Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହେମନ୍ତ ସୋରେନଙ୍କୁ ଇଡି ଜେରା: ବାସଭବନରେ ୫ ଘଣ୍ଟା ଜେରା ହେଲା

Ritu Das
Browse all articles by Ritu Das
·2 years ago·1 min read
ହେମନ୍ତ ସୋରେନଙ୍କୁ ଇଡି ଜେରା: ବାସଭବନରେ ୫ ଘଣ୍ଟା ଜେରା ହେଲା

ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ତାଙ୍କ ଘରେ ପଚରାଉଚରା କରିଛନ୍ତି। ଆଜି ସକାଳେ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ରାଞ୍ଚିର କାଙ୍କେ ରୋଡ୍‌ସ୍ଥିତ ସୋରେନଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଦିଲ୍ଲୀର ୩ ଜଣ ଅଧିକାରୀ ମଧ୍ୟ ଏହି ଟିମ୍‌ରେ ଥିଲେ । 

ଇଡିର ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମିର ମାଲିକାନା ବଦଳାଇବାର ଏକ ବିରାଟ ରାକେଟ୍ ସହ ଜଡ଼ିତ। ଏହି ମାମଲାରେ ଏଜେନ୍ସି ଏପର୍ଯ୍ୟନ୍ତ ରାଜ୍ୟ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ରାଞ୍ଚିର ଡେପୁଟି କମିସନର ଭାବେ କାର୍ଯ୍ୟ କରିଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଛବି ରଞ୍ଜନଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଆଜି ସୋରେନଙ୍କୁ ୫ ଘଣ୍ଟା ଧରି ଜେରା ହୋଇଥିବା ବେଳେ ତାଙ୍କ ବାସଭବନ ସମ୍ମୁଖରେ ଜଣେ ସମର୍ଥକ ଆତ୍ମଦାହ ଉଦ୍ୟମ କରିଥିଲେ। ତେବେ ସୁରକ୍ଷା କର୍ମୀ ତତ୍କାଳ ପରିସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored