଚିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ମୁତାବକ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଆଗାମୀ ଏକରୁ ଦୁଇ ଦଶକ ପର୍ଯ୍ୟନ୍ତ ୮ ପ୍ରତିଶତ ହାରରେ ଆର୍ଥିକ ବିକାଶ କରିବା ଜରୁରୀ । ଚଳିତ ଆର୍ଥିକ ବର୍ଷରେ ସରକାର ଏହାକୁ ୭ ପ୍ରତିଶତରୁ କମ ଅନୁମାନ କରିଛନ୍ତି । ଏହା ୬.୮ ପ୍ରତିଶତ ବୋଲି କୁହାଯାଉଛି ।


Sponsored
ବଜେଟ୍‌ ଆଗତ ପୂର୍ବରୁ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25 | Argus News