Videos
|
National

କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

ଅର୍ଗସ ବ୍ୟୁରୋ:  ବଢୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲା ଇଡି । ପାଞ୍ଚ ଥର ନୋଟିସ ପରେ ବି ହାଜର ହୋଇନଥିବା ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟର ଦ୍ବାରସ୍ତ ହୋଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପାଞ୍ଚ ଥର ସମନ ଜାରି କରିଛି ଇଡି । ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ମାମଲାର ଶୁଣାଣି କରିବେ ।

କେଜ୍ରିୱାଲଙ୍କୁ 2023 ନଭେମ୍ବର ୨ ଏବଂ ଡିସେମ୍ବର ୨୧ ପରେ 2024ରେ ଜାନୁୟାରୀ ୩, ଜାନୁଆରୀ ୧୮, ଏବଂ ଫେବୃଆରୀ ୨ରେ ଇଡି ସମନ ଜାରି କରିଥିଲେ ବି ଏହାକୁ ଏଡାଇ ଯାଇଛନ୍ତି କେଜ୍ରିୱାଲ୍ । ଗତବର୍ଷ ମଦ ଦୁର୍ନୀତି  ମାମଲାରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଏମପି ସଞ୍ଜୟ ସିଂଙ୍କୁ ଜେରା କରିବା ପରେ ଇଡି ଗିରଫ କରିଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED moves court after Delhi CM skips fifth summon | Argus News