Videos
|
National

ଘାଣ୍ଟୁଛି ଇଡି : ଖୋଲୁଛି ସନ୍ଦୀପଙ୍କ ଗୁମର

Ritu Das
Browse all articles by Ritu Das
·1 year ago·1 min read
ଘାଣ୍ଟୁଛି ଇଡି : ଖୋଲୁଛି ସନ୍ଦୀପଙ୍କ ଗୁମର

ଅର୍ଗସ ବ୍ୟୁରୋ: କୋଲକତା ଆରଜି କର ମେଡିକାଲ କଲେଜ ଓ ହସ୍ପପିଟାଲର ପର୍ବତନ ଅଧ୍ୟକ୍ଷଙ୍କୁ ଇଡିଙ୍କ ଚଢଉ। ବିଳାସପୂର୍ଣ୍ଣ ବଙ୍ଗଳା ଉପରେ ତଦନ୍ତ କଲେ । କଲେଜରେ ଆର୍ଥିକ ଦୁର୍ନୀତି ନେଇ ଅଭିଯୋଗର ତଦନ୍ତ ସିବିଆଇ ହାତକୁ ନଦେବାକୁ ଦାଏର କରିଥିଲେ ପିଟିସନ।

କୋଲକତା ହାଇକୋର୍ଟ ଆର୍ଥିକ ଅନିୟମିତତା ଅଭିଯୋଗ ତଦନ୍ତ ସିବିଆଇ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୨ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ବଙ୍ଗଳାରେ ପହଞ୍ଚିଲା ଇଡି। ଏହି ବଙ୍ଗଳା ଚାରିପାଖରେ ଶତାଧିକ ଏକର ଖୋଲା ଜାଗା ଥିବା ବେଳେ ବଙ୍ଗଳାର ନାଁ  ରଖିଥିଲେ 'ସଙ୍ଗୀତସନ୍ଦୀପ ଭିଲ୍ଲା'। ସନ୍ଦୀପ ଘୋଷ ଓ ତାଙ୍କ ପତ୍ନୀ ସଙ୍ଗୀତା ଘୋଷଙ୍କ ନାମରେ ଏହି ବଙ୍ଗଳାର ନାଁ ରଖାଯାଇଛି। ଯାହା ଏକ ବିଳାଶ ପୂର୍ଣ୍ଣ ବଙ୍ଗଳା ଥିଲା।  ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଅଞ୍ଚଳରେ ସନ୍ଦୀପ ଘୋଷଙ୍କ ଅନେକ ଗୁଡିଏ ଫାର୍ମ ହାଉସ୍ ନିର୍ମାଣ ଚାଲିଛି। ସେସବୁ ଉପରେ ଇଡି ଚଢଉ କରିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

ED is investigating | Argus News