Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

BBC ଇଣ୍ଡିଆ ଉପରେ EDର ଜରିମାନା, ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ

Ritu Das
Browse all articles by Ritu Das
·1 year ago·1 min read
BBC ଇଣ୍ଡିଆ ଉପରେ EDର ଜରିମାନା, ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (BBC) ଇଣ୍ଡିଆ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ଉପରେ ୩.୪୪ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଇଛି। ଇଡି କହିଛି ଯେ ବିବିସି ଇଣ୍ଡିଆ ଡିଜିଟାଲ୍ ମିଡିଆ ସଂଗଠନଗୁଡ଼ିକ ପାଇଁ ନିର୍ଦ୍ଧାରିତ ୨୬% ବିଦେଶୀ ନିବେଶ (FDI) ସୀମା ପାଳନ କରିନାହିଁ ଏବଂ ଏହାକୁ ୧୦୦% ରେ ବଜାୟ ରଖିଛି। ଯାହା ଭାରତୀୟ ଆଇନର ଉଲ୍ଲଂଘନ। ଶୁକ୍ରବାର ଦିନ ଜାରି ହୋଇଥିବା ଏକ ଆଦେଶରେ ED କହିଛି, “BBC WS India ଉପରେ ୩,୪୪,୪୮,୮୫୦ ଟଙ୍କା ଜରିମାନା ଲଗାଯାଇଛି।


୧୫ ଅକ୍ଟୋବର ୨୦୨୧ ପରେ ନିୟମ ପାଳନ ନ କରିବା ପାଇଁ ପ୍ରତିଦିନ ୫,୦୦୦ ଟଙ୍କା ଅତିରିକ୍ତ ଜରିମାନା ଲଗାଯିବ।” ଏହା ସହିତ କମ୍ପାନୀର ତିନି ଜଣ ନିର୍ଦ୍ଦେଶକ – ଜାଇଲ୍ସ ଆଣ୍ଟୋନି ହଣ୍ଟ, ଇନ୍ଦୁ ଶେଖର ସିହ୍ନା ଏବଂ ପଲ ମାଇକେଲ ଗିବନ୍ସ -ଙ୍କୁ ବ୍ୟକ୍ତିଗତ ଭାବରେ ୧,୧୪,୮୨,୯୫୦ ଟଙ୍କା ଜରିମାନା କରାଯାଇଛି। ଇଡି ଏପ୍ରିଲ ୨୦୨୩ ରେ FEMA (ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ଅଧୀନରେ ବିବିସି ଇଣ୍ଡିଆ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିଲା। ଏହା ପୂର୍ବରୁ ଫେବୃଆରୀ ୨୦୨୩ ରେ ଆୟକର ବିଭାଗ ଦିଲ୍ଲୀ ସମେତ ଅନେକ ସହରରେ ଥିବା ବିବିସି ଇଣ୍ଡିଆର କାର୍ଯ୍ୟାଳୟଗୁଡ଼ିକର ସର୍ଭେ କରିଥିଲା। ଜଣେ ଅଧିକାରୀ କହିଛନ୍ତି, ସେପ୍ଟେମ୍ବର ୨୦୧୯ରେ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଡିଜିଟାଲ୍ ମିଡିଆରେ FDI ସୀମା ୨୬% ସ୍ଥିର କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା। ଏହା ସତ୍ତ୍ୱେ BBC WS India ଏହାର ବିଦେଶୀ ଅଂଶଧନକୁ ହ୍ରାସ କରିନଥିଲା ଏବଂ ଏହାକୁ ୧୦୦ ପ୍ରତିଶତରେ ବଜାୟ ରଖିଥିଲା। ଯାହା ଦ୍ୱାରା ସରକାରୀ ନିୟମ ଉଲ୍ଲଂଘନ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED fines BBC India, action taken against director | Argus News