Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛାଙ୍ଗୁର ବାବାଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ , ୧୪ ଠିକଣାରେ ED ରେଡ୍

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
ଛାଙ୍ଗୁର ବାବାଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ , ୧୪ ଠିକଣାରେ ED ରେଡ୍

Key Points

ଛାଙ୍ଗୁର ବାବାଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼
ୟୁପିର ବଳରାମପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ୧୪ ଠିକଣାରେ ED ରେଡ୍
ମୁମ୍ବାଇର ଶହଜାଦ ଶେଖ ନାମକ ବ୍ୟକ୍ତିଙ୍କୁ ୨ କୋଟି ଟଙ୍କା ଟ୍ରାଞ୍ଜାକ୍ସନ୍ ହୋଇଛି

ଛାଙ୍ଗୁର ବାବାଙ୍କ ଆର୍ଥିକ କାରବାର ନେଇ ଇଡିର ଖୋଳତାଡ଼ । ୟୁପିର ବଳରାମପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ବାବାଙ୍କ ୧୪ ଠିକଣାରେ ED ରେଡ୍ କରୁଛି । ମୁମ୍ବାଇର ଶହଜାଦ ଶେଖ ନାମକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାବାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କା ଟ୍ରାଞ୍ଜାକ୍ସନ୍ ହୋଇଥିବା ଜଣାପଡିଛି । ଟଙ୍କା କାରବାର ନେଇ ଶହଜାଦ ଶେଖଙ୍କୁ ପଚଚାଉଚରା କରୁଛି ଇଡି । ଛାଙ୍ଗୁର ବାବା ଧର୍ମନ୍ତୀକରଣର ବଡ଼ ରାକେଟ ଚଳାଉଥିବା ଅଭିଯୋଗ ହୋଇଥିଲା । ଇଡି ଏହାକୁ ନେଇ ହୋଇଥିବା ଅର୍ଥ କାରବାର ଉପରେ ଯାଞ୍ଚ କରୁଛି ।


ଛଙ୍ଗୁର ବାବା ଧାର୍ମିକ ବିଶ୍ୱାସର ଆଳ ଦେଖାଇ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ଛଙ୍ଗୁର ବାବାଙ୍କ ନିକଟତମ ଅନୁଗାମୀ, ସହଯୋଗୀ ଏବଂ ଆଶ୍ରମ ପରିଚାଳକଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଏବଂ କାରବାରର ମଧ୍ୟ ତଦନ୍ତ କରୁଛି ଇଡି । ଛଙ୍ଗୁର ବାବାଙ୍କ ନେଟୱାର୍କରେ ବିଦେଶୀ ପାଣ୍ଠି ଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ଦୁବାଇ, ସାଉଦି ଆରବ ଏବଂ ନେପାଳରୁ ଟଙ୍କା ଆସୁଥିବାର ପ୍ରମାଣ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED Raid on up's chhangur baba | Argus News